ଆଳିରେ ମାତିଛନ୍ତି ମାଟି ମାଫିଆ

ଆଳି,୧୫ା୩(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅଧୀନରେ ଥିବା ସରକାରୀ ସ୍ଥାନ ଉପରେ ମାଟି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ସେମାନଙ୍କ ସହ ସାଲିସ କରିଛନ୍ତି ସରକାରୀ ବାବୁ। ଆଳି ତହସିଲ ଅଧୀନରେ ଥିବା ସରକାରୀ ଜମିରୁ ମାଟି ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ବିକ୍ରି କରାଯାଉଛି। ଆଉ ଏଭଳି କାର୍ଯ୍ୟ ଆଳି ତହସିଲଦାରଙ୍କ ଜ୍ଞାତ ସାରରେ ହେଉଛି ବୋଲି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରବିବାର ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ଶର୍ମା ଅଭିଯୋଗ ଦର୍ଶାଇଛନ୍ତି, ଆଳି ତହସିଲଦାର ମାଫିଆମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମୁନଫା ନେଇ ନଦୀ କିସମ ଜମିରୁ ମାଟି ବିକ୍ରି କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ଏ ନେଇ ତହସିଲଦାରଙ୍କୁ ଅଭିଯୋଗ କଲେ ମାଫିଆମାନେ ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି। ଯାହାର ଉଦାହରଣ ଦେଇ ପୂର୍ବତନ ବିଧାୟକ ଶର୍ମା କହିଛନ୍ତି, ତହସିଲ ଅନ୍ତର୍ଗତ କୁସୁମି ଏବଂ ମଦନଗିରି ମୌଜାରେ ଥିବା କାଣୀ ନଦୀର ପ୍ରାୟ ୮ ଏକରରୁ ଊର୍ଦ୍ଧ୍ୱ ନଦୀ କିସମ ଜମି ଜଳସେଚନ ବିଭାଗ ଅଧୀନରେ ରହିଛି। ନଦୀ ଖୋଳା ହେବା ପରେ ଯେଉଁ ମାଟି ରହିଛି ତାହାକୁ ତହସିଲଦାର ରାସ୍ତା ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ବିକ୍ରି କରିବାରେ ଲାଗିଛନ୍ତି। ଏପରିକି ନଦୀ କୂଳରୁ ମଧ୍ୟ ମାଟି ମାଫିଆମାନେ ଶତାଧିକ ଟ୍ରିପ ମାଟି ଲୁଟି ନେଉଥିବା ଦେଖିବାକୁ ମିଳିଛି। ଏହି ମାଟି ଚୋରା ଚାଲାଣ ତହସିଲ ଅଧୀନରେ ଥିବା ସରକାରୀ ଜମିରୁ ଚାଲିଛି। ଏହାକୁ ସେ ରୋକିବା ନିମନ୍ତେ ସେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଜିଲାପାଳ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ଦଳ ଆଗାମୀଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ତପନ ସେନାପତିଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ନିକଟରୁ ଅଭିଯୋଗ ପାଇବା ପରେ ସେ ସେଠାକୁ ଯାଇଥିଲେ। ସେଠାରେ ମାଟି ଖୋଳୁଥିବା ଜେସିବି ମାଲିକଙ୍କଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମାଟି ବୋହୁଥିବା ଟ୍ରାକ୍ଟରଗୁଡିକ ସେଠାରୁ ପଳାଇ ଯାଇଥିଲା। ଆଗାମୀଦିନରେ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri