ସମାଜ-ଅର୍ଥନୀତି-ନିଯୁକ୍ତି

ଭାରତରେ ବେକାର ଯୁବତୀଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଦେଶ ପାଇଁ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କଲାଣି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ) ଦ୍ୱାରା ଏବେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରେ ଦେଶରେ ବେକାରିଙ୍କ ସଂଖ୍ୟା ୭.୭୭ ପ୍ରତିଶତ ବୃଦ୍ଧି ପାଇଥିଲା। ଏହା ସେପ୍ଟେମ୍ବରରେ ୬.୪୩ ପ୍ରତିଶତ ଥିଲା। ତେବେ ଗ୍ରାମୀଣ ବେକାରି ହାର ଅକ୍ଟୋବରରେ ୮.୦୪ ପ୍ରତିଶତରେ ପହଞ୍ଚତ୍ବା ନିଯୁକ୍ତି କ୍ଷେତ୍ରରେ ଭାରତର ଅବସ୍ଥା କିଭଳି ରହିଛି ସୂଚାଇ ଦେଉଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳା ମାଧ୍ୟମରେ ଦିଲ୍ଲୀରେ ୭୫ ହଜାର, ଗୁଜରାଟରେ ୧୩ ହଜାର ଏବଂ ଜମ୍ମୁ ଓ କଶ୍ମୀରରେ ମାତ୍ର ୩ ହଜାର ଯୁବତୀଯୁବକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ବୋଲି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ବାସ୍ତବରେ ଦେଖିଲେ ୮ ବର୍ଷ ତଳେ ଭାଜପା କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ବାର୍ଷିକ ୨ କୋଟି ନୂଆ ନିଯୁକ୍ତି ସୃଷ୍ଟି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହା ହୋଇପାରିଲା ନାହିଁ।
ଏକ ଦେଶର ଅର୍ଥନୀତି ତାହାର ଉତ୍ତମ ମାନବ ସମ୍ବଳ ଉପରେ ନିର୍ଭର କରେ। ଅବଶ୍ୟ ଭାରତର ବିପୁଳ ଜନସଂଖ୍ୟାକୁ ଦେଖିଲେ ପାଠ ପଢ଼ିଥିବା ସବୁ ଯୁବତୀଯୁବକ କଦାପି ଉତ୍ତମ ମାନବ ସମ୍ବଳ ହୋଇପାରି ନ ଥାନ୍ତି। ଯୁବପିଢ଼ିଙ୍କ ମଧ୍ୟରୁ ଭଲ ଭାବେ ପ୍ରଶିକ୍ଷିତ ହୋଇ ନ ଥିବା ଅନେକ ଲକ୍ଷ ଯୁବତୀଯୁବକ ମନଯୋଗ ସହକାରେ କାର୍ଯ୍ୟ କରିବାରେ ସ୍ପୃହା ରଖୁ ନ ଥିବାରୁ ସେମାନେ ଉପଯୁକ୍ତ ଚାକିରି ପାଇବାକୁ ଯୋଗ୍ୟ ହୋଇପାରୁ ନାହାନ୍ତି। ଏଠାରେ ଅନେକ ଶିକ୍ଷିତ ହାଉଯାଉ ହେଉଥିଲେ ମଧ୍ୟ ବିକଶିତ ରାଷ୍ଟ୍ରର ଯୁବବର୍ଗଙ୍କର ସେମାନଙ୍କ ଅର୍ଥନୀତି ପ୍ରତି ଯେଭଳି ଅବଦାନ ରହିଥାଏ, ସେଭଳି ଏଠାରେ ଦୃଶ୍ୟମାନ ହୋଇ ନ ଥାଏ। ଯୁବ ଉଦ୍ୟୋଗୀ ଭାବେ ଉଭା ହେବା ପାଇଁ ସେହିସବୁ ଦେଶରେ ଅନବରତ ଉଦ୍ୟମ ହୋଇଥାଏ। ଅପରପକ୍ଷରେ ଭାରତ ପରିପ୍ରେକ୍ଷୀରେ ଦେଖିଲେ ଜଣେ ଉଦ୍ୟୋଗୀ ହେବା ପାଇଁ ଏଠାରେ ବହୁ ପ୍ରତିବନ୍ଧକ ରହିଛି। ସରକାର ବିଶେଷକରି ବ୍ୟାଙ୍କିଙ୍ଗ୍‌ ଭଳି ଆର୍ଥିକ ପ୍ରତିଷ୍ଠାନରୁ ସାମାନ୍ୟ ସୁବିଧା ପାଇବା ନିମନ୍ତେ ଜଣେ ଉଦୀୟମାନ ଯୁବକଙ୍କୁ ମାସ ମାସ ନୁହେଁ, ବରଂ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। ସମ୍ଭବତଃ ପିଅନ କିମ୍ବା କିରାଣି ଚାକିରି ଖଣ୍ଡେ ପାଇଁ ସ୍ନାତକୋତ୍ତର ଓ ସ୍ଥଳବିଶେଷରେ ପିଏଚ୍‌.ଡି. ଛାତ୍ର ମଧ୍ୟ ଆବେଦନ କରି ଚାତକ ଭଳି ଚାହିଁ ରହିଥାଏ। ଏଥି ସକାଶେ ଦେଶର ଭୁଲ ନୀତିକୁ ଦାୟୀ କରାଯିବା ଦରକାର। ଯେହେତୁ ଭାରତ ଏକ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରି ନାହିଁ, ସେଥିପାଇଁ ନିଯୁକ୍ତି ସୃଷ୍ଟି କରିବା କଷ୍ଟକର ହୋଇପଡ଼ୁଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ କେବଳ ସ୍ଲୋଗାନ ଭିତରେ ରହିଯାଇଛି। ବସ୍ତୁତଃ ଭାରତ ଖାଉଟି ଦେଶ ଭାବେ ରହି ଆସିଥିବାରୁ ସେଥିରେ ବ୍ୟାପକ ପରିବର୍ତ୍ତନ ଅଣାଯିବା କଥା ଚିନ୍ତା କରାଯାଉ ନାହିଁ। କୃଷିପ୍ରଧାନ ଦେଶ ବୋଲି ଭାରତକୁ କୁହାଯାଉଥିଲେ ମଧ୍ୟ ଏଠାରେ ଉନ୍ନତ କୃଷି କରାଯାଇ ତାହାର ଉତ୍ପାଦ ବିଦେଶକୁ ଠିକ୍‌ ଭାବେ ରପ୍ତାନି ହୋଇପାରୁ ନ ଥିବାରୁ ଗ୍ରାମାଞ୍ଚଳରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି। କୃଷି ଏକ ଅତ୍ୟାଧୁନିକ ଉଦ୍ୟୋଗ। ସେଥିରେ କୌଣସି ବଡ଼ ବ୍ୟବସାୟୀଙ୍କୁ ପୂରାଇବାର ଉଦ୍ୟମ ଉଚିତ ନ ଥିଲା। କୃଷକକୁ ତା’ ସମସ୍ୟା ସମାଧାନ କରିବାରେ ସହଯୋଗ କରିବା ପରିବର୍ତ୍ତେ ସରକାରଙ୍କ ତରଫରୁ ଭିନ୍ନ କର୍ପୋରେଟ୍‌ ସଂସ୍କୃତି ପ୍ରବେଶ କରାଇବାର ଉଦ୍ୟମ କ୍ଷତିକାରକ ହୋଇଥିଲା। ଯଦି ସିଏମ୍‌ଆଇଇ ପରିସଂଖ୍ୟାନକୁ ଅନିଶା କରାଯାଏ, ଗ୍ରାମୀଣ ବେକାରି ହାର ଅକ୍ଟୋବରରେ ୮.୦୪ ପ୍ରତିଶତରେ ପହଞ୍ଚତ୍ବା ସୂଚାଇ ଦେଉଛି ଯେ, ଭାରତୀୟ ଅର୍ଥନୀତି ସୁଧୁରିବା ନିକଟ ଭବିଷ୍ୟତରେ ଦେଖାଯାଉ ନାହିଁ।
ଏ ଦେଶରେ ପ୍ରତି କ୍ଷେତ୍ରରେ ରାଜନୀତି ପ୍ରବେଶ କରୁଥିବାରୁ ବିକାଶ ବାଧାପ୍ରାପ୍ତ ହେଉଛି। ସେନା ଭଳି ଏକ ଶକ୍ତିଶାଳୀ କ୍ଷେତ୍ରରେ ଅସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ’ଅଗ୍ନିପଥ’ ପ୍ରଚଳନ କରାଯିବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହି ଯୋଜନାରେ ୪୦ ହଜାର ପଦବୀ ପାଇଁ ୩୫ ଲକ୍ଷ ଅବେଦନ କରୁଥିବା ଦେଖିବାକୁ ମିଳିଛି। ଅର୍ଥାତ୍‌ ଅସ୍ଥାୟୀ ନିଯୁକ୍ତି ଜାଣି ମଧ୍ୟ ଯୁବପିଢ଼ି ହତାଶ ହୋଇ ଏହା ପଛରେ ଧାଉଁଛନ୍ତି। ତେଣୁ ଏବର ସ୍ଥିତିରେ ଦେଶର ନେତୃତ୍ୱ ନିଯୁକ୍ତି ଢାଞ୍ଚାରେ ପରିବର୍ତ୍ତନ ଆଣିବା ଦରକାର। ସମୟର ଆବଶ୍ୟକତା ଅନୁଯାୟୀ ସେବା କ୍ଷେତ୍ର ବ୍ୟାପକ ଆକାର ଧାରଣ କରୁଥିଲେ ମଧ୍ୟ ଉନ୍ନତ ଧରଣର କୃଷି କରାଯାଇ ତାହାର ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିଲେ ଦେଶର ଅର୍ଥନୀତିରେ ଉନ୍ନତି ଆସିପାରନ୍ତା। ଅନେକ ଶିକ୍ଷିତ ଯୁବକ ଏଥିପ୍ରତି ଆକର୍ଷିତ ହେଲେ ବେକାରିଙ୍କ ସଂଖ୍ୟା କମିଯାଇପାରନ୍ତା। କେବଳ ଭାଷଣରେ କୃଷିର ଜୟଗାନ କରାଗଲେ ଏଥିରେ ଅଭିବୃଦ୍ଧି ଘଟିପାରିବ ନାହିଁ। ତେଣୁ ଏକ ରାଷ୍ଟ୍ର ନୀତିରେ ପରିବର୍ତ୍ତନ ଆଣିବାକୁ ହେଲେ ସରକାରରେ ଥିବା ବର୍ଗ ସହିତ ବିରୋଧୀ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ଗୋଟେ ଦେଶକୁ ଉପରକୁ ଉଠିବାକୁ ହେଲେ ଏହାର ଯୁବବର୍ଗ ନିଜକୁ ଉତ୍ପାଦନକ୍ଷମ କରିବା ଦରକାର। ପାଠୁଆ ପିଲା ଆଇଆଇଟି କିମ୍ବା ଆଇଆଇଏମ୍‌ ପଢ଼ି ଆମେରିକା ଚାଲିଗଲେ ଦେଶ ଆଗେଇପାରିବ ନାହିଁ। ଏହାସହିତ ସ୍ବୀକାର କରିବାକୁ ହେବ ଯେ, ଭାରତର ସାମାଜିକ ଓ ରାଜନୈତିକ ସ୍ଥିତି ଯୋଗୁ ସବୁ ଉଚ୍ଚଶିକ୍ଷିତ ଦେଶ ଛାଡ଼ି ଚାଲିଯିବାକୁ ଇଚ୍ଛା କରୁଛନ୍ତି। ସମ୍ବଳ ଥିବା ମାତାପିତା ମଧ୍ୟ ଏ ଦିଗରେ ପିଲାଙ୍କୁ ସହଯୋଗ କରୁଛନ୍ତି। ସେଥିପାଇଁ ସମାଜରେ ପରିବର୍ତ୍ତନ ଆସିଲେ ଅର୍ଥନୀତି ବଦଳିବ। ଅର୍ଥନୀତି ବଦଳିଲେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri