ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା: ମା’

ଖଇରା/କପ୍ତିପଦା,୧୯।୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ସୋମବାର ପ୍ରଥମେ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମକୁ ଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛନ୍ତି। ପରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଗୌଡଗାଁସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରିଛନ୍ତି।
ଖଇରା ପୋଲିସ ସହାୟତାରେ ଏହି ଟିମ୍‌ ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଓ ମାଈଁ ଊର୍ମିଳା ପଣ୍ଡାଙ୍କ ସହ ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପକୁ ରେକର୍ଡ କରିଛନ୍ତି। ସୌମ୍ୟଙ୍କ ମା’ଙ୍କ ବୟାନ ଅନୁଯାୟୀ ବିବାହର କିଛିଦିନ ପରେ ପୁଅ ପାରଳାଖେମୁଣ୍ଡିରୁ ଫୋନ କରି କହିଥିଲେ, ମା’ ମୋ ସଂସାର ଉଜୁଡିଗଲା, ମୁଁ ଫସିଗଲି । ବିଦ୍ୟା ବର୍ଷେ ପର୍ଯ୍ୟନ୍ତ ବୈବାହିକ ସମ୍ପର୍କ ନ ରଖିବାକୁ ମନା କରିଛନ୍ତି। ପ୍ରତ୍ୟେକ ଦିନ ଝଗଡା ଲାଗୁଥିବା ଏବଂ ବିଭିନ୍ନ ଆଳରେ ରାତି ଡ୍ୟୁଟି ପକାଇ ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଭୁବନେଶ୍ୱର ଟ୍ରେନିଂରେ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡା ଯୋଗୁ ବିଦ୍ୟାଭାରତୀ ସିନ୍ଦୂର ପୋଛିବା ଓ ହାତରୁ ଶଙ୍ଖା ଭାଙ୍ଗି ରାଗି ଘରୁ ପଳାଇଥିଲେ। ପରେ ତାଙ୍କୁ ଡିଏଫ୍‌ଓଙ୍କ ଘରୁ ବୁଝାଶୁଝା କରି ଅଣାଯାଇଥିବା ନେଇ ସୌମ୍ୟଙ୍କ ମା’ ପୋଲିସ ଆଗରେ କହିଥିଲେ।

ବୋହୂ ବିଦ୍ୟାଭାରତୀ ବଲାଙ୍ଗୀର ଯାଇ କେତେଜଣ ଯୁବକଙ୍କ ସହ ବ୍ୟାଚଲର ପାର୍ଟି କରିଥିଲେ। ସୌମ୍ୟ ତାଙ୍କ ସହ ଯାଇଥିଲେ ମଧ୍ୟ ତାଙ୍କୁ ବାହାରେ ରହିବା ପାଇଁ ବୋହୂ ବାଧ୍ୟ କରିଥିଲେ। ଏଥିରେ ସୌମ୍ୟ ଅତିଷ୍ଠ ହୋଇ ପାରଳାଖେମୁଣ୍ଡି ପଳାଇ ଆସିଥିଲେ। ଶେଷରେ ଶ୍ୱଶୁର ଶାଶୁଙ୍କ ଦ୍ୱାରା ଏହି ଘଟଣା ସମାଧାନ ହୋଇଥିବା ସୌମ୍ୟଙ୍କ ମା’ ପୋଲିସ ଆଗରେ କହିଥିଲେ। ସେହିଭଳି ରଜ ସମୟରେ ସୌମ୍ୟ ଘରକୁ ଆସିଥିବା ବେଳେ ନିଜ ମନ କଥାକୁ ମାଈଁଙ୍କ ଆଗରେ ପ୍ରକାଶ କରିଥିଲେ। ଡିଏଫଓଙ୍କ ଯୋଗୁ ତାଙ୍କ ପରିବାର ନଷ୍ଟ ହେବା କଥା କହି କାନ୍ଦି ପକାଇଥିଲେ। ସେହିଭଳି ମୃତ୍ୟୁ ପୂର୍ବରୁ ଜୁଲାଇ ୯ ତାରିଖରେ ବିଦ୍ୟାଭାରତୀ ସୌମ୍ୟଙ୍କର ସମ୍ପତ୍ତି ଏବଂ ପାଉଥିବା ଦରମାକୁ ତାଙ୍କ ନାମରେ ବଣ୍ଡ ପେପରରେ ଚୁକ୍ତି କରାଇନେଇଥିଲେ। ଉକ୍ତ ଚୁକ୍ତିନାମାର ନକଲ ତାଙ୍କ ମା’ ପୋଲିସକୁ ଦେଖାଇବା ସହ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ନେଇ ତାଙ୍କ ମାମୁ ଶୀତିକଣ୍ଠ ପଣ୍ଡା ପୋଲିସ ଆଗରେ କହିଥିଲେ। ତଦନ୍ତର ସ୍ବଚ୍ଛତା ପାଇଁ ପ୍ରଥମେ ଡିଏଫ୍‌ଓଙ୍କୁ ନିଲମ୍ବନ ଏବଂ ବିଦ୍ୟାଭାରତୀଙ୍କୁ ଗିରଫ ଓ ଲାଏ ଡିଟେକସନ ଟେଷ୍ଟ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଅପରାହ୍ନରେ ଏହି ଟିମ୍‌ ସ୍ଥାନୀୟ ପୋଲିସ ସହ ସାୈମ୍ୟଙ୍କ ଶ୍ୱଶୁର ଘର କପ୍ତିପଦା ଗାୈଡଗାଁରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ରହୁଥିବା ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଜେରା କରିଥିଲେ। ସୌମ୍ୟଙ୍କ ମୋବାଇଲ ଫୋନ ବିଦ୍ୟାଭାରତୀଙ୍କ ନିକଟରେ ଥିବାରୁ ଉଭୟଙ୍କ ମୋବାଇଲକୁ ଏହି ଟିମ୍‌ ଜବତ କରିଛି। ସେଥିରୁ କିଛି ତଥ୍ୟ ମିଳିପାରେ ବୋଲି ପୋଲିସ ସୂଚନା ଦେଇଛି। ଏତଦ୍‌ବ୍ୟତୀତ ଉଭୟଙ୍କ ଦାମ୍ପତ୍ୟ ଜୀବନ କିପରି ଥିଲା, ବିଦ୍ୟାଭାରତୀଙ୍କର ସାୈମ୍ୟଙ୍କୁ ବିବାହ ପାଇଁ ଇଚ୍ଛା ଥିଲା କି ନାହିଁ, ବିବାହ ପରେ ସେମାନଙ୍କ ମଧ୍ୟରେ କ’ଣ ଅସୁବିଧା ରହୁଥିଲା ପୋଲିସ ପଚାରିଥିବା ସୂଚନା ମିଳିଛି। ସୋମବାର ଏହି ତଦନ୍ତ ସରି ନ ଥିବା ବେଳେ ମଙ୍ଗଳବାର ମଧ୍ୟ ଟିମ୍‌ ଗୌଡ଼ଗାଁ ଆସିବ ବୋଲି ଟିମ ଲିଡର ଆଇଆଇସି ସ୍ବାଇଁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri