ଜମିବାଡି ବିବାଦରୁ ପୁତୁରାଙ୍କୁ ହତ୍ୟା

ସିନାପାଲି,୧୬।୧: ନୂଆପଡା ଜିଲା ସିନାପାଲି ଥାନା ଗମ୍ଭାରୀଗୁଡ଼ା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନନ୍ଦ ଖର୍ସେଲ (୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା ଚଳାଇଛି।
ପୋଲିସ ସୂଚନା ଅନୁସାରେ, ଗମ୍ଭାରୀଗୁଡା ଗ୍ରାମର ନନ୍ଦ ଖର୍ସେଲ ଓ ତାଙ୍କ ସମ୍ପର୍କୀୟ କାକା ବୈବସ୍ବତ ଖର୍ସେଲଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଛି। ଗତ ୧୫ ଦିନ ତଳେ ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶନିବାର ବୈବସ୍ବତଙ୍କ ଘର ରାସ୍ତା ଦେଇ ନନ୍ଦ ଯାଉଥିବା ବେଳେ ପୂର୍ବ ଯୋଜନା ମୁତାବକ ବୈବସ୍ବତଙ୍କ ପରିବାର ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଖଡିଆଳ ଏସ୍‌ଡିପିଓ ସତକ୍‌ ଜୈନ, ସିନାପାଲି ଥାନାଧିକାରୀ ଜ୍ୟୋତିରଞ୍ଜନ ଗଉଡ ସଦଳବଳ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିସତ୍ା ଲାଗି ଟଁକା ଅଭାବ୍‌:୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ

ଲାଠୋର, ୨୦ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ରୁକୁରାମ ତାଣ୍ଡି(୫୦)। ମାଏକିନା ନୃଜ୍ୟ, ଝି’ ଶିବାନୀ ଆର ପୁଓ ଲଲିତକେ...

କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା...

ଗୋବିନ୍ଦଙ୍କ କୋଭିଡ୍‌ ରିପୋର୍ଟକୁ ନେଇ ବଢିଲା ଦ୍ୱନ୍ଦ୍ୱ

ଟିଟିଲାଗଡ଼, ୨୫।୧୦(ଡି.ଏନ.ଏ.): ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ବାରାକରୁ ଗତ ୧୭ ତାରିଖ ରାତିରେ ଫେରାର ହେବା ଦିନଠାରୁ...

ବରଗଡ଼ରେ ଶିଶୁଙ୍କ ସମେତ ୪କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲାରେ ଗୁରୁବାର ପୁଣି ୪ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।...

ଆଜି କରୋନା ନେଲା ୭ ଜୀବନ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୨୬୮...

ଏଟିଏମ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ

ବାସୁଦେବପୁର, ୧୦।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବେତଡ଼ା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ୍‌ରୁ ହଠାତ୍‌ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ...

ମୋବାଇଲ ଚୋର ସନ୍ଦେହରେ ରାସ୍ତାରେ ଯୁବକଙ୍କୁ ବାନ୍ଧି ଘୋଷାଡି ଘୋଷାଡି ନେଲେ

ଭଦ୍ରକ ଅଫିସ,୩୧।୮: – ମୋବାଇଲ ଚୋରି ସନ୍ଦେହରେ ବିଚ ବଜାରରେ ଯୁବକଙ୍କୁ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲେ ଅନ୍ୟ ଜଣେ ଯୁବକ। ଏପରି ଅଭାବନୀୟ...

ହାତୀଙ୍କ ସୂଚନା ଦେଉଥିବା ସାଇରନ୍‌ ଅଚଳ

ଢେଙ୍କାନାଳ ଅଫିସ, ୩୦।୭ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଏନ୍‌ଏଚ୍‌ରେ ଯାତ୍ରୀଙ୍କୁ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ପରୀକ୍ଷାମୂଳକ ଭାବେ ଲାଗିଥିବା...

Advertisement
Archives

Model This Week