ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା  ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଡାକ ଯୋଗେ ନିଜ ଅଭିଯୋଗ ପତ୍ର ପଠାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏତଦ୍‌ ବ୍ୟତୀତ ସେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କ ନିକଟକୁ ମଧ୍ୟ ଅଭିଯୋଗପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ନୈନାଙ୍କ ପିତା ମାତା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସ୍‌ପି, କ୍ରାଇମ୍‌ ଡିଏସ୍‌ପି ଉପାସନା ପାଢ଼ୀଙ୍କୁ ତଦନ୍ତ ଭାର ଦେଇଛନ୍ତି।

ଘଟଣାରୁ ପ୍ରକାଶ, ଡିସେମ୍ବର ୧୧ ତାରିଖରେ ଘଟଗାଁ ଥାନା ବାଇପାସ ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ନୈନା ଗୁରୁତର ହେବା ଏବଂ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଡିସେମ୍ବର ୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଗାଁ ପୋଲିସ ଜାନୁୟାରୀ ୨ରେ କେସ୍‌ ନଂ ୧/୨୩ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା। ଘଟଣା ଦିନ ବାଇକ୍‌ରେ ନୁହେଁ ସ୍କର୍ପିଓରେ ଝିଅକୁ ଡାକି ନେଇଥିବାବେଳେ ବାଇକ୍‌ ଦୁର୍ଘଟଣାରେ ଝିଅର ମୃତ୍ୟୁ ନେଇ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଅଭିଯୋଗ ଅନୁଯାୟୀ, ଝିଅର ଦୁର୍ଘଟଣା ଅପରାହ୍ନ ୨ଟା ୩୦ରେ ହୋଇଥିବାବେଳେ ପରିବାର ଲୋକଙ୍କୁ ସା ୬ଟା ୩୦ରେ ସଞ୍ଜୟ ମହାନ୍ତି ଫୋନ୍‌ ଯୋଗେ ଜଣାଇଥିଲେ। ବିଳମ୍ବରେ ପରିବାର ଲୋକଙ୍କୁ ସୂଚନା ଦେଇଥିବାରୁ ପ୍ରକାଶ ମଲ୍ଲିକ ଏବଂ ଅନ୍ୟମାନଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ସେହିପରି ହାଟଡିହୀକୁ ଏକ ସମାଜସେବା କାର୍ଯ୍ୟକ୍ରମକୁ ସ୍କର୍ପିଓରେ ଯିବା କହି ପ୍ରକାଶ ମଲ୍ଲିକ ଝିଅକୁ ଘରୁ ଡାକି ନେଇ ଯାଇଥିବାବେଳେ ବାଇକ ଦୁର୍ଘଟଣା ଘଟିଥିବା କହିବା ଘଟଣାକୁ ବିଶ୍ୱାସ କରୁନାହାନ୍ତି ପରିବାର ଲୋକ। ସେହିପରି ଉକ୍ତ ଦିନ ଜାତୀୟ ରାଜପଥ ୨୦ ଘଟଗାଁ ବାଇପାସ ରାସ୍ତାରେ ସେଭଳି କୌଣସି ଦୁର୍ଘଟଣା ହୋଇ ନ ଥିବା ଆଖପାଖ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ପୋଲିସ ପକ୍ଷରୁ ଉକ୍ତ ଦିନର ଖଣ୍ଟଘର ଟୋଲ୍‌ ଗେଟ ଫୁଟେଜ ପାଇଁ ଟୋଲଗେଟ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଜବତ ବାଇକ୍‌ର ସମ୍ପୂର୍ଣ୍ଣ ବିବରଣୀ ପାଇଁ କେନ୍ଦୁଝର ଆର୍‌ଟିଓ ଏବଂ କଲ୍‌ ରେକର୍ଡ ଯାଞ୍ଚ ପାଇଁ ଟେଲିଫୋନ କମ୍ପାନୀକୁ ଚିଠି କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri