ଓସାରିଆ ହେବ ସୋନପୁର-ଡୁଙ୍ଗୁରିପାଲି ରାସ୍ତା

ସୋନପୁର,୨୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫ ଲାଇନ କୁହାଯାଉଥିବା ସୋନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪୫ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଖୁବ୍‌ଶୀଘ୍ର ୨ ଥାକିଆ ରାସ୍ତା କାମ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହି ରାସ୍ତାକୁ ୪ଲେନ କରାଯିବ। ଜମି ଅଧିଗ୍ରହଣ କାର୍ଯ୍ୟ ସରିବା ପରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଦାନ ଯୋଗାଇ ଦେଇଥିବାରୁ ମନ୍ତ୍ରୀ ପୂଜାରୀ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
ପ୍ରଥମ ପର୍ଯ୍ୟାୟରେ ୦ରୁ ୨୨ କିଲୋମିଟର ରାସ୍ତା ପାଇଁ ୫୧ କୋଟି ୭୫ ଲକ୍ଷ ୭୦ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରି ମିଳିଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୪୩ କୋଟି ୧୫ ଲକ୍ଷ ୫୪ ହଜାର ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିଲା। ବିକେଡି କନଷ୍ଟ୍ରକସନ୍ସ ଏହି ଟେଣ୍ଡର ପାଇଛି। ୭ ମିଟର ଓସାରର ରାସ୍ତା ପିଚୁ ହେବା ସହ ଉଭୟ ପାର୍ଶ୍ୱରେ ଦେଢ ମିଟର ଲେଖାଏ କଂକ୍ରିଟ୍‌ ହେବ। ଉଭୟପାର୍ଶ୍ୱରେ ୧ ମିଟର ଲେଖାଏ ମୋରମ ରାସ୍ତା ରହିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୨ରୁ ୫୪.୨୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨୮ କୋଟି ୪୫ ଲକ୍ଷ ୩୬ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରି ମିଳିଥିଲା। ସରକାର ଏଥିପାଇଁ ୧୦୨ କୋଟି ୪୨ ଲକ୍ଷ ୭୧ ହଜାର ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲେ। ଆଶିର୍ବାଦ କନଷ୍ଟ୍ରକସନ୍ସ ଏହି ଟେଣ୍ଡର ପାଇଛି। ଏହି ରାସ୍ତା କାମକୁ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିପାଇଁ ସୁବର୍ଣ୍ଣପୁର ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବିଶେଷ କରି ବିନିକା, ରାମପୁର ଓ ଡୁଙ୍ଗୁରିପାଲି ଭଳି ଜଳସେଚିତ ଅଞ୍ଚଳର ଲୋକେ ନିଜର ଖୁସି ଜାହିର କରିଛନ୍ତି। ଚାଷୀ ନିଜର ଉତ୍ପାଦିତ ଧାନ ଓ ଅନ୍ୟାନ୍ୟ ଫସଲକୁ ସହଜରେ ଅନ୍ୟ ସ୍ଥାନକୁ ନେଇପାରିବେ। ଚାଉଳ ଟ୍ରକ୍‌ ସହଜରେ ରାଇସ ମିଲ୍‌ରୁ ଗୋଦାମ ଓ ରେଳ ଷ୍ଟେଶନକୁ ଯାଇପାରିବ। ଏହି ଓସାରିଆ ରାସ୍ତା ଯାତାୟତକୁ ସୁଗମ କରିବା ସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଡୁଙ୍ଗୁରିପାଲି ଆରଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କମ୍ପ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ହିମାଂଶୁ ଶେଖର ବିଶ୍ୱାଳ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri