ଫାଭିପିରାଭିର୍‌ ପାଇଁ ଏସ୍‌ଓପି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀ ରୂପ ଧାରଣ କରିଛି। ଆଂଶିକ ଲକ୍ଷଣ ଥିବା ଅଧିକାଂଶ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯାଇଛି। ତେବେ ଏହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାଭିପିରାଭିର୍‌ ଟାବ୍‌ଲେଟ ଖାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମତି ଦେଇଛି। ତେବେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀମାନେ ଏହି ଟାବ୍‌ଲେଟ ବ୍ୟବହାର କରିପାରିବେ। ଘରେ ସଙ୍ଗରୋଧରେ ରହିଥିବା ରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଟାବ୍‌ଲେଟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ତେବେ ଟାବ୍‌ଲେଟ କିପରି ଯୋଗାଇ ଦିଆଯିବ ଓ ବ୍ୟବହାର କରାଯିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ଏସ୍‌ଓପିକୁ କଡ଼ାକଡ଼ି ପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଏବଂ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜଣାଇ ଦିଆଯାଇଛି। ଘରେ ରହିଥିବା ରୋଗୀଙ୍କ ପାଖରେ ଯେପରି ପର୍ଯ୍ୟାପ୍ତ ପରିମାଣର ଫାଭିପିରାଭିର୍‌ ଟାବ୍‌ଲେଟ ପହଞ୍ଚିବ ସେ ନେଇ ନିଶ୍ଚିତ କରିବାକୁ କୁହାଯାଇଛି।
କୋଭିଡ୍‌ ସଂକ୍ରମଣର ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଲାଗି ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ଉକ୍ତ ଟାବ୍‌ଲେଟକୁ କୋଭିଡ୍‌ ରୋଗୀଙ୍କ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଏହି ଟାବ୍‌ଲେଟକୁ ରାପିଡ ରେସପନ୍ସ ଟିମ୍‌(ଆର୍‌ଆର୍‌ଟି) ଡାକ୍ତରଙ୍କ ପରାମର୍ଶ ନେଇ ଗୃହ ସଙ୍ଗରୋଧରେ ଆଂଶିକ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଯୋଗାଇବେ। ଏହି ଟିମ୍‌ ରୋଗୀ କିପରି ଔଷଧ ଖାଇବେ ପରାମର୍ଶ ଦେବେ। ପାର୍ଶ୍ୱ ପ୍ରତିକ୍ରିୟା, ସାବଧାନତା ଏବଂ କାର୍ଯ୍ୟ ସମ୍ପର୍କରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବୁଝାଇବେ। ରାପିଡ ରେସପନ୍ସ ଟିମ୍‌ ଫାଭିପିରାଭିର୍‌କୁ ୫ ଦିନ ପର୍ଯ୍ୟନ୍ତ ଖାଇବାକୁ ପରାମର୍ଶ ଦେବା ସହ ଟାବ୍‌ଲେଟ ଖାଇବା ନେଇ ଥିବା ସୂଚନାପତ୍ର ମଧ୍ୟ ପ୍ରଦାନ କରିବେ। ଯଦି ପାର୍ଶ୍ୱପ୍ରତିକ୍ରିୟା ହେଲା ତେବେ କାହାକୁ ଜଣାଇବେ ସେ ନେଇ ଟିମ୍‌ ସଦସ୍ୟମାନେ ଅବଗତ କରାଇବେ। ଯଦି ଔଷଧ ଖାଇବା ପରେ ରୋଗୀ ଗୁରୁତର ହେଲେ ଉକ୍ତ ଟିମ୍‌ ତାଙ୍କୁ କୋଭିଡ୍‌ ହାସ୍ପିଟାଲ ନେବା ପାଇଁ ସହଯୋଗ କରିବେ। ରୋଗୀଙ୍କୁ ନିୟମିତ ନଜର ରଖାଯିବା ସହ ଟେଲିଫୋନ କିମ୍ବା ଅନ୍‌ଲାଇନରେ ଯୋଗାଯୋଗ କରିବାକୁ କୁହାଯାଇଛି। ସେଥିପାଇଁ ପ୍ରତ୍ୟେକ ଜିଲାରେ ଏକ ସ୍ବତନ୍ତ୍ର ଟେଲିଫୋନ ନମ୍ବର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଆର୍‌ଆର୍‌ଟିର ତାଲିମ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି।
ଟାବ୍‌ଲେଟ କିପରି ଗ୍ରହଣ କରିବେ ସେ ନେଇ ମଧ୍ୟ ଏସ୍‌ଓପିରେ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁ ରୋଗୀମାନଙ୍କର ଫାଭିପିରାଭିର୍‌ ଟାବ୍‌ଲେଟ ଆବଶ୍ୟକ ହେବ ସେମାନେ ଲିଖିତ ଆକାରରେ ଆର୍‌ଆର୍‌ଟିକୁ ଜଣାଇବେ। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ନ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହି ଟାବ୍‌ଲେଟର ପାର୍ଶ୍ୱ ପ୍ରତିକ୍ରିିୟା ଥିବାରୁ ରୋଗୀମାନେ ଡାକ୍ତରଙ୍କ ବିନା ପରାମର୍ଶରେ ନ ଖାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri