ରାଷ୍ଟ୍ରପତି ହେବା ପାଇଁ ବାଇଡେନଙ୍କ ପଥରେ ପୁଅ ପ୍ରତିବନ୍ଧକ, ସାମ୍ନାକୁ ଆସିଲା ଏହି କାରଣ

ଓ୍ବାଶିଂଟନ,୧୪ା୧୦ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିପାରେ। ତାଙ୍କ ପୁଅ ହଣ୍ଟରଙ୍କ ପାଇଁ ହିଁ ବାଇଡେନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏକ ସର୍ଭେରେ କୁହାଯାଇଛି। ଏହି ସର୍ଭେରେ ୩୫ ପ୍ରତିଶତ ଆମେରିକୀୟ କହିଛନ୍ତି, ରାଷ୍ଟ୍ରପତି ବାଇଡେନ କିଛି ଭୁଲ କରିଛନ୍ତି। ଏଥି ସହିତ ପ୍ରାୟ ୩୩ ପ୍ରତିଶତ ଲୋକ କହିଛନ୍ତି, ସେମାନେ ଭାବନ୍ତି ରାଷ୍ଟ୍ରପତି ଅନୈତିକ ବ୍ୟବହାର କରିଛନ୍ତି, କିନ୍ତୁ ବେଆଇନ ନୁହେଁ। ସର୍ବେକ୍ଷଣ ଅନୁଯାୟୀ, ୩୦ ପ୍ରତିଶତ ଲୋକ କହିଛନ୍ତି, ବାଇଡେନ କିଛି ଭୁଲ୍‌ କରିନାହାନ୍ତି।

ଏନ୍‌ଆର୍‌ସି ସେଣ୍ଟର ଫର୍‌ ପବ୍ଲିକ ଆଫେୟାର୍ସ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ସର୍ଭେ ଫଳାଫଳ ଅନୁଯାୟୀ, ବାଇଡେନଙ୍କ ନୈତିକତା ଉପରେ ଉଭୟ ରାଜନୈତିକ ବିଭାଜନ ଏବଂ ସନ୍ଦେହକୁ ଦର୍ଶାଉଛି। ହାଉସ୍‌ ରିପବ୍ଲିକାନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ରାଷ୍ଟ୍ରପତି ତାଙ୍କର ୫୩ ବର୍ଷର ପୁଅ ହଣ୍ଟର ବାଇଡେନଙ୍କ ବୈଦେଶିକ ବ୍ୟବସାୟ କାରବାର ସହ ଜଡ଼ିତ ଥିବା କୁହାଯାଉଛି। ଟ୍ୟାକ୍ସ ଏବଂ ବନ୍ଧୁକ ମାମଲାରେ ହଣ୍ଟର୍‌ ମଧ୍ୟ ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ରିପବ୍ଲିକାନମାନେ ବର୍ଷ ବର୍ଷ ଧରି ହଣ୍ଟର୍‌ଙ୍କ ଉପରେ ଯାଞ୍ଚ କରୁଛନ୍ତି।

ବାଇଡେନଙ୍କ ପରିବାର ଅନ୍ତର୍ଜାତୀୟ ବ୍ୟବସାୟର ନୈତିକତା ଉପରେ ପ୍ରଶ୍ନ ଉଠିଛି ସତ କିନ୍ତୁ ଏପର୍ଯ୍ୟନ୍ତ ବର୍ତ୍ତମାନ କିମ୍ବା ପୂର୍ବ କାର୍ଯ୍ୟାଳୟରେ ତାଙ୍କ ଭୂମିକାକୁ ଅପବ୍ୟବହାର କରିଥିବା ପ୍ରମାଣ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?