ବ୍ରାହ୍ମଣୀ ନଦୀ ପଠାରୁ ଚାଲିଛି ମାଟି, ବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୮।୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ବାଲି ଓ ମାଟି ଉଠାଣ ଚାଲିଛି। ପ୍ରତିଦିନ ଶତାଧିକ ଟ୍ରକରେ ବାଲି ଓ ମାଟି ଉଠାଯାଇ ବିଭିନ୍ନ ସ୍ଥାନକୁ ଯାଉଛି।ଏ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ସ୍ଥାନୀୟ ଲୋକେ ଓ ସାମାଜିକ କର୍ମୀ ଅଭିଯୋଗ କରିଥିଲେ। ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲାପାଳ, ଜିଲା ମାଇନିଂ ଅଫିସର ଓ ଏସ୍‌ପିଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟ ସତ୍ୟପାଠ ଜରିଆରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଥିଲା। ମାତ୍ର ଏହି ସତ୍ୟପାଠ ଭୁଲ ଥିବା ଗ୍ରୀନ ଟ୍ରିବ୍ୟୁନାଲଙ୍କ ହୃଦବୋଧ କରିଥିଲେ। ଜିଲା ମାଜିଷ୍ଟ୍ରେଟ ଓ ଏସପି ତାଙ୍କର ଦାୟିତ୍ୱ ଠିକଣା ଭାବେ ନିର୍ବାହ କରିନାହାନ୍ତି ବୋଲି ଗ୍ରୀନ ଟ୍ରିବ୍ୟୁନାଲ ବିଚାର କରି ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲାପାଳ ଓ ଏସ୍‌ପିଙ୍କ ସତ୍ୟପାଠ ଆଧାରରେ ବେଆଇନ ବାଲି ଉଠାଣ ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି ଉଠାଣକାରୀଙ୍କଠାରୁ ୫କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜରିମାନା ଆଦାୟ ହୋଇ ନ ଥିବା କୁହାଯାଉଥିବା ବେଳେ ଅଳଭା ନିକଟ ବାଲି ଓ ମାଟି ଖାଦାନ ବନ୍ଦ ରହିଥିଲା। ତେବେ ଗତ ୫ ଦିନ ହେବ ପାରାଦୀପ ଭୁତମୁଣ୍ଡାଇର ଜଣେ ବାଲି ମାଫିଆ ଅଳଭା ପାଳକୁ ଯିବାକୁ ଥିବା ଏକ ପାଟନାଳିକୁ ବନ୍ଧାଇ ମାଟିବାଲି ଉଠାଣ କରୁଛନ୍ତି। ଏଥିଯୋଗୁ ଉତିକଣ ବନ୍ୟା ନିୟନ୍ତ୍ରଣ ବନ୍ଧପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ବ୍ରାହ୍ମଣୀ ଜଳ ପ୍ରବେଶ କରୁଥିବା ନାଳିରୁ ପାଣି ଉଠାଇ ଚାଷୀମାନେ କରିଥିବା ପନିପରିବା ଫସଲ ମରିବାକୁ ବସିଲାଣି। ପାଣି ବିନା ଫସଲ ନଷ୍ଟ ହୋଇଯିବା ଦେଖି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ ଓ ସଦର ଆରଆଇ ଅଭିରାମ ସେଠୀ ମାଟି ଉଠାଣ ସ୍ଥଳକୁ ଯାଇଥିଲେ ମଧ୍ୟ ଜେସିବି,ହାଇଓ୍ବା, ଟ୍ରାକ୍ଟର ଓ ଟ୍ରକରେ ବାଲିଉଠାଣ ଚାଲିଥିବା ଦେଖି ଫେରି ଆସିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କାହା ନିର୍ଦ୍ଦେଶରେ ବାଲିମାଟି ଉଠାଣ ଚାଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ତହସିଲଦାର ସେଠୀ କହିଛନ୍ତି, ମାଟି, ବାଲି ଚାଲଣ ବନ୍ଦ ହେବ। ଆବଶ୍ୟକ ପଡିଲେ ପୋଲିସ ଦ୍ୱାରା ଏହି ଗାଡ଼ିଗୁଡିକୁ ଜବତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri