ବୋରିସ୍‌ଙ୍କ ଆଗରେ କାନ୍ଦିଲେ ସାମାଜିକ କର୍ମୀ

ଲଣ୍ଡନ୍‌, ୨ା୩: ରୁଷିଆର ବର୍ବର ଆକ୍ରମଣ ରୋକିବାକୁ ୟୁକ୍ରେନ୍‌ର ଜଣେ ସାମାଜିକକର୍ମୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଆଗରେ ଦାବି କରିଛନ୍ତି। ବୋରିସ୍‌ ପୋଲାଣ୍ଡରେ ଖବରଦାତାଙ୍କ ସହ କଥା ହେଉଥିବାବେଳେ ବେସରକାରୀ ସଙ୍ଗଠନ ଆଣ୍ଟି-କରପ୍‌ଶନ୍‌ ଆକ୍ସନ ସେଣ୍ଟରର ଡାରିଆ କାଲେନିକ୍‌ ସେଠାରେ ତାଙ୍କ ସମ୍ମୁଖରେ କାନ୍ଦି ପକାଇଥିଲେ। ରୁଷିଆ ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ୍‌କୁ ତୁରନ୍ତ ନୋ-ଫ୍ଲାଏ ଜୋନ୍‌ କରିବାକୁ ସେ ନିବେଦନ କରିଥିଲେ। ଡାରିଆ କାଲେନିକ୍‌ କହିଥିଲେ, ୟୁକ୍ରେନ୍‌ ଉପରେ ଘନଘନ କ୍ଷେପଣାସ୍ତ୍ର, ବୋମା ମାଡ଼ କରାଯାଉଥିବାରୁ ସାଧାରଣ ନାଗରିକ ଭୟଭୀତ ଅବସ୍ଥାରେ ଅଛନ୍ତି। ମହିଳା ଓ ଛୋଟ ପିଲାମାନେ ସେଠାରେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ଦେଶର ସୁରକ୍ଷା ପାଇଁ ପ୍ରତ୍ୟେକ ୟୁକ୍ରେନ୍‌ବାସୀ ବ୍ୟାକୁଳ। ପାଶ୍ଚାତ୍ୟଦେଶକୁ ସେମାନେ କ୍ରମାଗତ ସହାୟତା ମାଗୁଛନ୍ତି। ବୁଦାପେଷ୍ଟ ଚୁକ୍ତି ଅନୁସାରେ ବ୍ରିଟେନ ୟୁକ୍ରେନକୁ ସହାୟତା ଗ୍ୟାରେଣ୍ଟି ଦେଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍‌ ପୋଲାଣ୍ଡକୁ ଆସିପାରୁଛନ୍ତି କିନ୍ତୁ କ୍ୱିଭ୍‌କୁ ନୁହେଁ। କାରଣ ସେ ଭୟଭୀତ। ଏପରି ନ କରି ବ୍ରିଟେନକୁ ଅଧିକ ସହଯୋଗ କରନ୍ତୁ ବୋଲି ଡାରିଆ କହିଥିଲେ। ଜବାବରେ ବୋରିସ୍‌ କହିଥିଲେ, ବ୍ରିଟେନ ସରକାର ତାହା କରିବାକୁ ଅସମର୍ଥ। ୟୁକ୍ରେନ୍‌କୁ ନୋ-ଫ୍ଲାଏ ଜୋନ୍‌ କରିବା ଫଳରେ ବ୍ରିଟେନ ରୁଷିଆର ଯୁଦ୍ଧଜାହାଜକୁ ଖସାଇବାରେ ସାମିଲ ହେବ। ଏହା ଦ୍ୱାରା ରୁଷିଆ ସହ ବ୍ରିଟେନ୍‌ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇବ, ଯାହା ସେ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri