ପୁଣି ଚର୍ଚ୍ଚାରେ ସୋନମ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ପ୍ରାୟ ସବୁ ସମୟରେ ନିଜର ଅଭିନୟ, ଷ୍ଟାଇଲ, ଫଟୋ, ଭିଡିଓ ଏମିତିକି ପର୍ସନାଲ ଲାଇଫକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ବଲିଉଡ୍ ବିୟୁଟି ସୋନମ କପୁର ପ୍ରେଗନାନ୍ସିକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଶୁଣିବାକୁ ମିଳିଥିଲା କି ସେ ମା’ ହେବାକୁ ଯାଉଛନ୍ତି । ହେଲେ ପରେ ସୋନମ ଏହାକୁ ଖଣ୍ଡନ କରିଥିଲେ । ଏହାର ମାତ୍ର କିଛିଦିନ ମଧ୍ୟରେ ଏକ ନୂଆ ଅବତାରରେ ସ୍ପଟ ହୋଇଛନ୍ତି ଏହି ନାୟିକା । ନିକଟରେ ବ୍ଳାକ ଆଉଟ ଫିଟରେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ସୋନମ କପୁରଙ୍କୁ । ସେ ଲଣ୍ଡନରୁ ମୁମ୍ବାଇ ଫେରିଥିବା ଜଣାପଡିଛି । ଫିଲ୍ମ ଦୁନିଆଠାରୁ କିଛିଦିନ ହେବ ଦୂରେଇ ରହି ସେ ଏବେ ବିବାହ ପରଠାରୁ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନରେ ରହୁଛନ୍ତି । କରୋନା ମହାମାରୀ ଭିତରେ ବେଶ୍ କିଛିଦନ ହେବ ମୁମ୍ବାଇ ଆସି ନ ଥିବା ସୋନମ ଏବେ ମୁମ୍ବାଇ ଫେରିଛନ୍ତି । ତେବେ ବିମାନ ବନ୍ଦରରେ ତାଙ୍କୁ ବ୍ଲାକ ଆଉଟ୍‌ଫିଟରେ ଦେଖିବାକୁ ମିଳିଛି । ଏହାସହ ସେ ବ୍ଲାକ କଲର ମାସ୍କ ବି ପିନ୍ଧିଛନ୍ତି । ବ୍ଲାକ ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିବା ସୋନମଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶେଷଥର ପାଇଁ ୨୦୧୯ରେ ତାଙ୍କୁ ମୁଭି ‘ଦ ଜୋୟା ଫ୍ୟାକ୍ଟର’ ରେ ଦେଖିବାକୁ ମିଳିଥିଲା । ତେବେ ପ୍ରଥମଥର ପାଇଁ ସୋନମଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇନାହିଁ । ବରଂ ଅନେକ ଥର ତାଙ୍କ ପ୍ରଶଂସକ ସୋନମଙ୍କ ଫଟୋ ଓ ଭିଡିଓ ଦେଖି ଦିୱାନା ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri