ଝିଅର ସିନ୍ଦୂର ପୋଛିଦେଲେ ବାପା: ଜ୍ୱାଇଁଙ୍କୁ ପିଟି ମାରିଦେଲେ

ଟିକିରି,୨୦।୨(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଙ୍କ ଠେଙ୍ଗାମାଡ଼ରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଦ୍ୟା ଝୋଡ଼ିଆ (୨୦)। ଟିକିରି ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ଶ୍ୱଶୁର ବୁଡୁ ଝୋଡିଆଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂଚନା ଅନୁଯାୟୀ, ମୁଣ୍ଡାଗାଁରେ ଗତ ସୋମବାର ମାଘ ମହାଯାତ୍ରାରେ ଏକ ନାଟକ ଚାଲିଥିଲା। ଏହି ସମୟରେ ଉଭୟ ଶ୍ୱଶୁର ବୁଡୁ ଓ ଜ୍ୱାଇଁ ବିଦ୍ୟା ଅତ୍ୟଧିକ ମଦ୍ୟପାନକରି କୌଣସି ବିଷୟକୁ ନେଇ ଗଣ୍ଡଗୋଳ କରିଥିଲେ। ଏଥିରେ ଶ୍ୱଶୁର ବୁଡୁ ଉତ୍‌କ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ବାଉଁଶ ଠେଙ୍ଗା ଧରି ଜ୍ୱାଇଁ ବିଦ୍ୟାଙ୍କ ମୁଣ୍ଡରେ ଆଘାତ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ମେଡିକାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବରପାଇ ଟିକିରି ଥାନା ଆଇଆଇସି ବିଶ୍ୱବନ୍ଦିନୀ ବାଗ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସୂଚନାଯୋଗ୍ୟ, ମୃତକ ବିଦ୍ୟା ୩ ବର୍ଷ ପୂର୍ବେ ବୁଡୁଙ୍କ ଝିଅକୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଥିବାବେଳେ ସ୍ତ୍ରୀ ୫ ମାସର ଗର୍ଭବତୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୦ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

[dharitri_cat_thumb cat=”1581″ title=”ଛୁଟି ଦିନ” link=”https://www.dharitriepaper.in/”]
[dharitri_cat_thumb cat=”1619″ title=”ପିଲାଙ୍କ ଧରିତ୍ରୀ” link=”https://www.dharitriepaper.in/”]

Model This Week

ପିଲାଙ୍କ ଧରିତ୍ରୀ

Why Dharitri