ବିଜ୍ଞାନ ପ୍ରଚାର ସମିତି: କୃତି ଓ କୀର୍ତ୍ତି

ଆମ ରାଜ୍ୟରେ ଲୋକପ୍ରିୟ ବିଜ୍ଞାନ ଲେଖକମାନେ ବିଜ୍ଞାନକୁ ଲୋକାଭିମୁଖୀ କରିବାରେ ଉଦ୍ୟମୀ ହେବାର ଯଥେଷ୍ଟ ପୂର୍ବରୁ ପାଠ୍ୟପୁସ୍ତକ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ କରି ଜନସାଧାରଣଙ୍କୁ ବିଜ୍ଞାନ ସହ ପରିଚିତ କରାଇବାରେ ଭିତ୍ତି ସ୍ଥାପିତ ହୋଇସାରିଥିଲା। ପ୍ରଥମାବସ୍ଥାରେ ବିଜ୍ଞାନରେ କୌଣସି ଡିଗ୍ରୀ ନ ଥିବା ତଥା ସାଧାରଣ ବିଜ୍ଞାନ ଶିକ୍ଷାର ଭିତ୍ତିଭୂମି ନ ଥିବା ଓଡ଼ିଶାର ବହୁ ପ୍ରଥିତଯଶୀ, ସାହିତି୍ୟକ ବିଜ୍ଞାନ ବିଷୟରେ ଲେଖାଲେଖି କରିଆସୁଥିଲେ। ଏପରିକି ‘ପ୍ରଭାତ’ (୧୯୦୯), ‘ପଞ୍ଚାମୃତ’ (୧୯୨୦) ଓ ‘ଜହ୍ନମାମୁଁ’ (୧୯୩୨) ଭଳି ଶିଶୁ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ବିଜ୍ଞାନ ଲେଖା।
ତେବେ ଓଡ଼ିଶାରେ ବିଜ୍ଞାନକୁ ଜନପ୍ରିୟ କରାଇବାର ଧାରାକୁ ଏକ ଆନ୍ଦୋଳନର ରୂପ ଦେଇଥିଲେ ପ୍ରଫେସର ଡ. ଗୋକୁଳାନନ୍ଦ ମହାପାତ୍ର। ଡ. ମହାପାତ୍ରଙ୍କ ପ୍ରଚେଷ୍ଟାରେ ୧୯୪୯ ଅଗଷ୍ଟ ୭ରେ ସ୍ଥାପିତ ହୋଇଥିଲା ‘ବିଜ୍ଞାନ ପ୍ରଚାର ସମିତି’ ନାମକ ଏକ ସାରସ୍ବତ ଅନୁଷ୍ଠାନ। ନଅ ଜଣ ଉତ୍ସାହୀ ଅଧ୍ୟାପକ ଓ ଡାକ୍ତର ଥିଲେ ସମିତିର ପ୍ରତିଷ୍ଠାତା ସଭ୍ୟ। ବିଜ୍ଞାନ ପ୍ରଚାର ସମିତି ହିଁ ଥିଲା ଓଡ଼ିଶାର ଜନପ୍ରିୟ ବିଜ୍ଞାନ ଆନ୍ଦୋଳନର ପରିଚାଳନା ମଞ୍ଚ। ତେବେ କ’ଣ ଥିଲା ସମିତି ଗଠନର ପ୍ରଧାନ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ? ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷିତ ଜନସାଧାରଣ ବୁଝିବା ଭଳି ଭାଷା ଓ ଶୈଳୀରେ ବିଜ୍ଞାନ ପ୍ରବନ୍ଧ ଓ ପୁସ୍ତକ ରଚନା କରିବା, ଅତି ସରଳ ଓ ମନଛୁଅଁା କରି ବିଜ୍ଞାନ ବିଷୟ ବକ୍ତୃତା ଓ ସେମିନାର ଆୟୋଜନ କରିବା ଏବଂ ବିଜ୍ଞାନ ଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ପତ୍ରିକାଟିଏ ପ୍ରକାଶ କରିବା ଥିଲା ସମିତିର ମୂଳ ଲକ୍ଷ୍ୟ। କିନ୍ତୁ ସମିତିର ଏହିସବୁ କାର୍ଯ୍ୟରେ ଓଡ଼ିଆ ଭାଷାକୁ ମାଧ୍ୟମରୂପେ ବ୍ୟବହାର କରିବା ଥିଲା ବାଧ୍ୟତାମୂଳକ।
ଏହି ଲକ୍ଷ୍ୟକୁ ଚରିତାର୍ଥ କରିବାରେ ବିଜ୍ଞାନ ପ୍ରଚାର ସମିତି ସାତ ଦଶକରୁ ଅଧିକ କାଳ ଧରି ନିରନ୍ତର ବ୍ରତୀ ରହିଆସିଛି। କୌଣସି ଏକ ସାରସ୍ବତ ବିଜ୍ଞାନ ଅନୁଷ୍ଠାନ ନିରବଚ୍ଛିନ୍ନ ତଥା ସୁଶୃଙ୍ଖଳିତ ଭାବରେ ଏତେ ବର୍ଷ ଧରି ସକ୍ରିୟ ରହି କାର୍ଯ୍ୟରତ ରହିବା ଏକ ଅସାଧାରଣ କୃତିତ୍ୱ। ଏହି ସମିତିର ଆଜୀବନ ସଦସ୍ୟଙ୍କ ସଂଖ୍ୟା ୩୦୦ରୁ ଅଧିକ। ଓଡ଼ିଶାର ଅଧିକାଂଶ ଜନପ୍ରିୟ ବିଜ୍ଞାନ ଲେଖକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜ୍ଞାନ ପ୍ରଚାର ସମିତି ସହ ସମ୍ପୃକ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଇଞ୍ଜିନିୟର, ବିଭିନ୍ନ ବିଜ୍ଞାନ ବିଷୟର ଅଧ୍ୟାପକ, କୃଷି ଓ ପଶୁପାଳନ ବିଶେଷଜ୍ଞ, ବିଜ୍ଞାନ ଶିକ୍ଷକ ଏବଂ ବିଜ୍ଞାନରେ ରୁଚି ରଖିଆସୁଥିବା ବୁଦ୍ଧିଜୀବୀ। ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ରବିବାରର ଅପରାହ୍ନରେ ସମିତିର ଅଧିବେଶନ ବସି ବିଜ୍ଞାନ ପ୍ରବନ୍ଧମାନ ପଠିତ ହୁଏ। କେବେକେବେ ଆୟୋଜିତ ହୁଏ ବିଜ୍ଞାନ ବିଷୟକ ଜନପ୍ରିୟ ବକ୍ତୃତା। ସମିତିର ବାର୍ଷିକ ଅଧିବେଶନରେ ଅନୁଷ୍ଠିତ ହୁଏ ବିଜ୍ଞାନ ସେମିନାର। ଅଦ୍ୟାବଧି ଅନୁଷ୍ଠିତ ହୋଇଥିବା ଅଧିବେଶନ ସଂଖ୍ୟା ୧୮୦୦ରୁ ଅଧିକ ଓ ପଠିତ ପ୍ରବନ୍ଧଗୁଡିକର ସଂଖ୍ୟା ୪୦୦୦ରୁ ବେଶି। ସେହି ପ୍ରବନ୍ଧଗୁଡିକରୁ ଅଧିକାଂଶ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ଆକାରରେ ପ୍ରକାଶିତ। ସମିତି ଦ୍ୱାରା ପ୍ରକାଶିତ ଜନପ୍ରିୟ ବିଜ୍ଞାନ ପୁସ୍ତକର ସଂଖ୍ୟା ୬୦ରୁ ବେଶି ଏବଂ ସମିତିର ସଦସ୍ୟମାନଙ୍କ ଦ୍ୱାରା ରଚିତ ଏବଂ ବ୍ୟକ୍ତିଗତ ସ୍ତରରେ ପ୍ରକାଶିତ ଏହି ପୁସ୍ତକର ସଂଖ୍ୟା ୧୦୦୦ରୁ ଅଧିକ। ବହୁ ବର୍ଷ ଧରି ସମିତି ପ୍ରକାଶ କରି ଆସୁଥିବା ‘ବିଜ୍ଞାନାଲୋକ’ ନାମକ ଏକ ଦ୍ୱିମାସିକ ପତ୍ରିକା କେତେକ ଅନିବାର୍ଯ୍ୟ କାରଣରୁ ସ୍ଥଗିତ ରହିଛି। ସମିତି ଅନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଆସୁଛି ବିଦ୍ୟାଳୟ ବିଜ୍ଞାନ ବକ୍ତୃତା କାର୍ଯ୍ୟକ୍ରମ। ଦାତାମାନଙ୍କର ଅର୍ଥର ସୁଧରୁ ପ୍ରତିବର୍ଷ ସମିତି ପ୍ରଦାନ କରିଆସୁଛି କୃତୀ ଛାତ୍ରୀଛାତ୍ର, ଜନପ୍ରିୟ ବିଜ୍ଞାନ ଲେଖକ, ବିଜ୍ଞାନ ଗବେଷକ, ପରିବେଶବିତ୍‌, ବିଜ୍ଞାନ ପୁସ୍ତକ ପ୍ରକାଶକ, ବିଜ୍ଞାନ-ବାଗ୍ମୀ, ବିଜ୍ଞାନ ଶିକ୍ଷକ ଇତ୍ୟାଦିଙ୍କୁ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା। ବିଜ୍ଞାନ ବିଷୟକ ତର୍କ, ପ୍ରବନ୍ଧ, ରଚନା ଓ କୁଇଜରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଉଛି।
ସଂକ୍ଷେପରେ କହିଲେ, ବିଗତ ସାଢ଼େ ସାତ ଦଶକ ଧରି ବିଜ୍ଞାନ ପ୍ରଚାର ସମିତି ଓଡ଼ିଶା ବିଜ୍ଞାନ ଲେଖକ ଓ ବକ୍ତାମାନଙ୍କ ପାଇଁ ଏକ ଜନପ୍ରିୟ ବିଜ୍ଞାନ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭୂମିକା ନିର୍ବାହ କରିଆସିଛି। ଚଳିତ ବର୍ଷ ଅଗଷ୍ଟ ୭ ତାରିଖ (ଆଜି) ଏହି ସମିତି ପାଳନ କରୁଛି ତାହାର ପ୍ଲାଟିନମ ଜୁବିଲି ବା ୭୫ତମ ଜନ୍ମତିଥି। ସମୟାନୁକ୍ରମିକ ବୟସ ପରିପ୍ରେକ୍ଷୀରେ ବିଚାର କଲେ ଏହି ସମିତି ଏବେ ‘ମଧ୍ୟବୟସ୍କ ବୃଦ୍ଧା’। ହେଲେ ସେ ରହିଆସିଛି ସତତ ସ୍ପନ୍ଦିତ, ସକ୍ରିୟ ଏବଂ ସଦା ପ୍ରଫୁଲ୍ଲ। ଓଡ଼ିଶାରେ ବିଜ୍ଞାନକୁ ସାର୍ବଜନୀନ ତଥା ସାମାଜିକୀକରଣ କରାଇବାରେ ସମିତିର ଅବଦାନ ଅପରିମେୟ। ଏହା ଅନସ୍ବୀକାର୍ଯ୍ୟ ଯେ ବିଜ୍ଞାନ ପ୍ରଚାର ସମିତିର ପ୍ରତିଷ୍ଠାତା ଡ. ଗୋକୁଳାନନ୍ଦ ମହାପାତ୍ରଙ୍କର ମହନୀୟ ଦୂରଦର୍ଶିତା ତଥା ନବ୍ୟ ଚିନ୍ତନର ସମୁଜ୍ଜ୍ୱଳ ପରିପ୍ରକାଶ। ସମିତି ସ୍ବାସ୍ଥ୍ୟବତୀ ରହୁ, ଆୟୁଷ୍ମତୀ ହେଉ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?