ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ

ଲାଞ୍ଜିଗଡ଼,୨୬।୧୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ବନ୍ଦ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ପଞ୍ଚାୟତ ଗୌଡ଼ପଡାଠାରେ ଶୌରଶକ୍ତିର ଯାନ୍ତ୍ରିକ ତ୍ରୁଟି ଯୋଗୁ ଗତ ୪ ବର୍ଷ ହେଲା ଜଳଯୋଗାଣ ବନ୍ଦ ଥିବା ବେଳେ ଆଶ୍ରମପଡ଼ାରେ ୩ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଛି। କଲୋନୀ ପଡ଼ାରେ ଦେଢ଼ ବର୍ଷ ଏବଂ ଡମ୍ବବିଶି ପଡ଼ାରେ ୧ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ସେହିପରି ଛତ୍ରପୁର ପଞ୍ଚାୟତ ଲେପଟାଗୁଡା ଗାଁରେ ଦେଢ଼ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ଆଦିବାସୀ ଗାଁରେ ବର୍ତ୍ତମାନ ଗୋଟିଏ ନଳକୂପ ଥିଲେ ମଧ୍ୟ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଆବଶ୍ୟକ ପାଣି ପାଇପାରୁ ନାହାନ୍ତି। ସେହିପରି ଟାଙ୍ଗନକଣା ଗାଁର ସୋଲାର ପାଣି ଟାଙ୍କି ଫାଟି ୨ ବର୍ଷ ହେଲା ଅଭିଯୋଗ ପରେ ବି କେହି ଶୁଣୁ ନ ଥିବା ଗାଁ ଲୋକେ କହୁଛନ୍ତି। ବାତେଲିମା ପଞ୍ଚାୟତ ହରିଜନପଡା ଓ ଗଉଡ଼ ପଡ଼ାରେ ୧ ବର୍ଷ ହେଲା ବନ୍ଦ ପଡିଛି। ସେହିପରି ବସନ୍ତପଡା ପଞ୍ଚାୟତର ବୁଣ୍ଡେଲ ଗ୍ରାମରେ ମଧ୍ୟ ଶୌର ଶକ୍ତିର ମୋଟର ଖରାପ ଯୋଗୁ ୩ ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଥିବା ଅଭିଯୋଗ ପରେ ମଧ୍ୟ କେହି ଶୁଣି ନ ଥିବା ଗାଁ ଲୋକେ କହିଛନ୍ତି। ବସନ୍ତପଡାର ମାଝି ସାହିର ମଧ୍ୟ ୩ ବର୍ଷ ହେଲା ବନ୍ଦ ରହିଛି। ସେଠାରେ ମୋଟର ମଧ୍ୟ ସଂଯୋଗ କରାଯାଇନାହିଁ। ସେହିପରି ମାଳି ପାଡାରେ ମଧ୍ୟ ୧ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ସେହିପରି ଜଗନ୍ନାଥପୁର ପଞ୍ଚାୟତଠାରେ ସ୍କୁଲପଡା, ମଝିପଡା ଓ ଗାଁ ମୁଣ୍ଡରେ ଥିବା ୩ଟି ସୋଲାର ପମ୍ପ ୧ ବର୍ଷ ହେଲା ଅଚଳ ହୋଇପଡିଛି। ସେହିପରି ବଳଭଦ୍ରପୁର ସିମେଲ ଭଟାଉପର ପଡ଼ାରେ ମଧ୍ୟ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ କର୍ମଚାରୀ ବାରମ୍ବାର ଆସି ନଳକୂପ ଦେଖି ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ମରାମତି କରାଯାଇ ନାହିଁ। ସେହିପରି ଦୁର୍ଗମଅଞ୍ଚଳ ପାହାଡ଼ପଦର ପଞ୍ଚାୟତର ମଦନଗୁଡା ଗାଁରେ ୨ ବର୍ଷ ହେଲା ଅଚଳ ଭାବେ ପଡିରହିଛି। ସେହିପରି କଦମଗୁଡା ପଞ୍ଚାୟତ ବଲାପଦରଠାରେ ମଧ୍ୟ ଢେଡ଼ ବର୍ଷ ହେଲା ଅଚଳ ହୋଇରହିଛି। ଲାଞ୍ଜିଗଡରୋଡ଼ ପଞ୍ଚାୟତର ସର୍ଗିଗୁଡା ଗାଁରେ ମଧ୍ୟ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ବର୍ଷବର୍ଷ ଧରି ବ୍ଲକରେ ଜଳ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ୫ ବର୍ଷ ହେଲା ବ୍ଲକ ବିଭିନ୍ନ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରାଯାଇଛି। ହେଲେ ଲୋକେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଏହି ସବୁ ଅଞ୍ଚଳରେ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri