ପୁତୁରାର ଠେଙ୍ଗା ମାଡରେ କକାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ପୁତୁରା ଆକ୍ରମଣରେ ଘଟିଛି କକାଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଘଟିଛି ତାରସିଂଙ୍ଗି ଥାନା ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ। ମୃତକ ଜଣଙ୍କ ହେଲେ କୃଷ୍ଣ ଖିଲାର । ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଜମି ଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।
ଅଭିଯୁକ୍ତ ପୁତୁରା ଘଟଣା ପରଠୁ ଫେରାର ହୋଇଯାଇଛନ୍ତି।
ସୂଚନାନୁସାରେ, ଗୁରୁବାର ସାରେ କୃଷ୍ଣ ଜମିରୁ କାମସାରି ଫେରୁଥିଲେ। ଏହି ସମୟରେ ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ପ୍ରସ୍ତୁତ ହୋଇ ରହିଥିବା ପୁତୁରା ସୁବାସ ବିଷୋୟୀ ହଠାତ୍‌ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇପାରି ନ ଥିଲେ। ଶୁକ୍ରବାର ସକାଳେ ମୃତଦେହକୁ ମିଳିବା ପରେ ପୋଲିସକୁ ସୂଚନା ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାର ତଦନ୍ତ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ମହିଳା କୋର୍ଟ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୨୪।୧୧: ଓଡ଼ିଶାର ପ୍ରଥମ ମହିଳା କୋର୍ଟ ଖୋର୍ଦ୍ଧା ଅଦାଲତ ପରିସରରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିନିୟର ଡିଭିଜନ ସିଭିଲ ଜଜ୍‌...

ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁ, ଭାଣିଜୀ ସମେତ ୩ ଗୁରୁତର

ପରଜଙ୍ଗ, ୯।୧(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା...

ପଦ୍ମପୁରରେ ଶ୍ରମ କମିଶନର

ପଦ୍ମପୁର, ୧୩।୯ (ଡି.ଏନ.ଏ): ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁ ଶୁକ୍ରବାର ଦିନିକିଆ ପଦ୍ମପୁର ଗସ୍ତରେ ଆସି ଦାଦନ ଶ୍ରମିକ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ...

ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼...

ଜୟପୁରରେ ରବି ନନ୍ଦ ଆଗୁଆ

ଜୟପୁର,୨୩ା୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ...

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା...

୨୩ରେ ଅନୁଗୋଳ-ଭୁବନେଶ୍ୱର ବସ୍‌ ବନ୍ଦ

ଅନୁଗୋଳ ଅଫିସ, ୪।୧୨: କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ଶେଷ ହେଉନାହିଁ। ଏପରି କି କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବାରୁ ରାସ୍ତା ଶୋଚନୀୟ...

ଚଳନ୍ତା ଟ୍ରକ୍‌ରେ ଯୁବକଙ୍କୁ ବନ୍ଧା ହେବା ଘଟଣା: ଚାଳକ ଗିରଫ

ପାରାଦୀପ,୨୬ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଜଣେ ଯୁବକଙ୍କୁ ଟ୍ରକ୍‌ରେ ବାନ୍ଧି ଚଳାଇବା ଭିଡିଓ ଭାଇରାଲ ହୋଇଥିଲା। ଏହି...

Advertisement
Archives

Model This Week