୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ

କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ ଭିତରେ ମୋଟର ସଂଯୋଗ ମଧ୍ୟ କରାଯାଇଛି। କିନ୍ତୁ ଦୁଇ ବର୍ଷ ଠିକ୍‌ ଭାବେ ଚାଲିଲା ପରେ ଆଜକୁ ତିନି ବର୍ଷ ହେଲା ନଳକୂପ ଭିତରେ ମୋଟର ଫସି ରହି ଯାଇ ଖରାପ ହେବାରୁ ନଳକୂପରୁ ପାଣି ଆଉ ବାହାରିଲା ନାହିଁ। ମେକାନିକ୍‌ ଆସି ମୋଟରକୁ କାଢ଼ିବା ପାଇଁ ବହୁ ଚେଷ୍ଟା କଲେ ତଥାପି ମୋଟର କାଢ଼ିବା ବହୁତ କଷ୍ଟ ହେବାରୁ ଦୀର୍ଘ ତିନି ବର୍ଷ ହେଲା ମୋଟର ଅଚଳ ହୋଇ ପଡ଼ିରହିଛି। ଯାହାଫଳରେ ପାଣି ବାହାରିବା କଷ୍ଟ ହେଉଛି। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାକୁ ଦୂର କରିବା ପାଇଁ ପରଲସିଙ୍ଗା ପଞ୍ଚାୟତ ପକ୍ଷରୁ ନୂତନ ଭାବେ ଆଉ ଏକ ନଳକୂପ ଖୋଳାଗଲା କିନ୍ତୁ ପାଣି ବାହାରିଲା ନାହିଁ। ବେଳାମାଲ ଗ୍ରାମ ଚାରି ପଟେ ପଥୁରିଆ ହୋଇଥିବାରୁ ପାଣି ବାହାରିବା ବହୁତ କଷ୍ଟ ହେଉଛି। ନଳକୂପ ଭିତରେ ମୋଟର ଫସି ରହି ଥିବାରୁ କମ୍‌ ପରିମାଣରେ ପାଣି ବାହାରୁଛି। ଉକ୍ତ ଗ୍ରାମର ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି।

ଏ ସଂକ୍ରାନ୍ତରେ ପରଲସିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଝସକେତନ ସାହୁଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା ପାଇ ନୂତନ ଏକ ନଳକୂପ ଖୋଳାଯାଇଛି, କିନ୍ତୁ ପାଣି ନ ବାହାରିବାରୁ ପୁଣି ବିଧାୟକଙ୍କୁ ଆଉ ଗୋଟାଏ ନଳକୂପ ମଞ୍ଜୁର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri