ୟେଲୋ ଶାଢୀରେ ନଜର ଆସିଲେ ସୋନାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଥିଲେ ଜଣେ । ତାଙ୍କର ଅନସ୍କ୍ରିନ ଆକ୍ଟିଂ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତୁଥିଲା । ଏବେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରି ନିଜର ଜଲୱା ଦେଖାଉଛନ୍ତି । ଶନିବାର ସୋନାଲି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ୟେଲୋ କଲର ଶାଢୀ ପିନ୍ଧି ଥିବା ଦେଖାଯାଇଛି । ଫଟୋଟି ଶେୟାର କରି ସୋନାଲି ଲେଖିଛନ୍ତି, ଏହି ନାରୀ ତା’ର ଶାଢିକୁ ବହୁତ ପସନ୍ଦ କରେ । ହଳଦିଆ ଦିଲ ଓ ସ୍ମାଇଲ ଇମୋଜି ସହ ଫଟୋ ପୋଷ୍ଟ କରିଥିବା ବେଳେ ପ୍ରଶଂସକଙ୍କ କମେଣ୍ଟର ବନ୍ୟା ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି ବାଃ ମ୍ୟାମ୍ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି । ସୂର୍ଯ୍ୟଙ୍କ ରଶ୍ମୀ ଭଳି । ଆଉ ଜଣେ ଲେଖିଛନ୍ତି ଆମେ ଏହି ସୁନ୍ଦର ନାରୀଙ୍କୁ ସୁନ୍ଦର ଶାଢୀ ସହ ଭଲପାଇ ବସିଛୁ । ଆହୁରି କେତେଜଣ ଲଭଲି, ଭବ୍ୟ ବୋଲି ବି କମେଣ୍ଟ କରିଛନ୍ତି । ଆଉ କେତେଜଣ ହାର୍ଟ ଇମୋଜି ଦେଇଛନ୍ତି ।
ସୂଚନାଯୋଗ୍ୟ, ସୋନାଲି ୯୦ ଦଶକରେ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । ସେ ଜଣେ କ୍ୟାନସର ସର୍ବାଇଭର ହୋଇଥିବା ବେଳେ କିଛି ଟେଲିଭିଜନ ରିୟଲିଟି ଶୋ’ରେ ଜଜ ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା । ଖୁବଶୀଘ୍ର ଅଭିନେତ୍ରୀ ‘ଦ ବ୍ରୋକନ ନ୍ୟୁଜ’ ସିିରିଜରେ ନଜର ଆସିବେ, ଯାହା ବ୍ରିଟିଶ ପ୍ରେସର ଅଫିସିଆଲ ରିମେକ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?