ସାମାଜିକ ଅବ୍ୟବସ୍ଥା

ଡ.ମୌସୁମୀ ପରିଡ଼ା

ଦେଶର ସାର୍ବଭୌମତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ବିପଦଶଂକୁଳ ହୋଇପଡିଛି। ମୂଳ ସମସ୍ୟା ଗୁରୁତ୍ୱହୀନ ଓ ଉପେକ୍ଷିତ। ମୂଲ୍ୟହୀନ କଥାକୁ ରୋଚକ କରି ମୁଖ୍ୟ ଓ ଜରୁରୀ ସମସ୍ୟାକୁ ନିଷ୍କ୍ରିୟ କରିଦିଆଯାଉଛି। କିଛି ଅପ୍ରାସଙ୍ଗିକ କଥା ଯାହା ସମାଜକୁ କଳୁଷିତ କରିବାକୁ ଯଥେଷ୍ଟ ସେସବୁ ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ ପ୍ରସଙ୍ଗ, ଯାହା ଯୁବପିଢ଼ିକୁ ଅବାଟକୁ ନେଉଛି। ଏଭଳି ଖବର ପରିବେଷଣ ଦ୍ୱାରା ସମାଜ ଏବେ ଧ୍ୱଂସମୁଖୀ।
ପରିବେଶ ପ୍ରଦୂଷଣ ପରି ସାମାଜିକ ପ୍ରଦୂଷଣ ଓ ନୀତିଆଦର୍ଶ ବିହୀନ ମାନସିକତା ବର୍ତ୍ତମାନର ପ୍ରମୁଖ ସମସ୍ୟା। ଏହାର ପ୍ରଭାବରୁ କିପରି ସମାଜକୁ ରୋକାଯାଇପାରିବ, ତାହା ଚିନ୍ତାର ବିଷୟ। ଆଗପରି ଲୋକମାନେ ନୀତିନିଷ୍ଠତାରେ ଅନୁପ୍ରାଣିତ ହୋଇ ସମାଜକୁ ଦିଗ୍‌ଦର୍ଶନ ଦେବା ଜରୁରୀ ଭାବନ୍ତି ନାହିଁ। ପାଠପଢ଼ା ପରେ ଭଲ ଚାକିରି ମିଳିଗଲେ ସୀମିତ ରହିଯାଉଛି ବ୍ୟକ୍ତିଚେତନା। ଚେତନାର ସ୍ଫୁରଣରେ ଆମତ୍ିକ ବିକାଶ ହୁଏ ସିନା ଆର୍ଥତ୍କ ବିକାଶ ହୁଏନାହିଁ। ଏଥିପାଇଁ ଆଗ୍ରହ ସୃଷ୍ଟି ହୁଅନ୍ତା ଯଦି ବ୍ୟକ୍ତିଗତ ସ୍ତରରେ ମେଧାକୁ ଅଗ୍ରାଧିକାର ମିଳନ୍ତା। ସେଥିରେ ବି ବୈଷମ୍ୟ! ଫଳରେ ବ୍ୟକ୍ତିର ଦୃଷ୍ଟି ଓ ପରିସର ସୀମିତ ହୋଇଯାଉଛି।
ଏକାନ୍ନବର୍ତ୍ତୀ ପରିବାରର ସ୍ବାମୀ ସ୍ତ୍ରୀ ଉଭୟ ଚାକିରିଆ ହେଲେ ସେମାନେ ମାନସିକ ସ୍ତରରେ ଦୁଇ ପ୍ରକାରର ଜୀବନ ବଞ୍ଚନ୍ତି। ଯେହେତୁ ମଣିଷ ସାମାଜିକ ଓ ପାରିବାରିକ ପ୍ରାଣୀ ସେଥିପାଇଁ ସେ ଏକାକୀତ୍ୱକୁ ଗ୍ରହଣ କରିପାରେନାହିଁ। ଅଳ୍ପ ସମୟ ଭିତରେ ମାନସିକ ଅବସାଦ ସୃଷ୍ଟି ହୁଏ। ସେହି ଚିରାଚରିତ ଜୀବନ ଭିତରେ ବଞ୍ଚିବାର ସତେଜତା, ସମ୍ପର୍କର ନିଗୂଢ଼ତା ଫିକା ପଡ଼ିଆସେ। ଯେଉଁଠି ଦାମ୍ପତ୍ୟ ସମ୍ପର୍କରେ ଦୂରତା ସୃଷ୍ଟି ହୁଏ ସେଠାରେ ତୃତୀୟ ଲୋକର ଅଭ୍ୟୁଦୟ ହେବା ଆଶ୍ଚର୍ଯ୍ୟଜନକ ନୁହେଁ। ଫଳରେ ପରିବାର ଭାଙ୍ଗିଯାଏ।
ନିଜେ ଗଢିଥିବା ଅତ୍ୟାଧୁନିକ ଓ ଉଦାରଭିତ୍ତିକ ଜୀବନଶୈଳୀ ଅସଂଖ୍ୟ ଦୁଃସ୍ଥିତିକୁ ନିମନ୍ତ୍ରଣ କରିଛି। ପ୍ରଚଳିତ ବିଧିବ୍ୟବସ୍ଥା ସମାଜ ସହିତ ପାରିବାରିକ ସମ୍ପର୍କକୁ ମଧ୍ୟ କ୍ଷୀଣ କରୁଛି। ଆର୍ଥିକ ଅଭିବୃଦ୍ଧି ପାଇଁ ଯେକୌଣସି ସାଲିସ୍‌ କରିବାକୁ ପ୍ରସ୍ତୁତ ଥିବା ଲୋକେ ଭୌତିକ ସୁଖ ପାଇଁ ଆମତ୍ିକ ସୁଖକୁ ପାଦରେ ଆଡ଼େଇଦିଅନ୍ତି। ପାଶ୍ଚାତ୍ୟଧର୍ମିତା ଲୋକଙ୍କୁ ଏଭଳି ଆଚ୍ଛନ୍ନ କରିରଖିଛି ଯେ ସେଠୁ ମୁକୁଳିବା ପରିବର୍ତ୍ତେ ଫସିବାକୁ ପ୍ରତିଦ୍ୱନ୍ଦ୍ୱିତା। ଫଳରେ ବିଶ୍ୱାସ ବଦଳରେ ପ୍ରତାରଣା। ଏଭଳି ବ୍ୟବସ୍ଥା ମଣିଷର ନୈତିକତା ଓ ଆବେଗପ୍ରବଣତାକୁ ମାରିଦେବାକୁ ପ୍ରୋତ୍ସାହିତ କରୁଛି।
ବିଚ୍ଛିନ୍ନତାବାଦୀ ଆନ୍ଦୋଳନ, ଆର୍ଥିକ ବ୍ୟବସ୍ଥା, ଆମତ୍ହତ୍ୟାପ୍ରବଣତା ସାମାଜିକ ପ୍ରଦୂଷଣର ଗୋଟେ ଲେଖା ଉଦାହରଣ। ସମାଜରେ ବୈଷମ୍ୟବାଦ ଆଗରୁ ଯେପରି ଥିଲା ଏବେ ମଧ୍ୟ ସେହିପରି ବଳବତ୍ତର, କେବଳ ପାତ୍ର ବଦଳିଛନ୍ତିି। ଧନୀଲୋକେ ଧନୀ ହେବାରେ ବ୍ୟସ୍ତ, ନିମ୍ନ ମଧ୍ୟବିତ୍ତ ଓ ଦରିଦ୍ରମାନେ ଅଳସୁଆମିରେ ପୀଡ଼ିତ, ଟିକସଦେଉଥିବା ଲୋକେ ବାସ୍ତବରେ ପ୍ରତାରିତ। ଗୋଟେ ପ୍ରକାରର ଚାକିରିରେ ଦରମାର ତାରତମ୍ୟ, ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଉପରେ ମହଙ୍ଗା ମାଡ଼ ସମାଜର ମେରୁଦଣ୍ଡକୁ ଭାଙ୍ଗିସାରିଲାଣି।
ସମସ୍ତେ ସମାଜର ଅଂଶ। ମଣିଷ ସମାଜ ଦ୍ୱାରା ପ୍ରଭାବିତ ହୋଇ ସମାଜକୁ ଅନୁକରଣ କରେ। ଲୋକମାନଙ୍କୁ ଭଲ ଘଟଣା ଅପେକ୍ଷା ମନ୍ଦ ଘଟଣା ବେଶି ଆକୃଷ୍ଟ କରେ। ଦରବୃଦ୍ଧି, ଖାଦ୍ୟପେୟର ମାନ ହ୍ରାସ, ଟିକସ ବ୍ୟବସ୍ଥା, ଅହେତୁକ ବିଜୁଳି ଦରବୃଦ୍ଧି, ଆଞ୍ଚଳିକ ବିଭେଦ, ବେକାରି ସମସ୍ୟା, ତ୍ରୁଟିଯୁକ୍ତ ଶିକ୍ଷା ବ୍ୟବସ୍ଥା ଏସବୁ ପାଇଁ ପିଲାମାନେ ଅନ୍ୟ ରାଜ୍ୟମୁହାଁ। ଅଖଣ୍ଡତା ଏବେ ବିପଜ୍ଜନକ ସ୍ଥିତିରେ ଏସବୁ ଗୁରୁତର ପ୍ରସଙ୍ଗ ଲୋକମାନଙ୍କ ପାଇଁ ଗୌଣ ହୋଇପଡିବା ପରିତାପର ବିଷୟ। ସେଥିପାଇଁ ପ୍ରତିବାଦ ନାହିଁ, କ୍ଷୋଭ ନାହିଁ।
ଫିଲ୍ମହୀରୋଙ୍କ ବ୍ୟକ୍ତିଗତ ଜୀବନ, ମଟନ ଦୋକାନ ଭଙ୍ଗା ଘଟଣା, ଅଟୋବାଲାର ଅନୈତିକ ସମ୍ପର୍କ, ଶାଶୁଘର ଆଗରେ ମାସ ମାସ ଧରି ବସିରହିବା, ଆଜେବାଜେ ରିଲ୍‌ ବନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହେବାର ଶସ୍ତା ମାନସିକତା ଆଜିକାଲିର ଜନସାଧାରଣଙ୍କ ପାଇଁ ରୋଚକ ବିଷୟ। ସେପଟେ ନିଜ ପିଲା ଅବାଟକୁ ଗଲାଣି ସେସବୁର ହେଜ ନାହିଁ। ଆଶ୍ଚର୍ଯ୍ୟର କଥା ଅନାବଶ୍ୟକ ରିଲ୍‌ ବନେଇ ‘ଅ’ ଅକ୍ଷର ବିବର୍ଜିତ ଲୋକେ ଭଲ ରୋଜଗାର କରୁଛନ୍ତି ୟୁ ଟ୍ୟୁବ୍‌ ପରି ସାମାଜିକ ଗଣମାଧ୍ୟମରୁ। ଅର୍ଥ ଉପାର୍ଜନର ସହଜ ସ୍ରୋତକୁ କୋଟିକୋଟି ଲୋକ ଅନୁକରଣ କରୁଛନ୍ତି; ଯାହା ବାସ୍ତବରେ ଯୁବବର୍ଗକୁ ବିପଥଗାମୀ କରାଉଛି। ଫଳରେ ପିଲା ନା ପଢ଼ିବାକୁ ଚାହୁଁଛି ନା ଦେଶର ଅଭିବୃଦ୍ଧିରେ ସାମିଲ୍‌ ରହିବାକୁ କର୍ତ୍ତବ୍ୟ ମନେକରୁଛି। କୋଢ଼ିଆ ବନିବାର ସରଳ ସୂତ୍ରଟି ଏବେ ତା’ ହାତରେ। ଦେଶ ଗଢ଼ିବାକୁ ସେ କାଇଁ ଚାହିଁବ?
ସମାଜର ବିକଳ ଚିତ୍ର ଆଖିସାମ୍ନାରେ ଅଥଚ ସମାଧାନର ବାଟ ନାହିଁ। ଚନ୍ଦ୍ରରେ ଜାଗା କରିବାକୁ ବସିଲେଣି ପୃଥିବୀବାସୀ। ଦ୍ରୁତଗତିରେ ଆଧୁନିକତା ଗ୍ରାସିଗଲାଣି ଦେଶକୁ। ଅଥଚ କିଛି ଗାଁକୁ ବିଜୁଳି ବତି ଯାଇନାହିଁ। କିଛି ପାହାଡ଼ଘେରା ଗାଁ ପାଇଁ ସଡ଼କ ନିର୍ମାଣ ହୋଇନାହିଁ। ପାଣି ପାଇଁ ଯିବାକୁ ପଡୁଛି କୋଶଦୂର। ଏତେସବୁ ଅବ୍ୟବସ୍ଥା କାହା ମନରେ ଭାବାନ୍ତର ସୃଷ୍ଟି କରୁନାହିଁ, ବିଚିତ୍ର! ଅସଂଖ୍ୟ ସମସ୍ୟା ସମାଜର ଅବ୍ୟବସ୍ଥାକୁ ପ୍ରମାଣିତ କରେ।
ଏସବୁ ଅବ୍ୟବସ୍ଥାରେ ଦିନକୁଦିନ ମାନବୀୟ ଅଧୋଗତି ହୋଇଚାଲିଛି। ପିଲାମାନେ ଅବାଟରେ ଅଥଚ ବାପାମାଆଙ୍କ ପାଖେ ଖବର ନାହିଁ। ଘରେ ପହଞ୍ଚୁଛି ପିଲାର ହାତଲେଖା ଶେଷ ଚିଠି। ପିଲା ପଢ଼ିବାକୁ ଯାଇ ଆମତ୍ହତ୍ୟା କରୁଛି; ଯାହାର କାରଣ ମିଳିପାରୁନି। ନ୍ୟାୟ ପାଇବାକୁ ବୋହୂ ଶାଶୁଘର ପିଣ୍ଡାରେ ମାସମାସ ଧରି ବସିରହୁଛି। ନ୍ୟାୟ ପାଇବାର ବାଟ ଏଭଳି ହେଲେ ନ୍ୟାୟାଳୟର ଆବଶ୍ୟକତା କ’ଣ!
ତାଳି ଗୋଟିଏ ହାତରେ ବାଜେନାହିଁ। କୌଣସି ବ୍ୟକ୍ତିର ସତ୍‌କର୍ମ ବା ଦୁଷ୍କର୍ମର ପ୍ରତିଫଳନ ସମାଜ ଉପରେ ପଡ଼େ। ଅବଶ୍ୟ ଆଜିକାଲି ନୀତି ଆଦର୍ଶର କଥା ଗୁରୁତ୍ୱହୀନ। ବହିକଥା ବହିରେ ରହିଯାଉଛି, ଆଚରଣରେ ପରିଲକ୍ଷିତ ହେଉନାହିଁ। ସମାଜ ଧୀରେଧୀରେ ଅସୁସ୍ଥ ହେବାରେ ଲାଗିଛି। ଏଥିପାଇଁ ଲୋକେ ସଚେତନ ହୁଅନ୍ତୁ। ଅରାଜକତାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଆଇନ୍‌କାନୁନ୍‌ ବଦଳିବା ଦରକାର। ସାମାଜିକ ବିଧିବ୍ୟବସ୍ଥା ଭୁଶୁଡିପଡ଼ିବା ପୂର୍ବରୁ ଆଚରଣରେ ଲଗାମ୍‌ କଷାହେଉ; ଯାହାଫଳରେ ସାମାଜିକ ପ୍ରଦୂଷଣକୁ କିଛିମାତ୍ରାରେ ରୋକିହେବ।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri