ପ୍ରସ୍ତାବରେ ସୀମିତ ସୋଲାର ପିଡବ୍ଲ୍ୟୁଏସ୍‌

ଯାଜପୁର ଅଫିସ,୧୯ା୫: ରାଜ୍ୟର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଉପକୂଳବର୍ତ୍ତୀ ୯ ଜିଲାର ପାଇପ୍‌ ଜଳଯୋଗାଣ ପ୍ରକଳ୍ପ (ପିଡବ୍ଲୁଏସ୍‌)ରେ ବିଦ୍ୟୁତ୍‌ ସହ ସୋଲାର ପମ୍ପ୍‌ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ୨୦୧୯ ମେ’ ମାସରେ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲୁଏସ୍‌ଏସ୍‌) ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ପ୍ରସ୍ତାବ ଦେଇଥିଲେ। ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲାର ୪୩୧୫ ପ୍ରକଳ୍ପ ପାଇଁ ୱାଲର୍‌ଡ ବ୍ୟାଙ୍କ ଅନୁଦାନରୁ ପ୍ରାୟ ୩୪୫.୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତ୍ୟେକ ପ୍ରକଳ୍ପ ପିଛା ୦.୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଛି । ଏହି ମହତ୍‌ କାର୍ଯ୍ୟ କେବଳ ପ୍ରସ୍ତାବରେ ସୀମିତ ରହିଛି।

ଉପକୂଳବର୍ତ୍ତୀ ଜିଲାବାସୀ ପ୍ରାୟ ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ବନ୍ୟା ଓ ବାତ୍ୟା ସମୟରେ ବିଦ୍ୟୁତ୍‌ ବିଭ୍ରାଟ ବନ୍ୟା ବିପନ୍ନଙ୍କୁ ଦୁର୍ବିଷହ କରିଥାଏ। ବିଶେଷକରି ସ୍ବଚ୍ଛ ପାନୀୟଜଳ ଯୋଗାଣ ବନ୍ୟା ଅଞ୍ଚଳକୁ ବନ୍ଦ ହୋଇଯାଇଥାଏ। ବନ୍ୟା ବିପନ୍ନମାନେ ସ୍ବଚ୍ଛ ପାନୀୟଜଳ ପାଇଁ ଡହଳବିକଳ ହୋଇଥାନ୍ତି। ଏହି ଦୃଷ୍ଟିରୁ ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ ଏକ ଦୂରଦୃଷ୍ଟିସମ୍ପନ୍ନ ସୌରଚାଳିତ ପମ୍ପ୍‌ ବସାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତାହା ଫାଇଲ ତଳେ ରହିଯାଇଥିବାରୁ ବନ୍ୟାବିପନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟା ଦୂର ଆଶା କ୍ଷୀଣ ହୋଇଯାଇଛି।

ଅନ୍ୟପକ୍ଷେ ଯାଜପୁର ଜିଲାରେ ୩ ପର୍ଯ୍ୟାୟରେ ପ୍ରାୟ ୨୦୦ଟି ସୌର ଯନ୍ତ୍ରଚାଳିତ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି ା ନିମ୍ନମାନର ଯନ୍ତ୍ରାଂଶ ଲଗାଇ ଦାୟିତ୍ୱରେ ଥିବା କମ୍ପାନୀ ମାଲାମାଲ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାନୀୟ ଜଳ ଚାହିଦା ପୂରଣ ହୋଇପାରିନାହିଁ। ଗତବର୍ଷ ଓଡ଼ିଶା ରିନେବଲ ଏନର୍ଜୀ ଡେଭେଲପ୍‌ମେଣ୍ଟ ଏଜେନ୍ସି(ଓରିଡା) ପକ୍ଷରୁ ସୌରଚାଳିତ ପ୍ରକଳ୍ପଗୁଡ଼ିକ ଉପରେ ସର୍ଭେ ହୋଇଥିଲା। ସେଥିରେ ସୌରଚାଳିତ ପ୍ରକଳ୍ପଗୁଡ଼ିକ ସର୍ବାଧିକ ୨୮୧ ଦିନ ଚାଲିଥିଲା । ଧର୍ମଶାଳା ବ୍ଲକରେ ଶାନ୍ତି ଆସୋସିଏଟ୍‌ ଦ୍ୱାରା ଯୋଗାଣ ହୋଇଥିବା ଏଣ୍ଡଲବା ବିଛାଖଣ୍ଡିର ମୁଣ୍ଡାସାହି ପ୍ରକଳ୍ପ ୨୧୯ ଦିନ, ପାଟପୁର ହରିଜନ ସାହି ପ୍ରକଳ୍ପ ୨୧୮ ଦିନ, ପାଟପୁର ବଡବାରିସାହି ପ୍ରକଳ୍ପ ମାତ୍ର ୧୩ ଦିନ ଚାଲିବା ପରେ ଅଚଳ ହୋଇପଡିଥିଲା । ସେହିପରି ସୁକିନ୍ଦା ବ୍ଲକ ଗୋବରଖାଟି ମିର୍ଗିଚର ପ୍ରକଳ୍ପ ୧୭୭ ଦିନ, ଚିଙ୍ଗୁଡିପାଳ ଛତନନଗର ମୁଣ୍ଡାସାହି ପ୍ରକଳ୍ପ ୧୬୯ ଦିନ ଓ ଖରଡି ପ୍ରକଳ୍ପ ୨୧୧ ଦିନ ପାଣି ଯୋଗାଣ କରିପାରିଥିଲା । ସେହିପରି ବଡ଼ଚଣା ବ୍ଲକର ପାରିଆ ସାବରସାହି ପ୍ରକଳ୍ପ ୨୮୧ ଦିନ, ଭୂଷଣପୁର ଆଦିବାସୀ ସାହି ପ୍ରକଳ୍ପ ୧୩୧ ଦିନ ଓ ଚାରିନଙ୍ଗଲ ଝାରକୁଳ ପ୍ରକଳ୍ପ ମାତ୍ର ୧୩ ଦିନ ଚାଲିଥିଲା । ତେଣୁ ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସ୍ତାବିତ ସୌରଚାଳିତ ପମ୍ପ ଉଚ୍ଚମାନର ସ୍ଥାପନ କରା ନ ଗଲେ କିଛିଦିନ କାର୍ଯ୍ୟକ୍ଷମ ହୋଇ ପୁଣି ଅଚଳ ହେବାର ସମ୍ଭାବନା ରହିଛି ବୋଲି ସେତେବେଳେ ମତପ୍ରକାଶ ପାଇଥିଲା । ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri