Posted inଫୁରସତ

୧୦ ଜୁନ୍‌ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …

ଜୁନ୍‌ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍‌ରୁ ସନ୍ଧ୍ୟା ୬ଟା ୪୧ ମିନିଟ୍‌ ପର୍ଯ୍ୟନ୍ତ ହେଉଥିବା ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର କେତେକ ଅଞ୍ଚଳରେ ଆଶିଂକ ଭାବେ ଦୃଷ୍ଟିଗୋଚର ହେବ। ଅପରପକ୍ଷରେ ଉତ୍ତର କାନାଡ଼ା, ଗ୍ରୀନ୍‌ଲାଣ୍ଡ୍‌ ଓ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ। ଭାରତର ଅରୁଣାଚଳ ପ୍ରଦେଶରେ ଏହି ସୂର୍ଯ୍ୟପରାଗ ଦେଖାଯିବ। ସୂର୍ଯ୍ୟପରାଗ ଦେଖାଯାଉ ନ ଥିବା ଅଞ୍ଚଳରେ କୌଣସି ସୂତକ ନୀତି ପାଳନ କରାଯିବା ଆବଶ୍ୟକ ନୁହେଁ ବୋଲି ଜ୍ୟୋତିର୍ବିଦ୍‌ ପ୍ରବୀଣ ମିଶ୍ରା ସୂଚନା ଦେଇଛନ୍ତି।

ସୂର୍ଯ୍ୟପରାଗ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ସୃଷ୍ଟି ହେବ। ମିଥୁନ, କର୍କଟ, ସିଂହ, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶି ଜାତକଙ୍କ ପାଇଁ ସୂର୍ଯ୍ୟପରାଗ ଭଲ ଫଳ ନେଇ ଆସିବ। ଅପରପକ୍ଷରେ ମେଷ, ବୃଷ, କନ୍ୟା, ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ। ବୃଷ ରାଶିରେ ସୂର୍ଯ୍ୟପରାଗ ହେଉଥିବାରୁ ଏହି ରାଶିର ଜାତକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ମେଷ: ସ୍ବାସ୍ଥ୍ୟ ନେଇ ସତର୍କ ରହିବା ସହିତ ଖାଦ୍ୟପେୟ ପ୍ରତି ସାବଧାନ ରହିବା ଆବଶ୍ୟକ। ମାନସିକ ଚାପରୁ ଦୂରେଇ ରହିବା ସହିତ ଧର୍ଯ୍ୟ ଧରି କାମ କରିବା ଆବଶ୍ୟକ। କୌଣସି ବଡ଼ ନିର୍ଣ୍ଣୟ ନ ନେଲେ ଭଲ। ସଫଳତାର ନୂଆ ସୁଯୋଗ ମିଳିବ।

ବୃଷ: ଏହି ରାଶିରେ ସୂର୍ସ୍ୟପରାଗ ଅନୁଷ୍ଠିତ ହେଉଥିବାରୁ ସ୍ବାସ୍ଥ୍ୟ ଉପରେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଅସନ୍ତା ଏକ ମାସ ମଧ୍ୟରେ କୌଣସି ବଡ଼ ନିଷ୍ପତ୍ତି ଗ୍ରହଣ ନ କଲେ ଭଲ। ଇଶ୍ୱରଙ୍କ ପ୍ରତି ନିଷ୍ଠା ବୃଦ୍ଧି କରିବା ଦ୍ୱାରା ବହୁ ବାଧା ବିଘ୍ନ ଦୂରେଇ ଯିବ।

ମିଥୁନ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। ତେବେ ବାକ୍‌ ସଞ୍ଜମତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।

କର୍କଟ: ସୂର୍ଯ୍ୟଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ନିକ କାମ ନିଷ୍ଠାପର ଭାବେ କରିବା ଆବଶ୍ୟକ।

ସିଂହ: ଯୋଜନାକୁ ସୁଦୃଢ଼ କରି ଲକ୍ଷ୍ୟପଥରେ ଆଗେଇବେ। ପରାଗ ପରେ ା ଶୁକ୍ଳପକ୍ଷରେ ନୂୂତନ କାର୍ଯ୍ୟ ଆରମ୍ଭ କଲେ ସୁଫଳ ମିଳିବ।

କନ୍ୟା: ସ୍ବାସ୍ଥ୍ୟପ୍ରତି ସଚେତନ ରହିବା ଆବଶ୍ୟକ। ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହିବା ଉଚିତ।

ତୁଳା: ସୂର୍ଯ୍ୟଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ତେବେ ବୁଝି ବିଚାରି କାମ କରିବା ଶ୍ରେୟସ୍କର।

ବିଛା: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ କ୍ରୋଧ ନ କରି ଶାନ୍ତ ରହିବା ଭଲ।

ଧନୁ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। କାର୍ଯ୍ୟଷଣ ସଫଳତା ମିଳିବ। ଆଳସ୍ୟ ଛାଡ଼ି କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ।

ମକର: ନିଜ କାର୍ଯ୍ୟର ଗତିକୁ ବୃଦ୍ଧି କରିବା ଆବଶ୍ୟକ। ପରିଶ୍ରମ ଅନୁସାରେ ଫଳ ମିଳିବ। ବହୁ କ୍ଷେତ୍ରରେ ସୁଫଳ ମିଳିବ।

କୁମ୍ଭ: ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ ନୂଆ ପାଠ୍ୟକ୍ରମ ଉପରେ ଲକ୍ଷ୍ୟ ରଖନ୍ତୁ। ସୁଫଳ ମିଳିବ। ସୂର୍ଯ୍ୟପରାଗର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।

ମୀନ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। କ୍ରୋଧ ଏବଂ ବାକ୍‌ ସଞ୍ଜମତା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଆଳସ୍ୟ ଛାଡ଼ି କର୍ତ୍ତବ୍ୟ ପଥରେ ଆଗେଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri