ଅକ୍ସଫୋର୍ଡରେ ପାଠ ପଢି, ବ୍ୟାଙ୍କରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଟୌଦି ଖାନଦାନରେ ଜନ୍ମ ନେଇଥିବା ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲି ଖାଁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୮ ମସିହା ଅକ୍ଟୋବର ୪ରେ ଜନ୍ମ ନେଇଥିଲେ ସୋହା । ୩ ଭାଇଭଉଣୀଙ୍କ ମଧ୍ୟରେ ସୋହା ସବୁଠାରୁ ସାନ । ମନସୁର ଅଲି ପଟୌଦିଙ୍କ ଝିଅ ହେଉଛନ୍ତି ସୋହା । ମା’ ଶର୍ମିଳା ଟାଗୋର ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । ଏହାପରେ ଭାଇ ଶୈଫ ଅଲି ଖାଁ ବି ବଲିଉଡ୍‌ରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋହାଙ୍କ ଭଉଣୀ ସବା ଅଲ୍ଲି ଖାଁଙ୍କର ରହିଛି ନିଜର ଏକ ଜୁଏଲାରୀ ବ୍ୟବସାୟ । ଦିଲ୍ଲୀର ବ୍ରିିଟିଶ ସ୍କୁଲରେ ପାଠ ପଢି ସାରିବା ପରେ ଅଧିକ ଅଧ୍ୟୟନ ପାଇଁ ସୋହା ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇଥିଲ । ପାଠପଢାରେ ବହୁ ଆଗରେ ଥିଲେ ସୋହା । ଲଣ୍ଡନ ୟୁନିଭର୍ସିଟିରେ ପାଠପଢି ସାରିବା ପରେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମି୍‌କ୍ସ ଆଣ୍ଡ ପଲିଟିକାଲ ସାଇନ୍ସରେ ଅନ୍ତରାଷ୍ଟ୍ରୀୟ ସମ୍ପର୍କରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏହାପରେ ପାଠପଢା ସରିଯିବାରୁ ସେ ବ୍ୟାଙ୍କରେ କାମ କରିବା ଆରମ୍ଭ କରିଦେଇଥିଲେ । ବଲିଉଡ୍‌ରେ ନିଜର କ୍ୟାରିୟର ଗଢି ପାରି ନ ଥିବା ବେଳେ ପଟୌଦି ଖାନଦାନର ପିଲା ଭାବେ ବେଶ୍ ନାଁ ରହିଛି ସୋହାଙ୍କର । ୨୦୦୪ରେ ସେ ବେଙ୍ଗଲି ଫିଲ୍ମ ‘ଇତି ଶ୍ରୀକାନ୍ତା’ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡ୍‌ରେ ସେ ସାହିଦ କପୁରଙ୍କ ସହ ‘ଦିଲ ମାଙ୍ଗେ ମୋର’ ମାଧ୍ୟମରେ ଏଣ୍ଟ୍ରି କରିଥିଲେ । ୨୦୦୬ରେ ଫିଲ୍ମ ‘ରଙ୍ଗ ଦେ ବସନ୍ତି’ରେ ସେ ତାଙ୍କ ବଲିଉଡ୍ ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଆଇଫା ଓ ଜିଫାର ବେଷ୍ଟ ସାପୋଟିଂ ଆକଟ୍ରେସ୍ ଆୱାର୍ଡ ମିଳିଥିଲା । ୨୦୧୫ରେ ସୋହା ନିଜର ପ୍ରେମିକ କୃଣାଳ ଖେମୁଙ୍କୁ ବିବାହ କରିଥିଲେ । ବିବାହ ପୁର୍ବରୁ କୃଣାଳ ତାଙ୍କୁ ୯ କୋଟି ଟଙ୍କାର ଏକ ଫ୍ଲାଟ ଗିପ୍ଟ ଦେଇଥିଲେ । ଏବେ ସୋହା ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇଥିବା ବେଳେ ଝିଅ ଇନାୟାକୁ ନେଇ ଖୁସିର ସଂସାର ଗଢି ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?