ଜାମିନ୍‌ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ

ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍‌ରେ ଥିଲେ। ଏହି ମାମଲା ବିଚାରାଧୀନ ଥିବାବେଳେ ୨ ଦିନ ତଳେ ସେମାନେ ଜାମିନ୍‌ରେ ମୁକୁଳି ରାଉରକେଲା ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ମୃତ ଶମ୍ଭୁଙ୍କ ପିତା, ମାତା ଓ ଭଉଣୀ ପ୍ରତିଶୋଧ ପରାୟଣ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ରାତିରେ ସେମାନେ ଉକ୍ତ ଯୁବକଙ୍କୁ ମାରଣାସ୍ତ୍ର ସହ ପଥରରେ ଆକ୍ରମଣ କରିଥିବା ବେଳେ ବଞ୍ଚାଇବାକୁ ଆସିଥିବା ତାଙ୍କ ମା’ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଯୁବକଙ୍କ ପିତା ରାମବଲ୍ଲଭ ପ୍ରସାଦ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ୩ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ ଘଡେଇ(୫୮), ଲକ୍ଷ୍ମୀଲତା ଘଡେଇ ଓ ମନୋରମା ଘଡେଇ। ସେମାନଙ୍କଠାରୁ ଧାରୁଆ ରଡ୍‌ ଓ ପଥର ଜବତ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୧୩/୨୫) ରୁଜୁ କରିଛି। ସେହିପରି ଆକ୍ରମଣର ଶିକାର ହୋଇଥିବା ଯୁବକ ଓ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ୨୦୨୩ରେ ପ୍ଲାଣ୍ଟସାଇଟ୍‌ ଥାନାରେ ଶମ୍ଭୁଙ୍କ ନିଖୋଜ ନେଇ ଏକ ମାମଲା (ନଂ.୬୧/୨୩) ରୁଜୁ ହୋଇଥିଲା। ୩ ଦିନ ପରେ ଶମ୍ଭୁଙ୍କ ମୃତଦେହ କୋରାପୁଟ ଜିଲା ପଟାଙ୍ଗୀରୁ ଉଦ୍ଧାର କରାଯାଇଥିଲା। ତେବେ ସେଠାକାର ପୋଲିସ ଏକ ମାମଲା (ନଂ.୧୩୬/୨୩) ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଟିମ୍ବରକଲୋନୀର ରାଜଦୀପକ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ସେବେଠାରୁ ଅଭିଯୁକ୍ତମାନେ ଜେଲ୍‌ରେ ଥିଲେ। ୨ଦିନ ତଳେ ରାଜଦୀପକ ଜାମିନ୍‌ରେ ଆସିଥିଲେ। ଏକମାତ୍ର ପୁଅର ହତ୍ୟା ଅଭିଯୁକ୍ତଙ୍କୁ ଦେଖିବା ପରେ ପ୍ରତିଶୋଧପରାୟଣ ହୋଇ ମୃତ ଶମ୍ଭୁଙ୍କ ପରିବାର ଲୋକେ ରାଜଦୀପକଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପଥରରେ ଛେଚି ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା।

ଏଥିରେ ରାଜ୍‌ଙ୍କ ମା’ ରେଣୁ ଦେବୀ ମଧ୍ୟ ଆହତ ହୋଇଥିଲେ। ଉଲ୍ଲେଖନୀୟ, ଗୌତମ ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ। ସେ ପତ୍ନୀ ଲକ୍ଷ୍ମୀଲତା, ପୁଅ ଶମ୍ଭୁ ଏବଂ ଝିଅ ମନୋରମାଙ୍କୁ ନେଇ ଟିମ୍ବରକଲୋନିରେ ରହୁଥିଲେ। ଜନ୍ମ ଦିନ ପାଳନ ପାଇଁ ଶମ୍ଭୁଙ୍କୁ ଟିମ୍ବରକଲୋନିର ୩ ଜଣ ଯୁବକ କୋରାପୁଟ ବୁଲାଇ ନେବା ପରେ ସେଠାରେ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri