ସୋସିଆଲ ମିଡିଆରେ ଟ୍ରମ୍ପ୍‌ଙ୍କ ପାଇଁ ବାସନ୍ଦ ସ୍ଥିତି

ସାନ୍‌ ଫ୍ରାନ୍ସିସ୍କୋ,୨ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ସେତିକି ମୁଖର ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଟ୍ରମ୍ପ୍‌ଙ୍କ ଘୃଣା ମନ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରଦୂଷଣ ଓ ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରୁଥିବାରୁ ବହୁ ୟୁଜର୍ସ ଆପତ୍ତି ଉଠାଉଛନ୍ତି। ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ୍‌ଙ୍କ ପାଇଁ ଏକପ୍ରକାର ବାସନ୍ଦ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ କେତେକ ଟୁଇଟ୍‌କୁ ଟୁଇଟର୍‌ ହଟାଇଦେବା ପରେ ଏବେ ଅନ୍ୟତମ ବୃହତ୍‌ ସୋସିଆଲ ନେଟ୍‌ଓ୍ବାର୍କିଂ ତଥା ମେସେଜ୍‌ ବୋର୍ଡ ଓ୍ବେବ୍‌ସାଇଟ୍‌ ରେଡିଟ୍‌ ଏବଂ ଆମାଜନର ଲାଇଭ୍‌ ଷ୍ଟ୍ରିମିଂ ଭିଡିଓ ସାଇଟ୍‌ ଟୁଇଚ୍‌ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯାଇଛି। ରେଡିଟ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ବୃହତ୍‌ କମ୍ୟୁନିଟି ଉପରେ ଘୃଣା ମନ୍ତବ୍ୟ ନୀତି ଆଧାରରେ କଟକଣା ଜାରି କରିଛି। ‘ଦି ଡୋନାଲ୍ଡ’ ଶୀର୍ଷକ କମ୍ୟୁନିଟି ବା ସବ୍‌ରେଡିଟ୍‌ର ୭ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ୟୁଜର୍ସ ଅଛନ୍ତି। ଏହି ଡିଜିଟାଲ ଫାଉଣ୍ଡେଶନର ସଦସ୍ୟମାନେ ଟ୍ରମ୍ପ୍‌ଙ୍କ ସପକ୍ଷରେ ବହୁ ମେମେ, ଭାଇରାଲ ଭିଡିଓ ଓ ମେସେଜ ପୋଷ୍ଟ କରିଥାନ୍ତି। ୨୦୧୬ ମଧ୍ୟଭାଗରେ ‘ଦି ଡୋନାଲ୍ଡ’ରେ ଆରମ୍ଭ ହୋଇଥିବା ‘ଦି ଟ୍ରମ୍ପ୍‌ ଇଫେକ୍ଟ’ର ବିଶେଷ ପ୍ରଭାବ ରହିଥିଲା। ରେଡିଟ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ମତରେ ଟ୍ରମ୍ପ୍‌ଙ୍କ ଅନ୍‌ଲାଇନ୍‌ ମୂଳଦୁଆକୁ ସୁଦୃଢ଼ କରିବାରେ ପ୍ରଭାବଶାଳୀ ଭୂମିକା ନେଇଥିବା ଏହି ଗ୍ରୁପ୍‌ ଘୃଣା ମନ୍ତବ୍ୟ ଜରିଆରେ ଅନ୍ୟମାନଙ୍କୁ ଟାର୍ଗେଟ କରି ହଇରାଣ କରିବା ପାଇଁ ଲୋକଙ୍କୁ ଅନୁମତି ଦେବା ସହ ବାରମ୍ବାର ନିୟମ ଭଙ୍ଗ କରିଛି। ରେଡିଟ୍‌ ହେଉଛି କମ୍ୟୁନିଟି ପାଇଁ ଏକ ସ୍ଥାନ, ଲୋକଙ୍କୁ ଆକ୍ରମଣ କରିବା ଲାଗି ପ୍ଲାଟଫର୍ମ ନୁହେଁ। ‘ଦି ଡୋନାଲ୍ଡ’ ଏହାକୁ ଉଲ୍ଲଂଘନ କରିଛି ବୋଲି ଉକ୍ତ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଭ୍‌ ହଫ୍‌ମ୍ୟାନ କହିଛନ୍ତି। ସେହିପରି ଷ୍ଟ୍ରିମିଂ ଓ୍ବେବ୍‌ସାଇଟ୍‌ ଟୁଇଚ୍‌ ମଧ୍ୟ ସୋମବାର ଅନୁରୂପ କାରଣ ଦର୍ଶାଇ ଟ୍ରମ୍ପ୍‌ଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଟ୍ରମ୍ପ୍‌ଙ୍କ ପୋଷ୍ଟିଂଗୁଡ଼ିକ ଘୃଣ୍ୟ ବ୍ୟବହାର ବିରୋଧୀ ନୀତିକୁ ଉଲ୍ଲଂଘନ କରୁଥିବା ଟୁଇଚ୍‌ କହିଛି। ଟ୍ରମ୍ପ୍‌ଙ୍କ ଚ୍ୟାନେଲ ୨୦୧୫ ନିର୍ବାଚନ ବେଳର ଏକ ରାଲିର ପୁନଃ ପ୍ରସାରଣ କରିଥିଲା। ସେଥିରେ ମେକ୍ସିକୀୟ ଓ ଶରଣାର୍ଥୀମାନଙ୍କୁ ନୂ୍ୟନ କରି ଦେଖାଯାଇଥିଲା। ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟୁଇଚ୍‌ ଉକ୍ତ ଭିଡିଓକୁ ହଟାଇଦେଇଛି। ଟ୍ରମ୍ପ୍‌ କ୍ୟାମ୍ପେନ ରାଲି ଓ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ପାଇଁ ଗତବର୍ଷ ଟୁଇଚ୍‌ରେ ଯୋଗଦେଇଥିବାବେଳେ ଏହି ବାସନ୍ଦ କେତେ ଦିନ ଧରି ବଳବତ୍ତର ରହିବ ତାହା ସ୍ପଷ୍ଟ ହୋଇନାହିଁ।
ଫେସ୍‌ବୁକ୍‌, ଟୁଇଟର୍‌, ୟୁଟ୍ୟୁବ୍‌, ରେଡିଟ୍‌ ଓ ଅନ୍ୟ ପ୍ଲାଟଫର୍ମ ନିଜକୁ ନିରପେକ୍ଷ ବୋଲି ଦର୍ଶାଇ ଲୋକଙ୍କ ପୋଷ୍ଟ ଓ ଭିଡିଓଗୁଡ଼ିକୁ ଅନୁମତି ଦେଇଥାନ୍ତି। ତେବେ ଏହି ପ୍ଲାଟଫର୍ମଗୁଡ଼ିକରେ ଘୃଣ୍ୟ, ଅପମାନଜନକ ଓ ମିଥ୍ୟା ଭାଷଣ ପ୍ରସାର କରାଯାଉଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ୟୁଜର୍ସମାନେ ଚାପ ପକାଇବା ଆରମ୍ଭ କରିଛନ୍ତି। ଫଳରେ ସୋସିଆଲ ମିଡିଆ ସାଇଟ୍‌ଗୁଡ଼ିକ ପୋଷ୍ଟିଂର କଣ୍ଟେଣ୍ଟ ବା ବିଷୟବସ୍ତୁକୁ ନେଇ କଡ଼ା ପ୍ରତିରୋଧକୁ ସାମ୍ନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେତେକ ସାଇଟ୍‌ ଏପରି ପ୍ରସଙ୍ଗରେ ମୁକାବିଲା ଲାଗି ଅଧିକ ସକ୍ରିୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri