ସୋସାଇଟି ନିର୍ବାଚନ ସ୍ଥଗିତ

ପଟ୍ଟାମୁଣ୍ଡାଇ,୪ା୬(ସ୍ବ.ପ୍ର.): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ୧୬ ସମବାୟ ସମିତି ରହିଛି । ସେଥିମଧ୍ୟରୁ ଖଡ଼ଇଣ୍ଟା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ସ୍ଥଗିତ ରଖାଯାଇଥିଲା ା ଗୁରୁବାର ପଟ୍ଟାମୁଣ୍ଡାଇ ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ନିର୍ବାଚନ ଅଧିକାରୀ ମୁଳତା ଦାସ ବିଧିବଦ୍ଧ ଭାବେ ନୋଟିସ ଜାରି କରି ସ୍ଥଗିତ ଘୋଷଣା କରିଥିଲେ। ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଅନନ୍ତ କୁମାର ସାହୁ ଅନୁପସ୍ଥିତ ଥିବାରୁ ଚଳିତ ନିର୍ବାଚନକୁ ସ୍ଥଗିତ ରଖାଗଲା ବୋଲି ନିର୍ବାଚନ ଅଧିକରୀ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଥିଲେ । ଦାଖଲ ହୋଇଥିବା ୧୨ ସଭ୍ୟା/ସଭ୍ୟଙ୍କ ମନୋନୟନପତ୍ରକୁ ନିର୍ବାଚନ ଅଧିକାରୀ ମୁଳତା ଦାସ ଶୁକ୍ରବାର ନାକଚ କରିଛନ୍ତି । ମନୋନୟନପତ୍ର ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ବ୍ରଜବନ୍ଧୁ ଦାଶ, କୁମାରେଶ ନାୟକ, ରାମଚନ୍ଦ୍ର ନାୟକ, ଛବିଳତା ମାଲିକ, ମାନସ ରଞ୍ଜନ ମହାନ୍ତି, ଦିଲ୍ଲୀପ କୁମାର ମହାନ୍ତି, ମନୋରମା ବଳ, ରମେଶ ବିଶ୍ୱାଳ, ଅକ୍ଷୟ କୁମାର ଦାସ, ଅବିନାଶ ଲେଙ୍କା, ବିନୋଦ ବେହେରା, ପୂର୍ଣିମା ଲେଙ୍କା ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ସମବାୟ ସମିତି ନିର୍ବାଚନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ନିର୍ବାଚନରେ ସମସ୍ତ ସରକାରୀ ନୀତି ନିୟମ ଓ ସମବାୟ ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା । ଉକ୍ତ ସମବାୟ ସମିତିର ସଭ୍ୟ ସଂଖ୍ୟା ୨୩୩୬ ଥିବାବେଳେ ପ୍ରକୃତ ସଭ୍ୟ ତାଲିକା ପ୍ରକାଶ କରାଯାଇନାହିଁ ା ଏପରି କି ଜୋନ୍‌ ଚୟନରେ ଚଞ୍ଚକତା କରାଯାଇ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲ। ଏଥିନେଇ ପଟ୍ଟାମୁଣ୍ଡାଇ ସମବାୟ ସମିତି ସଭ୍ୟ ସୁରେନ୍ଦ୍ର ଗିରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ସମବାୟ ସମିତିର ନିର୍ଦ୍ଦେଶକ ପଦବୀ ପାଇଁ ଚଞ୍ଚକତା କରି ମନୋନୟନପତ୍ର ଦାଖଲ କରାଯାଇଥିବା ଅଭିଯୋଗ ହୋଇଥିଲା । ବହୁ ପ୍ରାର୍ଥୀ ସମବାୟ ସମିତିର ଋ଼ଣ ଖିଲାପକାରୀ ଅଟନ୍ତି ବୋଲି ସେଥିରେ ଦର୍ଶାଯାଇଥିଲା। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସମବାୟ ସମିତି ସମ୍ପାଦକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକଙ୍କ ସ୍ବାକ୍ଷର ଥିବା ଦସ୍ତାବିଜକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରଯାଇଥିଲା । ପଟ୍ଟାମୁଣ୍ଡାଇ ସମବାୟ ସମିତି ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ଦାସ ଅଭିଯୋଗର ଶୁଣାଣୀ କରି ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri