ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା ଦାଶ (୨୯) ଜଗତ୍‌ସିଂହପୁର ଥାନାରେ ପୁନଃ ଅଭିଯୋଗ କଲାପରେ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ଗତ ୬ ତାରିଖରେ ସୋମାଲିକାଙ୍କୁ ଜଗତ୍‌ସିଂହପୁର ଥାନାକୁ ଡକାଇ ଧାରା ୧୬୧ରେ ପାଖାପାଖି ୬ ଘଣ୍ଟା କାଳ ବୟାନ ରେକର୍ଡ କରିଛି। ଶୁକ୍ରବାର ଧାରା ୧୬୪ରେ ବୟାନ ରେକର୍ଡ ପାଇଁ ପ୍ରଥମେ ଥାନାକୁ ଡକାଇଥିଲା। ତା’ପରେ ଜଗତ୍‌ସିଂହପୁର ଜେଏମ୍‌ଏଫ୍‌ସି ମଲିକା ଗୋଏଙ୍କାଙ୍କ କୋର୍ଟରେ ତାଙ୍କୁ ହାଜର କରାଇଛି। କୋର୍ଟରେ ବିଚାରପତି ପାଖାପାଖି ୨ ଘଣ୍ଟା କାଳ ସୋମାଲିକାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛନ୍ତି। ଏ ସମ୍ପର୍କରେ ସୋମାଲିକା କହିଛନ୍ତି, ଅଭିଯୋଗ ଆଧାରରେ ବିଚାରପତି ଯାହା ପଚାରିଥିଲେ ସେ ତା’ର ଉତ୍ତର ଦେଇଛନ୍ତି। ପୋଲିସ ପ୍ରଥମେ ଚାପରେ ପଡ଼ି ବିଧାୟକ ଦାସଙ୍କ ବିରୋଧରେ ମାମଲା ରୁଜୁ କରି ନ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ପଦକ୍ଷେପ ନିଆଯାଇଛି। ଏବେବି ପୋଲିସ ଓ କୋର୍ଟଙ୍କ ଉପରେ ଭରସା ଅଛି। ଯଦି ନ୍ୟାୟ ନ ମିଳେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୋମାଲିକା ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ତାଙ୍କୁ ଆଇନଗତ ସହାୟତା ଦେଉଥିବା ଓକିଲ ସ୍ନିଗ୍ଧା ମହାନ୍ତି କହିଛନ୍ତି,ସୋମାଲିକା ପୋଲିସ ଆଗରେ ଧାରା ୧୬୧ରେ ବୟାନ ଦେଇଥିଲେ। କାଳେ ପୋଲିସକୁ ଡରି ବୟାନ ବଦଳାଇଥିବେ ତେଣୁ ଧାରା ୧୬୪ର ଗୁରୁତ୍ୱ ଅଧିକ। ଏହି ଆଧାରରେ କୋର୍ଟରେ ବୟାନ ରେକର୍ଡ ଜରୁରୀ। ତେଣୁ ବିଚାରପତି ପୋଲିସ ନିକଟରେ ଓ କୋର୍ଟରେ ସୋମାଲିକା ଦେଇଥିବା ବୟାନକୁ ତର୍ଜମା କରିବେ। ଏବେ ପୋଲିସର କାମ ହେଲା ବିଧାୟକ ଦାସଙ୍କୁ ତୁରନ୍ତ ଗିରଫ କରିବା। ଏସ୍‌ପି ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକ ଦାସଙ୍କ ସହ ସୋମାଲିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋମାଲିକା ନିଜେ ଏହାକୁ ଭାଇରାଲ କରି ଚର୍ଚ୍ଚାକୁ ଆସିଥିଲେ। ପରେ ସେମାନଙ୍କ ବିବାହ ନିଷ୍ପତ୍ତି ହୋଇଥିଲା। ୧୭ା୫ା୨୦୨୨ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ କୋର୍ଟରେ ଉଭୟ ବିବାହ ପାଇଁ ଆବେଦନ କରିଥିଲେ। ଆବେଦନର ୩୦ ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେ କୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଆବେଦନର ୩୧ ଦିନ ସୋମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ବିଜୟଶଙ୍କରଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ସେ ଫେରି ଯାଇଥିଲେ। ଅପରପକ୍ଷେ ମା’ଙ୍କ ଦେହ ଖରାପ କାରଣରୁ ପରବର୍ତ୍ତୀ ସମୟରେ ବିବାହ କରିବେ ବୋଲି ବିଜୟଶଙ୍କର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ପର୍ଯ୍ୟାୟକ୍ରମେ ବଢି ଚାଲିଥିଲା। ଏହି ଘଟଣାରେ ପୋଲିସ ନୀରବତା ଅବଲମ୍ବନ କରିବାରୁ ସୋମାଲିକା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶପ୍ରକାରେ ପୋଲିସ ମାମଲା ରୁଜୁ କରି ସୋମାଲିକାଙ୍କ ବୟାନ ରେକର୍ଡ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଇଛି। ଏହା ଭିତରେ ତିର୍ତ୍ତୋଲ ମହିଳା କଂଗ୍ରେସ ଓ ଭାଜପା ଜିଲା ଶାଖା ପକ୍ଷରୁ ବିଧାୟକ ଦାସଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ପୃଥକଭାବେ ସ୍ମାରକପତ୍ର ଦିଆଯାଇଛି। ଆଗକୁ ଏହି ଘଟଣାର ଅଧିକ ତଦନ୍ତ ହେବ ବୋଲି ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri