ସୋସିଆଲ୍‌ ମିଡିଆ କ୍ରେଜ୍‌

ବର୍ତ୍ତମାନ ଅଧିକାଂଶ ମହିଳା ବିଭିନ୍ନ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହୁଥିବା ଦେଖିବାକୁ ମିଳୁଛି। ହେଲେ କେତେକଙ୍କଠାରେ ଏହାକୁ ବ୍ୟବହାର କରିବା କ୍ରେଜ୍‌ ଏତେ ଅଧିକ ଯେ, କିଚେନ୍‌ରୁ ବେଡ଼ରୁମ୍‌ ହେଉ କି ବାଥ୍‌ରୁମ୍‌ରୁ ଠାକୁର ଘର ପର୍ଯ୍ୟନ୍ତ ସେମାନଙ୍କ ହାତରୁ ଅଲଗା ହେଉ ନାହିଁ ମୋବାଇଲ୍‌। ଆଉ ଏହାଦ୍ୱାରା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ଦିଗରେ ସେମାନେ ସଚେତନ ନୁହନ୍ତି…

ଅଳ୍ପ ବୟସ୍କଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ପ୍ରାୟ ସମସ୍ତେ ବିଭିନ୍ନ ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଥିବା ଦେଖିବାକୁ ମିଳୁଛି। ଯେଉଁଥିରୁ ବାଦ୍‌ ପଡ଼ିନାହାନ୍ତି ମହିଳାମାନେ। ଏହା କାହା ପାଇଁ ଦେଶବିଦେଶର ଖବର ଜାଣିବା, ବିଭିନ୍ନ ନୂଆ ନୂଆ ଜ୍ଞାନକୌଶଳ ଆହରଣ କରିବା, ଅନ୍‌ଲାଇନ୍‌ ଶପିଂ, ଶିକ୍ଷା, ଫ୍ୟାଶନ୍‌, କୁକିଂ ଆଦି ଶିଖିବାର ବଳିଷ୍ଠ ମାଧ୍ୟମ ପାଲଟିଥିବାବେଳେ ଆଉ କାହା ପାଇଁ ସଭିଙ୍କ ସହ ଯୋଗାଯୋଗରେ ରହିବାରେ ହେଉଛି ବେଶ୍‌ ସହାୟକ। ହେଲେ କେତେକ ମହିଳାଙ୍କଠାରେ ଅଧିକ ଲାଇକ୍‌ କମେଣ୍ଟ୍‌ସ ପାଇବା ଲାଗି ବିଭିନ୍ନ ଫଟୋ, ଭିଡ଼ିଓ ଆଦି ପୋଷ୍ଟ କରିବା ସହ ସୋସିଆଲ୍‌ ସାଇଟ୍‌ରେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ କଣ୍ଟେଣ୍ଟ ଦେଖିବାର କ୍ରେଜ୍‌ ଏତେ ଅଧିକ ଯେ, ସେମାନେ ଏହାର ସକାରାତ୍ମକ ଦିଗରୁ ଦୂରେଇ ଯାଉଛନ୍ତି, ଯାହାକି ଅପରପକ୍ଷେ ବିଭିନ୍ନ ସମସ୍ୟାର କାରଣ ସାଜୁଛି ସେ ଦିଗରେ ସେମାନେ ସଚେତନ ନୁଅନ୍ତି…
ପରିବାରକୁ ଅବହେଳା: ସୋସିଆଲ୍‌ ସାଇଟ୍‌ର ଅଧିକ ବ୍ୟବହାର ବର୍ତ୍ତମାନ ଅନେକ ମହିଳାଙ୍କୁ ଏଭଳି ବଶୀଭୂତ କରି ରଖିଛି ଯେ, ସେମାନେ ତରବର ହୋଇ ଘରର ସମସ୍ତ କାର୍ଯ୍ୟ ସାରି କିପରି ଅନ୍‌ଲାଇନ୍‌ ଆସିବେ, କ’ଣ ରାନ୍ଧିଲେ, କ’ଣ ପିନ୍ଧିଲେ ଆଦି ପୋଷ୍ଟ କରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ନିଶାରେ ଜାଣତରେ ହେଉ ଅବା ଅଜାଣତରେ ସେମାନେ ନିଜ ପିଲା, ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ବି ଅବହେଳା କରି ବସୁଛନ୍ତି। ତେଣୁ ଏପରି ନ ହେବା ଲାଗି ପରିବାରକୁ ପ୍ରାଥମିକତା ଦେବା ଆବଶ୍ୟକ।
ଦାମ୍ପତ୍ୟ ଜୀବନରେ ଦ୍ୱନ୍ଦ୍ୱ: ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ରେ ସବୁବେଳେ ଅପ୍‌ଡେଟ୍‌ ରହିବାକୁ ମହିଳାଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। କିଏ କ’ଣ ନୂଆ ପୋଷ୍ଟ କରୁଛନ୍ତି ଜାଣିବା, ନିଜେ କିଛି ଭିନ୍ନ କରି ଲାଇକ୍ସ ଏବଂ କମେଣ୍ଟ୍‌ସ ପାଇବା ସହ ଚାଟିଂ ଲାଗି ଏଥିରେ ଦୀର୍ଘ ସମୟ ଅତିବାହିତ କରୁଛନ୍ତି। ଫଳରେ କର୍ମମୟ ଜୀବନରୁ ମିଳୁଥିବା ଅଳ୍ପ ଫାଙ୍କା ସମୟ ଏଥିରେ ଚାଲିଯାଉଛି। ତେଣୁ ଘରେ ଏକାଠି ଥାଇ ସୁଦ୍ଧା ନିଜ ଜୀବନସାଥୀଙ୍କ ସହ ବିତାଇବାକୁ ସମୟ ଅଣ୍ଟୁ ନ ଥିବାରୁ ଅନେକ ସମୟରେ ମନାନ୍ତର, ମତାନ୍ତର, କଳହ ସୃଷ୍ଟି ହେଉଛି। ଏମିତି କି ଏଥିପାଇଁ ନା କେବଳ ସୁଖମୟ ଦାମ୍ପତ୍ୟ ଜୀବନ ପ୍ରଭାବିତ ହେଉଛି ବରଂ କେତେକ କ୍ଷେତ୍ରରେ ସନ୍ଦେହ ଉପୁଜିବା ସହ ବିବାହ ବିଚ୍ଛେଦର କାରଣ ସାଜୁଛି।
ପୂଜାପର୍ବ ଏବେ ଲୋକ ଦେଖାଣିଆ: ବର୍ତ୍ତମାନ ପ୍ରତିଟି ପର୍ବପର୍ବାଣି ଯେପରି ଅଧିକାଂଶ ମହିଳାଙ୍କ ଲାଗି ପାଲଟିଯାଇଛି ଲୋକ ଦେଖାଣିଆ। କାରଣ ଏ ସବୁକୁ ସେମାନେ କେତେ ଭକ୍ତିରେ ପାଳୁଛନ୍ତି, କରୁଛନ୍ତି ତାହା ପ୍ରଥମେ ଦେଖିବାକୁ ମିଳୁଛି ସେମାନଙ୍କ ଦ୍ୱାରା ସୋସିଆଲ ସାଇଟ୍‌ରେ ପୋଷ୍ଟ କରାଯାଉଥିବା ବିଭିନ୍ନ ଫଟୋ ଏବଂ ଭିଡିଓରେ। ଯାହା ନିଶାରେ ପୂଜାଠାରୁ ପ୍ରଥମେ ସେମାନେ ନିଜ ସହ ପରିବାର ସଦସ୍ୟଙ୍କ ନୂଆ ନୂଆ ବେଶ ପୋଷାକ ଏବଂ ଗୃହସଜ୍ଜା ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି।
ସୌନ୍ଦର୍ଯ୍ୟକୁ ନେଇ ଚାଲିଛି ପ୍ରତିଯୋଗିତା: ସୋସିଆଲ୍‌ ସାଇଟ୍‌ରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ସହ ଅଧିକ ଲାଇକ୍‌ ଏବଂ କମେଣ୍ଟ୍‌ ପାଇବା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଫଟୋରେ ଭଲ ଦେଖାଯିବା ପାଇଁ ବ୍ୟୁଟିପାର୍ଲର ଯିବା, ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀର ଫେଆର୍‌ନେସ୍‌ କ୍ରିମ୍‌, ବ୍ଲିଚ୍‌ ଆଦି ବ୍ୟବହାର କରୁଛନ୍ତି। ଏହାଛଡ଼ା ବର୍ତ୍ତମାନ ଡିଫରେଣ୍ଟ ଲୁକ୍‌ ପାଇଁ ହେୟାର କଟିଂ, ଷ୍ଟ୍ରେଟ୍‌ନିଂ, କଲରିଂ କରିବାକୁ ପଛାଉ ନାହାନ୍ତି। ହେଲେ ଅପରପକ୍ଷେ ଏ ସବୁ ଅର୍ଥହାନୀ ପ୍ରାଣପୀଡ଼ାର କାରଣ ସାଜୁଛି। କାରଣ ଏଭଳି ସୌନ୍ଦର୍ଯ୍ୟ ପ୍ରସାଧନରେ ମିଶୁଥିବା କେମିକାଲ୍‌ ସ୍ବାସ୍ଥ୍ୟ ସମସ୍ୟାକୁ ଡାକିଆଣୁଛି।
ବଢୁଛି ଅଯଥା ଖର୍ଚ୍ଚ: ସୋସିଆଲ୍‌ ସାଇଟ୍‌ରେ ଫଟୋ କିମ୍ବା ଭିଡ଼ିଓରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଭଲ ଦେଖାଯିବା ଲାଗି ଭଲ କ୍ୟାମେରା ଯୁକ୍ତ ଦାମୀ ମୋବାଇଲ ଫୋନ୍‌ କିମ୍ବା ଡିଜିଟାଲ କ୍ୟାମେରା ବ୍ୟବହାର କରିବା, ଭଳିକିଭଳି ଡ୍ରେସ, ଶାଢ଼ି, ମ୍ୟାଚିଂ ଆସେସରିଜ୍‌ ବ୍ୟବହାର କରିବା, ବାର୍ଥଡେ, ଆନିଭର୍ସରି କ’ଣ ସବୁ ନୂଆ କିଣିଲେ ବା ସ୍ବାମୀଙ୍କଠାରୁ ଗିଫ୍ଟ ମିଳିଲା ଅନ୍ୟଙ୍କୁ ଦେଖାଇବା ଆଳରେ ଅନାବଶ୍ୟକ ଖର୍ଚ୍ଚ ବହୁତ ବଢ଼ିବାରେ ଲାଗୁଥିଲେ ହେଁ ସେ ଦିଗରେ ଅନେକେ ବେପରୁଆ ହେଉଛନ୍ତି। କେବଳ ଏତିକି ନୁହେଁ ଏଥିପାଇଁ ସବୁବେଳେ ଇଣ୍ଟରନେଟ୍‌ ଆବଶ୍ୟକ ହେଉଥିବାରୁ ଅଧିକ ଟଙ୍କା ଯୁକ୍ତ ନେଟ୍‌ପ୍ୟାକ୍‌ ବି ରିଚ୍ଚାର୍ଜ କରିବାକୁ ପଛାଉନାହାନ୍ତି। ତେବେ ଏଭଳି ଅଯଥା ଖର୍ଚ୍ଚ କେବେକେବେ ପାରିବାରିକ ଝଗଡ଼ାର ବି କାରଣ ସାଜୁଛି।
ସାଜୁଛି ସ୍ବାସ୍ଥ୍ୟ ସମସ୍ୟାର କାରଣ: ବର୍ତ୍ତମାନ ସୋସିଆଲ୍‌ ମିଡିଆ ନିଶାରେ ଅଧିକାଂଶ ମହିଳା ଘଣ୍ଟା ଘଣ୍ଟା ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଏମିତିକି କେହି କେହି ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବାକୁ ବି ପଛାଉନାହାନ୍ତି। ଦୀର୍ଘ ସମୟ ଏଥିରେ ଅତିବାହିତ କରିବା ଫଳରେ ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମୀ, ହୃଦ୍‌ସମସ୍ୟା, ନିଦ୍ରାହୀନତା, ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ହ୍ରାସ ହେବା, ବେକ, ଅଣ୍ଟାରେ ଯନ୍ତ୍ରଣା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତା’ଛଡ଼ା କେତେକଙ୍କ ଠାରେ ଇଣ୍ଟରନେଟ୍‌ ଆଡିକ୍ସନ ସିଣ୍ଡ୍ରୋମ ମଧ୍ୟ ଦେଖାଦେଉଛି। କେବଳ ଏତିକି ନୁହେଁ ଅପ୍‌ଡେଟ୍‌ ରହିବା ତଥା ଅନ୍ୟମାନଙ୍କ ସହ କମ୍ପିଟିଶନ୍‌ କରି ଡିଫରେଣ୍ଟ ଫଟୋ ପୋଷ୍ଟ କରି ଅଧିକ ଲାଇକ୍‌ ଏବଂ କମଣ୍ଟେ ପାଇବା ଲାଗି ଅନେକେ ବିଭିନ୍ନ ଦୁଃସାହସିକ ସ୍ଥାନରେ ଠିଆ ହୋଇ ଅବା ଦୁଃସାହସିକ କାର୍ଯ୍ୟ କରି ସେଲ୍ଫି ନେବା ଯୋଗୁ ଅନେକଙ୍କ ପ୍ରାଣହାନି ହେବାର ମଧ୍ୟ ନଜିର ରହିଛି।
ସାର୍ବଜନୀନ ହେଉଛି ବ୍ୟକ୍ତିଗତ ତଥ୍ୟ ଓ ବଢୁଛି ଅପରାଧ: ଅପ୍‌ଡେଟ୍‌ ରହିବା ଲାଗି ସବୁବେଳେ ନିଜର ଦୈନନ୍ଦିନ କାର୍ଯ୍ୟ ତଥା ଫଟୋ ଅପ୍‌ଲୋଡ୍‌ କରିବା ନିଶାରେ ଅନେକେ ସେମାନଙ୍କ ପର୍ସନାଲ କଥା ସାର୍ବଜନୀନ ହେଉଥିବା କଥା ଭୁଲିଯାଉଛନ୍ତି। ଫଳରେ ଏହାଦ୍ୱାରା ବି ପରବର୍ତ୍ତୀ ସମୟରେ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁ ଆଡ଼େ ଗଲେ, କେବେ ଗଲେ, ଘରେ କ’ଣ ହେଉଛି, କ’ଣ ନୂଆ କିଣିଲେ ଆଦି ଭଳି ପ୍ରତିଟି କଥା ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ଦ୍ୱାରା ଏହି ତଥ୍ୟକୁ ଆଧାରକରି ଅନେକ ଅପରାଧ ମଧ୍ୟ ଘଟୁଥିବାର ନଜିର ରହିଛି। ସେହିଭଳି ଅନେକ ଫେକ୍‌ ଆକାଉଣ୍ଟ ଯୋଗୁ ବି ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ତେଣୁ ସୋସିଆଲ୍‌ ମିଡିଆରେ ସୁରକ୍ଷିତ ରହିବା ଲାଗି ଏସବୁ ଦିଗ ପ୍ରତି ସଜାଗ ଏବଂ ସତର୍କ ରହିବା ଆବଶ୍ୟକ।
– ପୌର୍ଣ୍ଣମାସୀ

 

ଏମାନେ କ’ଣ କରନ୍ତି…

ଠିକ୍‌ ଭୁଲ୍‌ ନିଷ୍ପତ୍ତି ନିଜ ଉପରେ ନିର୍ଭର କରେ: ସୋସିଆଲ୍‌ ସାଇଟ୍‌ ବ୍ୟବହାର କରିବା ଦ୍ୱାରା ବହୁତ ଲାଭ ପାଇଛି। ଅନେକ ଅଜଣା ଏବଂ ଜରୁରୀ ଜ୍ଞାନ ଆହରଣ କରିପାରିଛି। ତେଣୁ ଏହାକୁ କେଉଁଥିପାଇଁ ବ୍ୟବହାର କଲେ ନିଜ ସହିତ ପରିବାର ବି ଉପକୃତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଏ। ଅଧିକ ଲୋକପ୍ରିୟ ହେବା ଅବା ଲାଇକ୍‌, କମେଣ୍ଟ ପାଇବା ଆଳରେ ଅଯଥାରେ ଲୋକଦେଖାଣିଆ ଫଟୋ, ଭିଡ଼ିଓ ଆଦି ପୋଷ୍ଟ କରିବାକୁ ପସନ୍ଦ କରେନି। ତା’ଛଡ଼ା ଏହାକୁ ବ୍ୟବହାର କରିବା ସମୟରେ ବ୍ୟକ୍ତଗତ ତଥ୍ୟ ସାର୍ବଜନୀନ ନ ହେବା ଦିଗରେ ସର୍ବଦା ଯତ୍ନଶୀଳ ରୁହେ।
– ନିବେଦିତା ଦାସ ,ଆସିଷ୍ଟାଣ୍ଟ ମ୍ୟାନେଜର, ଇଣ୍ଡିଆନ୍‌ ବ୍ୟାଙ୍କ୍‌, ଭୁବନେଶ୍ୱର
ଆତ୍ମସଂଜମ ସବୁଠୁ ଗୁରୁତ୍ୱପୂର୍ଣ୍ଣ: ଆଜିର ଦିନରେ ସୋସିଆଲ୍‌ ମିଡ଼ିଆ ଏଭଳି ଏକ ସୂଚନାର ସ୍ରୋତ ପାଲଟିଛି, ଯାହା ପ୍ରତି ଯେ କେହି ବି ଆକୃଷ୍ଟ ହେବା ସ୍ବାଭାବିକ କଥା। ନିଜ କଥା କହିବି, ଯେ କୌଣସି କ୍ଷେତ୍ରରେ ଅପ୍‌ଡ଼େଟ୍‌ ଖବର ପାଇବା, ବିଭିନ୍ନ ନୂଆ ନୂଆ ଆପ୍ଲିକେଶନ୍‌ ବିଷୟରେ ଜାଣିବାଠାରୁ ଆରମ୍ଭ କରି ଅନ୍ୟମାନଙ୍କ ବିଷୟରେ ଜାଣିବା, ନିଜ ବିଷୟରେ କିଛି ଜଣାଇବା ଲାଗି ଏହା ଭଲ ମାଧ୍ୟମ ପାଲଟିଛି। ହେଲେ ଏହାକୁ ବ୍ୟବହାର କରିବା ନିଶାରେ ପରିବାରକୁ କିମ୍ବା ଅନ୍ୟାନ୍ୟ କାମକୁ ଅବହେଳା କରିବସିବାର କୌଣସି ଯଥାର୍ଥତା ନାହିଁ। ଏଥିପାଇଁ ଆତ୍ମସଂଜମ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପରିବାରକୁ ପ୍ରାଥମିକତା ଦେଇ ନିଜର ଅନ୍ୟାନ୍ୟ କାମ ସହିତ ସୋସିଆଲ୍‌ ମିଡ଼ିଆ ପାଇଁ ବି ସମୟ ବାହାର କରେ।
– ସୁଦୀପା ସେନାପତି, ସାମାଜିକ କର୍ମୀ, ବଲାଣି, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ପ୍ରତିବର୍ଷ ମାଡ଼ି ଆସୁଛି ମହାବିପତ୍ତି, ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ!

ଜଳବାୟୁ ପରିବର୍ତ୍ତନ ଉପରେ ଚାରି ଦଶନ୍ଧିର ବୈଜ୍ଞାନିକ ଗବେଷଣା ଏପରି ନିଷ୍କର୍ଷ ପ୍ରକାଶ କରିଛି ଯାହା ପୃଥିବୀର ଭବିଷ୍ୟତ ବିଷୟରେ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri