୫ଶହ ଟଙ୍କା ଭଡ଼ାଘରେ ସୋସାଇଟି କାର୍ଯ୍ୟାଳୟ

ଭଞ୍ଜନଗର,୧୩।୨(ଡି.ଏନ.ଏ.):କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟ କରୁଛି। ଭଞ୍ଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି କାର୍ଯ୍ୟାଳୟ ଅଛି । ସେଥିମଧ୍ୟରୁ ୧୦ଟି କାର୍ଯ୍ୟାଳୟର ନିଜସ୍ବ କୋଠା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି। ତେଣୁ ସେସବୁ କାର୍ଯ୍ୟାଳୟଗୁଡ଼ିକ ୫୦୦ ଟଙ୍କିଆ ଭଡ଼ାଘରେ ଚାଲିଛି। ଏତେ କମ୍‌ ଟଙ୍କାରେ ଘରଭଡ଼ା ମିଳୁ ନ ଥିବା ବେଳେ ସୋସାଇଟି ସମ୍ପାଦକମାନେ ବିକଳ୍ପ ବ୍ୟବସ୍ଥା କରି କାର୍ଯ୍ୟାଳୟ ଖୋଲୁଛନ୍ତି । ଆଉ ୩ଟି ସେବା ସମବାୟ ସମିତି ଯଥା ଜିଲୁଣ୍ଡି, ତିଳିସିଙ୍ଗି ଏବଂ ମୁଜାଗଡ଼ର ନିଜସ୍ବ କୋଠା କାର୍ଯ୍ୟକ୍ଷମ ଅଛି ା ଜିଲୁଣ୍ଡି ସୋସାଇଟିରେ ଆଇନଗତ ବିବାଦ ଯୋଗୁ ଏକ ବର୍ଷ ହେବ ତାଲା ପଡ଼ିଛି । ତେଣୁ ବର୍ତ୍ତମାନ ଦାୟିତ୍ୱରେ ଥିବା ସମ୍ପାଦକ ନିଜ ଘରେ କାର୍ଯ୍ୟାଳୟ ଖୋଲି କାମ ଚଳାଇଛନ୍ତି। ଜିଲାର ଅନେକ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟାଳୟର ସମାନ ଅବସ୍ଥା। ସେବା ସମବାୟ ସଂସ୍ଥାଗୁଡ଼ିକୁ ସରକାର ଦିନକୁ ଦିନ ଅଧିକ କ୍ଷମତା ଦେଉଥିବା ବେଳେ କାର୍ଯ୍ୟାଳୟର ଉନ୍ନତି ପାଇଁ ବିଶେଷ ଅନୁଦାନ ଦେଉନାହାନ୍ତି । ନିଜସ୍ବ କୋଠା ନଥିବା ଯୋଗୁ କେତେକ ସୋସାଇଟିରେ କାଗଜକଲମରେ ମଣ୍ଡି ଚାଲିଛି । ଗୋଦାମ ଗୃହ ନ ଥିବା ଯୋଗୁ ଖରିଫ ଚାଷ ସମୟରେ ସାର ମହଜୁଦ୍‌କୁ ରଖିବା ଅସୁବିଧା ହେଉଛି । ଏଭଳି ଅନେକ ସମସ୍ୟା ଦେଇ ସେବା ସମବାୟ ସଂସ୍ଥାଗୁଡ଼ିକ ଚାଲିଛି ।
ସେହିଭଳି ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଭଞ୍ଜନଗର ଶାଖା କାର୍ଯ୍ୟାଳୟ ବି ଭଡ଼ାଘରେ ଚାଲିଛି। ନିଜସ୍ବ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁନାହିଁ । ଅନ୍ୟପଟେ ଅଧିକାଂଶ ସୋସାଇଟିରେ ଅବ୍ୟବସ୍ଥା ଦେଖାଦେଉଛି। ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କ ପାଖକୁ ମେସେଜ୍‌ ଆସୁଛି। କିନ୍ତୁ ସୋସାଇଟି ସମ୍ପାଦକମାନେ ଧାନ କିଣିବା ପାଇଁ ଟାର୍ଗେଟ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ଉକ୍ତ ଚାଷୀମାନେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଟୋଲ ପ୍ରିଂ ନମ୍ବରରୁ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଯେଉଁ ଚାଷୀମାନେ ଧାନ ବିକ୍ରି କରିପାରିନାହାନ୍ତି ସେମାନେ କିଭଳି ମଣ୍ଡିରେ ଧାନ ବିକ୍ରି କରିପାରିବେ ସେନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଲାଲସିଂ ସେବା ସମବାୟ ସମିତି ଲିମିଟେଡ଼ ସମ୍ପାଦକ ସପନି ରାଉତ କହିଛନ୍ତ, ସୋସାଇଟର ନିଜସ୍ବ କାର୍ଯ୍ୟାଳୟ ଭଗ୍ନ ଅବସ୍ଥାରେ ଥିବା ଯୋଗୁ ଅନେକ ସମସ୍ୟା ଦେଖାଦେଉଛି। କୋଠାର ପୁନଃରୁଦ୍ଧାର ପାଇଁ କୌଣସି ଅନୁଦାନ ଆସୁନାହିଁ। ତେଣୁ ଯେଭଳି ପ୍ରକାରେ ହେଉ କାର୍ଯ୍ୟାଳୟ ଚଳାଇବାକୁ ପଡ଼ୁଛ। ସୂଚନାଯୋଗ୍ୟ, ବ୍ଲକର ଲାଲସିଂ, ସାନକୋଦଣ୍ଡା, ବଡ଼କୋଦଣ୍ଡା, ଗୁଜରାଳି, ଲେମ୍ଭେଇ, କୁଲାଡ଼, ବ୍ରାହ୍ମଣପଦର, ହରିଗଡ଼, ଗାଲେରି ଓ ଢ଼ୋଲପିଟା ସେବା ସମବାୟ ସମିତିର କାର୍ଯ୍ୟାଳୟ କୋଠା ଭଗ୍ନ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri