ପୁଣି ଚର୍ଚ୍ଚାରେ ସୋନମ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ପ୍ରାୟ ସବୁ ସମୟରେ ନିଜର ଅଭିନୟ, ଷ୍ଟାଇଲ, ଫଟୋ, ଭିଡିଓ ଏମିତିକି ପର୍ସନାଲ ଲାଇଫକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ବଲିଉଡ୍ ବିୟୁଟି ସୋନମ କପୁର ପ୍ରେଗନାନ୍ସିକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଶୁଣିବାକୁ ମିଳିଥିଲା କି ସେ ମା’ ହେବାକୁ ଯାଉଛନ୍ତି । ହେଲେ ପରେ ସୋନମ ଏହାକୁ ଖଣ୍ଡନ କରିଥିଲେ । ଏହାର ମାତ୍ର କିଛିଦିନ ମଧ୍ୟରେ ଏକ ନୂଆ ଅବତାରରେ ସ୍ପଟ ହୋଇଛନ୍ତି ଏହି ନାୟିକା । ନିକଟରେ ବ୍ଳାକ ଆଉଟ ଫିଟରେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ସୋନମ କପୁରଙ୍କୁ । ସେ ଲଣ୍ଡନରୁ ମୁମ୍ବାଇ ଫେରିଥିବା ଜଣାପଡିଛି । ଫିଲ୍ମ ଦୁନିଆଠାରୁ କିଛିଦିନ ହେବ ଦୂରେଇ ରହି ସେ ଏବେ ବିବାହ ପରଠାରୁ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନରେ ରହୁଛନ୍ତି । କରୋନା ମହାମାରୀ ଭିତରେ ବେଶ୍ କିଛିଦନ ହେବ ମୁମ୍ବାଇ ଆସି ନ ଥିବା ସୋନମ ଏବେ ମୁମ୍ବାଇ ଫେରିଛନ୍ତି । ତେବେ ବିମାନ ବନ୍ଦରରେ ତାଙ୍କୁ ବ୍ଲାକ ଆଉଟ୍‌ଫିଟରେ ଦେଖିବାକୁ ମିଳିଛି । ଏହାସହ ସେ ବ୍ଲାକ କଲର ମାସ୍କ ବି ପିନ୍ଧିଛନ୍ତି । ବ୍ଲାକ ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିବା ସୋନମଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶେଷଥର ପାଇଁ ୨୦୧୯ରେ ତାଙ୍କୁ ମୁଭି ‘ଦ ଜୋୟା ଫ୍ୟାକ୍ଟର’ ରେ ଦେଖିବାକୁ ମିଳିଥିଲା । ତେବେ ପ୍ରଥମଥର ପାଇଁ ସୋନମଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇନାହିଁ । ବରଂ ଅନେକ ଥର ତାଙ୍କ ପ୍ରଶଂସକ ସୋନମଙ୍କ ଫଟୋ ଓ ଭିଡିଓ ଦେଖି ଦିୱାନା ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri