ମୁହଁ ଖୋଲିଲେ ସୋନାକ୍ଷୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିବା କୁହାଯାଉଛି। ତେବେ ଏନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ। ଏହି ସମସ୍ତ ଖବରରେ କେସଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, କିଛି ଦିନ ହେବ କୌଣସି ଯାଞ୍ଚ ନ କରି ଗଣମାଧ୍ୟମରେ ମୋ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବାର ଗୁଜବ ବ୍ରକାଶ ପାଉଛି। ଏହା ସମ୍ପୂର୍ଣ୍ଣ କାଳ୍ପନିକ। ଏହା ଜଣେ ମନ୍ଦ ବ୍ୟକ୍ତିଙ୍କ କାମ, ଯିଏ ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛି। ସମସ୍ତ ଖବରକାଗଜ ଏବଂ ଚ୍ୟାନେଲ ଏହି ମିଥ୍ୟା ଖବର ପ୍ରକାଶ ନ କରିବାକୁ ମୁଁ ଅନୁରୋଧ କରୁଛି। କାରଣ ମୋ ବିରୁଦ୍ଧରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି କେବଳ ନିଜକୁ ପ୍ରଚାର କରିବା ପାଇଁ ଏହି ସବୁ କରୁଛନ୍ତି।
ଅଭିଯୋଗ ହେଉଛି ଯେ, ମୋରଦାବାଦର କାଟଘରର ଜଣେ କାର୍ଯ୍ୟକ୍ରମ ଆୟୋଜକ ପ୍ରମୋଦ ଶର୍ମା ଏକ କାର୍ଯ୍ୟକ୍ରମ ପାଇଁ ଯୋଜନା କରିଥିଲେ। ଯେଉଁଥିରେ ସୋନାକ୍ଷୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ସୋନାକ୍ଷୀ ଏଥିରେ ଯୋଗଦେଇ ପାରି ନ ଥିଲେ। ଯେଉଁଥିପାଇଁ କାର୍ଯ୍ୟକ୍ରମ ଆୟୋଜକ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ସୋନାକ୍ଷୀଙ୍କ ମ୍ୟାନେଜର ଇଭେଣ୍ଟ ଆୟୋଜକଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏନେଇ ସେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌...

ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ...

ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍‌

ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ...

‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀଙ୍କଠୁ ତାଙ୍କୁ ଅଲଗା କରିନାହିଁ’

ଡ୍ରିମ୍‌ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍‌ର ହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍‌ ନିବିଡ।...

ପରଲୋକରେ ଲୋକପ୍ରିୟ ତେଲୁଗୁ ହାସ୍ୟ କଳାକାର ବେଣୁ ମାଧବ, ଶୋକରେ ବୁଡ଼ିଲା ଟଲିଉଡ୍‌

ମୁମ୍ବାଇ: ପରଲୋକରେ ତେଲୁଗୁ ସିନେମାଜଗତର ଲୋକପ୍ରିୟ ହାସ୍ୟ କଳାକାର ବେଣୁ ମାଧବ। ଦୀର୍ଘଦିନରୁ ଯକୃତ ଏବଂ ବୃକକ୍‌ ସମ୍ପନ୍ଧୀୟ ରୋଗରେ ପୀଡ଼ିତ ଥିବା ବେଣୁଙ୍କର ସ୍ବାସ୍ଥ୍ୟବସ୍ଥା...

୨୧ ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିଲେ ସଲମାନ୍‌: ଛପା ସରିଥିଲା କାର୍ଡ, ହେଲେ….

ସଲମାନ୍‌ ଖାନ୍‌ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ...

‘ଶମଶେରା’ର ପୋଷ୍ଟର ଦେଖି ଆଲିଆ କହିଲେ ହଟ୍‌

ମୁମ୍ବାଇ: ବଲଉଡ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ମୁଭିର ଶୁଟିଂରେ ବିଜି ଅଛନ୍ତି । ଏହି ସମୟରେ ସେ ତାଙ୍କ ପରିବାରକୁ...

ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ...

Advertisement
Archives

Model This Week