ବିନା ତ୍ୟାଗରେ ସମାଜ ନିର୍ମାଣ ସମ୍ଭବ ନୁହେଁ

ବଲାଙ୍ଗୀର ଅଫିସ,୧୦ା୮: ବିନା ତ୍ୟାଗରେ ରାଷ୍ଟ୍ର ଓ ସମାଜ ନିର୍ମାଣ ସମ୍ଭବପର ନୁହେଁ। ଏଣୁ ଆମେ ଆମର ପୂର୍ବସୂରୀଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ମନେପକାଇ ଉଦ୍‌ବୁଦ୍ଧ ହେବାକୁ ପଡିବ। ବଲାଙ୍ଗୀରରେ କ୍ରାନ୍ତି-ଜାଗୃତି ଉଦ୍‌ଘାଟନୀ ସମାରୋହରେ ଅତିଥି ବକ୍ତାମାନେ ଏହା କହିଛନ୍ତି। ଆୟୋଜକ କମିଟି ସଭାପତି ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବରେଣ୍ୟ ଅତିଥିଭାବେ ବିଧାୟକ ନରସିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ, ଉପଦେଷ୍ଟା ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଗରିକ କମିଟି ସଭାପତି ଇଂ ବେଲାର ସିଂ ଭୋଇ, ଶୋଭାଯାତ୍ରା କମିଟି ମୁଖ୍ୟ ଗୋପାଲଜୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ।
ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ କ୍ରାନ୍ତି ଦିବସର ବାର୍ତ୍ତା ସମ୍ପର୍କରେ କହି ଆଜି ଚରମ ସକଳ୍ପର ଦିବସ ବୋଲି କହିଥିଲେ। ସ୍ବାଧୀନତା ପୂର୍ବରୁ ପରସ୍ପର ପ୍ରତି ଥିବା ବିଶ୍ୱାସ, ପ୍ରତ୍ୟୟ ଏବଂ ଆସ୍ଥା ଟିକକ ପୁଣି ଥରେ ଫେରାଇ ଆଣିପାରିଲେ ପ୍ରକୃତରେ କ୍ରାନ୍ତି ଓ ଜାଗୃତି ସଫଳ ହେଲା କହିପାରିବା ବୋଲି ସେ କହିଥିଲେ। ବିଧାୟକ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ ୧୯୩୭ ମସିହାରେ କଟକ ରେଭେନ୍ସା କଲେଜରେ ଯାହାଙ୍କ ନେତୃତ୍ୱରେ ତ୍ରିରଙ୍ଗା ପତାକା ଉଡାଯାଇଥିଲା ସେ ଥିଲେ ବଲାଙ୍ଗୀର ମାଟିର ସ୍ବର୍ଗତ ଯୁଧିଷ୍ଠିର ମିଶ୍ର । ତାଙ୍କୁ ସେତେବେଳେ ବ୍ୟାଡ କଣ୍ଡକ୍ଟ ସାର୍ଟିଫିକେଟ୍‌ ଦିଆଯାଇଥିଲା। ଆଟଗଁା ଜମିଦାର ଧରମ ସିଂ ମାନ୍ଧତା ଓ ବଙ୍ଗୋମୁଣ୍ଡା ଅଞ୍ଚଳର ସଂଗ୍ରାମୀ ମୋହନ ମାଝିଙ୍କ ଲଢ଼େଇ, ୧୯୩୮ ମସିହାର କୃଷକ ସମାବେଶ ଭଳି ଅନେକ ଘଟଣା ବଲାଙ୍ଗୀର ମାଟିରେ ବୀରତ୍ୱର ଗାଥା ବହନ କରୁଛି। ଏସମ୍ପର୍କରେ ଯେଉଁ ପୁସ୍ତକ ପ୍ରକାଶନ ଉଦ୍ୟମ କରାଯାଇଛି ତାକୁ ସାଧୁବାଦ ଜଣାଇଥିଲେ। ଆଜିର ପରିସ୍ଥିତିରେ ସ୍ବାଧୀନତା, ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ସବୁଠୁ ଅଧିକ ଜରୁରୀ ହୋଇପଡିଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ପୌରାଧ୍ୟକ୍ଷା ସାହୁ ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ କ୍ରାନ୍ତି ଦିବସ ବାର୍ତ୍ତା, ଭାରତୀୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ କହି ବଲାଙ୍ଗୀରର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ୍‌ ନାୟକ ତାଙ୍କ ବକ୍ତବ୍ୟରେ ନିଜେ ଉଦ୍‌ବୁଦ୍ଧ ନହେଲେ କ୍ରାନ୍ତି-ଜାଗୃତି ସମ୍ଭବ ନୁହେଁ ବୋଲି କହିଥିଲେ। ଅନ୍ୟତମ ଅତିଥି ଡ. ମିଶ୍ର ବଲାଙ୍ଗୀର ଜିଲାର ପୂର୍ବସୂରୀଙ୍କ ତ୍ୟାଗକୁ ସ୍ମରଣ କଲେ ଅଦମ୍ୟ ଉତ୍ସାହ ଓ ପ୍ରେରଣା ମିଳିବ ବୋଲି କହିଥିଲେ। ଅନ୍ୟ ଅତିଥି ଇଂ ଭୋଇ, ପାଣିଗ୍ରାହୀ, ଶୋଭାଯାତ୍ରା କମିଟିର ମୁକେଶ ବହିଦାର ଓ ସୋମନାଥ ମିଶ୍ର ବକ୍ତବ୍ୟ ରଖିଥିଲେ। ସଭାକୁ କମିଟି ସମ୍ପାଦକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ। ସକାଳ ୮ଟାରୁ ଆଟଗଁା ଜମିଦାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାନ୍ଧତାଙ୍କ ଦେବୀ ପୀଠରୁ ମଶାଲ ଓ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପୂଜାର୍ଚ୍ଚନା ପରେ ବିଧାୟକ ମିଶ୍ର ଶୋଭାଯାତ୍ରା ଟିମ୍‌କୁ ମଶାଲ ଅର୍ପଣ କରି ସମାରୋହକୁ ଉଦ୍‌ଘାଟନ କରିଥିଲେ। ଗୋପାଲଜୀ ପାଣିଗ୍ରାହୀ, ସୋମନାଥ ମିଶ୍ର ଓ ମୁକେଶ ବହିଦାରଙ୍କ ନେତୃତ୍ୱରେ ପ୍ରବଳ ବର୍ଷା ସତ୍ତ୍ୱେ ବାଇକ୍‌ ଶୋଭାଯାତ୍ରା ଆଟଗଁା ପରିକ୍ରମା କରି ବଲାଙ୍ଗୀର ସହର ଅଭିମୁଖେ ବାହାରିଥିଲା। ରେଲୱେ ଫାଟକ ନିକଟରେ ବଲାଙ୍ଗୀର ନାଗରିକ କମିଟି ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ। ଶୋଭାଯାତ୍ରା ଦଳ ବଲାଙ୍ଗୀର ସହର ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ରଥ, ଡ. ଅଭିମନ୍ୟୁ ମିଶ୍ର, ଆହ୍ଳାଦ ପୂଜାରୀ, ମନୋରଞ୍ଜନ ସାହୁ, ଜୟରାମ ମିଶ୍ର, ଲୋକନାଥ କୁମରା, ଘାସିରାମ ବେହେରା, ରାମଶଙ୍କର ଶତପଥୀ, ତୋଫାନ୍‌ ନାଏକ, କାଳିନ୍ଦୀ ମାଝି, ପ୍ରଶାନ୍ତ ସ୍ବାଇଁ, ଗୋପଭୂଷଣ ନାଥ, ପଙ୍କଜିନୀ ପଣ୍ଡା, ଅଶୋକ ମିଶ୍ର, ସଂଗ୍ରାମ ବହିଦାର, ବୁଲୁ ଦାନୀ, ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ପଣ୍ଡା, ଜୁଲୁ ପଟ୍ଟନାୟକ, ଅସିତ ମିଶ୍ର, ଦେବଦତ୍ତ ବେହେରା, ଜୟନାରାୟଣ ବହିଦାର, ବିନୋଦ କାଲସାଏ, ଅଙ୍କୁଶ ପାଣ୍ଡିଆ, ରଞ୍ଜିତ ମିଶ୍ର, ରିଲୁ ରଥ, ଚିତ୍ତରଞ୍ଜନ ଦାଶ, ଅଖିଳ ଚନ୍ଦ୍ର ହୋତା, ଧର୍ମେନ୍ଦ୍ର ନନ୍ଦ, ଯୁଧିଷ୍ଠିର ମେହେର, ଦୀନେଶ ଶର୍ମା, ସନ୍ଦୀପ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ୫୦ ଦିନ ବ୍ୟାପୀ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri