୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ ପୁଅକୁ ଫେରିପାଇଛନ୍ତି। ଆଜି ଧର୍ମର ଜୟ ହୋଇଛି। ପୁଅକୁ ପାଇ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ମା’ ସୀମା ଶତପଥି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ବାଲେଶ୍ୱର ଜିଲା ଗୋପାଳପୁର ଥାନା ଅଧୀନ ପଣ୍ଡାଶୁଣି ଗ୍ରାମର କମଳାକାନ୍ତ ମିଶ୍ର ମୋତିଗଞ୍ଜ ମେଣ୍ଢାଶୂଳ ଅଞ୍ଚଳର ଶରତ କୁମାର ଶତପଥିଙ୍କ କନ୍ୟା ସୀମାଙ୍କୁ ୨୦୦୮ରେ ବିବାହ କରିଥିଲେ। ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ନେଇ ୨୦୧୬ରେ ସୀମା ସ୍ବାମୀଙ୍କ ବିରୋଧରେ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଥିଲେ। ସେମାନଙ୍କର ଏକ ଶିଶୁପୁତ୍ର ଥିଲା। ସୀମା ଶିଶୁପୁତ୍ର ସହ ନିଜ ବାପଘରକୁ ପଳାଇ ଆସିଥିଲେ। କୌଶଳକ୍ରମେ ସ୍ବାମୀ କମଳାକାନ୍ତ ୪ବର୍ଷର ପୁଅକୁ ମା’ଠାରୁ ଲୁଚାଇ ନେଇ ଫେରାର ହୋଇଯାଇଥିଲେ। ପୁଅକୁ ଫେରିପାଇବା ଓ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବା ପାଇଁ ସୀମା ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଶିଶୁପୁତ୍ରକୁ ମା’ଙ୍କୁ ହସ୍ତାନ୍ତର କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କମଳାକାନ୍ତ ଫେରାର ଥିବାରୁ ତାଙ୍କ ନାମରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ବାଲେଶ୍ୱର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଦିଲ୍ଲୀରେ ଚଢ଼ାଉ କରି ୧୪ବର୍ଷର ନାବାଳକ ପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲେ। ନାବାଳକ ପୁତ୍ରକୁ ଜିଲା ଶିଶୁ ମଙ୍ଗଳ କମିଟି ହେପାଜତରେ ରଖାଯାଇଥିଲା। ମଙ୍ଗଳବାର ପରିବାର ଅଦାଲତରେ ଗିରଫ ବାପାଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ଉଦ୍ଧାର ପୁତ୍ର ସନ୍ତାନଙ୍କ ସହ ଉଭୟ ପକ୍ଷ ପରିବାର ଲୋକେ ସେଠାରେ ଉପସ୍ଥିତ ଥିଲେ।
ସୀମା ଶତପଥୀଙ୍କ ଓକିଲ ସସ୍ମିତା ମିଶ୍ରଙ୍କ କହିବା ଅନୁସାରେ, ସୀମାଙ୍କୁ ଭରଣପୋଷଣ ଓ ପୁଅକୁ ଫେରି ପାଇବା ଘଟଣାରେ ପରିବାର ଅଦାଲତରେ ଶୁଣାଣି ହୋଇଥିଲା। ପ୍ରଥମେ କମଳାକାନ୍ତଙ୍କ ସ୍ତ୍ରୀ ସୀମାଙ୍କ ପକ୍ଷରୁ କୋର୍ଟରେ ଭରଣପୋଷଣ ପାଇଁ ୬ଲକ୍ଷ ୪୫ହଜାର ଟଙ୍କା ଦାବି କରାଯାଇଥିଲା। ପ୍ରାଥମିକ ସ୍ତରରେ କମଳାକାନ୍ତ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବାକି ୫ଲକ୍ଷ ୪୫ହଜାର ଟଙ୍କା ପ୍ରଦାନ କରି ନ ଥିଲେ। କୋର୍ଟ କମଳାକାନ୍ତଙ୍କୁ ବାକି ଟଙ୍କା ପ୍ରଦାନ କରିବାକୁ କହିଥିଲେ ହେଁ ସେ ଦେଇପାରିବେ ନାହଁି ବୋଲି କହିଥିଲେ। ଏକ ଅଣ୍ଡରଟେକିଂ ମାଧ୍ୟମରେ ସିଡବ୍ଲ୍ୟୁସିଙ୍କଠାରୁ ଉଦ୍ଧାର ପୁତ୍ରକୁ ତାଙ୍କ ମା’ ସୀମାକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ। କୋର୍ଟଙ୍କ ପୁରୁଣା ନିର୍ଦ୍ଦେଶ ମୁତାବକ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଓ ଅନିତା କରଙ୍କ ଉପସ୍ଥିତିରେ ଅଣ୍ଡରଟେକିଂ ଦ୍ୱାରା ନାବାଳକ ପୁଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ନାବାଳକଙ୍କ ଅଜା ଓ ଆଈ ଉପସ୍ଥିତ ଥିଲେ। ଅପରପକ୍ଷରେ କମଳାକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri