ଭାଜପା-ବିଜେଡି ମଧ୍ୟରେ ସୋସିଆଲ ୱାର: ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଅତାବିରା,୯ା୬(ଯୁଧିଷ୍ଠିର ମହାପାତ୍ର):ଗତ କିଛିଦିନ ହେଲା ଅତାବିରାରେ ଗ୍ରୀଷ୍ମ ଉତ୍ତାପରୁ ରାଜନୈତିକ ପାଗ ଉଷ୍ମତା ବଢିଯାଇଛି। ବାକ୍‌ଯୁଦ୍ଧ ସାଙ୍ଗକୁ ସୋସିଆଲ ମିଡିଆରେ ଚାଲିଛି ଘମାଘୋଟ ଶୀତଳ ଯୁଦ୍ଧ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ଚାଲିଛି ସୋସିଆଲ ୱାର, ଯାହାକୁ ନେଇ ଏବେ ମାମଲା ଥାନାକୁ ପହଞ୍ଚତ୍ଛି l
ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦଙ୍କୁ ବଦ୍‌ନାମ କରିବା ପାଇଁ ସୋସିଆଲ ମିଡିଆରେ ବିଭିନ୍ନ ଅପପ୍ରଚାର କରାଯାଉଛି। ଏ ନେଇ ଅତାବିରା ଭାଜପାର କର୍ମକର୍ତ୍ତା ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ଅତାବିରା ନିର୍ବାଚନମଣ୍ଡଳୀର ବିଧାୟକ ନୀହାର ମହାନନ୍ଦଙ୍କ ନାଁରେ କିଛି ଅସାମାଜିକ ବ୍ୟକ୍ତି ମିଥ୍ୟା ଫଟୋ ଓ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାଧିକାରୀଙ୍କୁ ଜଣାଇଛି ସ୍ଥାନୀୟ ଯୁବ ମୋର୍ଚ୍ଚା। ଅତାବିରା ବ୍ଲକ ସଭାପତି ଜି. ସତୀଶ ଚୌଧୁରୀଙ୍କ ନେତୃତ୍ୱରେ ଭାଜପାର ଯୁବ ମୋର୍ଚ୍ଚା ଟିମ୍‌ ଥାନାରେ ପହଞ୍ଚତ୍ ଏଭଳି ଅଭିଯୋଗ କରିଛନ୍ତି। ଦୁଇବର୍ଷ ହେବ ଅତାବିରା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜୋରସୋରରେ ଚାଲିଛି, ଯାହାକୁ ନେଇ ବିରୋଧୀ ଓ କିଛି କୁଚକ୍ରୀ ଗୋଷ୍ଠୀ ସହି ପାରୁନାହାନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅଭିଯୋଗ ପତ୍ର ଦେବା ସମୟରେ ବରଗଡ଼ ଜିଲା ଭାଜପା ଜିଲା ସମ୍ପାଦିକା ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ, ମଣ୍ଡଳ ସଭାପତି ପୁଷ୍ପକ ଗାଏଗରିଆଙ୍କ ସମେତ ବହୁ ଯୁବ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ…

ମୋବାଇଲ ମରାମତି ଖର୍ଚ୍ଚ ମାଗିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ, ଫେରାର୍‌ ଥିବା ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ, ୯।୬(ପ୍ରଦୋଷ ବିଶ୍ୱାଳ ): ମୋବାଇଲ ଚୋରି ଘଟଣାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ରାମଚନ୍ଦ୍ରପୁର ପୋଲିସ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।…

କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ, ବାପା-ପୁଅ….

ଆଳି,୯।୬(ବନମାଳୀ ସେନାପତି): କୂଅ ସଫା ବେଳେ ସ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି…

ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ

ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ…

ଫଳକକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ: ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉତ୍ତେଜନା

ଖଲ୍ଲିକୋଟ, ୯।୬(ପ୍ରଶାନ୍ତ କୁମାର ମିଶ୍ର) : ଖଲ୍ଲିକୋଟ ବ୍ଲକରେ ରବିବାର ଦୁଇଟି ଫଳକ ଯୋଗୁ ସାଂସଦଙ୍କ କର୍ମୀ ଓ ବିଧାୟକଙ୍କ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।…

ସ୍କୁଟି ସ୍ଲିପ ହେବାରୁ ରାସ୍ତାରେ ପଡ଼ିଗଲେ ମା’ ଝିଅ; ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ତାପରେ….

ବଲାଙ୍ଗୀର,୯ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀ ନଗର ପଡା ଏନ୍ ଏଚ ୨୬ ନମ୍ବର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମା’-ଝିଅ…

ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…

ରୁଷିଆ ସହ ପାକିସ୍ତାନର ବଡ ଡିଲ୍‌, ତେବେ ଭାରତର ବଡ଼ ଶତ୍ରୁ ସହ କାହିଁକି ଏତେ ନିକଟତର ହେଉଛି ରୁଷିଆ? ଜାଣନ୍ତୁ…

ଇସଲାମାବାଦ,୯।୬: ପାକିସ୍ତାନ ଭାରତର ସବୁଠାରୁ ନିକଟତମ ସହଯୋଗୀ ରାଷ୍ଟ୍ର ଭାବରେ ପରିଗଣିତ ହେଉଥିବା ରୁଷିଆ ସହିତ ଏକ ପ୍ରମୁଖ ଚୁକ୍ତି କରିଛି। କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri