Posted inଫୁରସତ

ସୋସିଆଲ୍‌ ମିଡିଆ କ୍ରେଜ୍‌

ସୋସିଆଲ୍‌ ମିଡିଆରେ ଅପ୍‌ଡେଟ୍‌ ରହିବା ଯେମିତି ବର୍ତ୍ତମାନ ଅଧିକାଂଶଙ୍କ ପାଇଁ ଏକ ନିଶା ପାଲଟିଗଲାଣି। ବିଶେଷକରି ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ଏତେ ଅଧିକ ଯେ, ଏହା ଆଳରେ ସେମାନେ ନିଜ ରୁଚି ସାଙ୍ଗକୁ ଜୀବନଶୈଳୀକୁ ବି ବଦଳାଇବାକୁ ପଛାଉ ନାହାନ୍ତି। ତେବେ ଏହି ପରିବର୍ତ୍ତନ ବି ବିଭିନ୍ନ ଅସୁବିଧାର କାରଣ ସାଜୁଛି ସେ ଦିଗରେ ସେମାନ ସଚେତନ ନାହାନ୍ତି…

ଖାଦ୍ୟରୁଚିରେ ପରିବର୍ତ୍ତନ: ବର୍ତ୍ତମାନ ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ନିଜକୁ ଅପ୍‌ଡେଟ୍‌ ରଖିବା ଲାଗି ନିଜର ପ୍ରତିଟି କାର୍ଯ୍ୟର ଫଟୋ କିମ୍ବା ଭିଡିଓକୁ ଅଧିକାଂଶ ଯୁବପିଢ଼ି ଷ୍ଟାଟସ୍‌ ରଖିବାରେ ବେଶ୍‌ ଆଗଭର ହେଉଥିବାର ଦେଖିବାକୁ ମିଳୁଛି। ଯେଉଁଥିରୁ ବାଦ୍‌ ପଡୁନି ସେମାନଙ୍କ ଦୈନନ୍ଦିନ ଖାଦ୍ୟ। ସେମାନେ କେତେ ପ୍ରକାରର ନୂଆ ନୂଆ ଖାଦ୍ୟ ଖାଉଛନ୍ତି ଦେଖାଇବା ନିଶାରେ ନିଜର ଦୈନନ୍ଦିନ ଖାଦ୍ୟ ରୁଚିକୁ ବି ବଦଳାଇବାକୁ ପଛାଉନାହାନ୍ତି। ଭାତ, ଡାଲି, ତରକାରି ଆଦି ଘରୋଇ ଖାଦ୍ୟ ବଦଳରେ ବିଭିନ୍ନ ପ୍ରକାର ତେଲ ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଛନ୍ତି। ଏଥିରେ ପ୍ରଚୁର ପରିମାଣରେ ଥିବା ତେଲ, ମସଲା, ଲହୁଣି, ଘିଅ, ମିଠା, ଲୁଣ, ରଙ୍ଗ, ମହକ(ଏସେନ୍ସ/ଫ୍ଲେଭର୍‌) ଆଦିର ଗୁଣାତ୍ମକମାନ ସନ୍ଦେହ ଘେରରେ ା

ଏହାବ୍ୟତୀତ ଏଥିରେ ହିତକର ଫାଇଟୋକ୍ସିଟିକାଲ୍‌ ଡାଏଟିକ୍‌ ଫାଇବର୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ର ପରିମାଣ ମଧ୍ୟ ନଗଣ୍ୟ। ଯେଉଁଥିପାଇଁ ସେମାନଙ୍କଠାରେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ବର୍ତ୍ତମାନର ଯୁବପିଢ଼ି ସାଙ୍ଗସାଥୀଙ୍କ ସହ ମିଶି ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦିରେ ବାରମ୍ବାର ଏଭଳି ଖାଦ୍ୟ ଖାଇବା ଦ୍ୱାରା ଯୁବାବସ୍ଥାରେ ସେମାନଙ୍କଠାରେ ଗ୍ୟାସ୍‌ ସମସ୍ୟା ବଢିବା ସହ ମେଟାବୋଲିଜ୍‌ମ ସ୍ତର ହ୍ରାସ ପାଇଥାଏ। ଏହା ବ୍ୟତୀତ ମେଦବହୁଳତା, ହୃଦ୍‌ରୋଗ, ଉଚ୍ଚରକ୍ତଚାପ, ଡାଇବେଟିସ୍‌, କ୍ୟାନ୍‌ସର୍‌, ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍‌ ଇତ୍ୟାଦି ରୋଗର ମୂଳଦୁଆ ପଡ଼ିଥାଏ। ତେଣୁ ଅନ୍ୟକୁ ଦେଖାଇବା ନିଶାରେ ଯେପରି ନିଜର ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।

ଆକର୍ଷଣୀୟ ଲୁକ୍‌ ମାନିଆ : ବର୍ତ୍ତମାନ ଯୁବତୀ ହୁଅନ୍ତୁ ଅବା ଯୁବକଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରେ ସୁନ୍ଦର ଏବଂ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ପୋଷ୍ଟ କରି ଅଧିକରୁ ଅଧିକ ଲାଇକ କମେଣ୍ଟ ପାଇବାକୁ ନେଇ ଯେମିତି ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ତେବେ ଏଥିପାଇଁ ଯେ କେବଳ ସେମାନେ ଫଟୋ, ଭିଡିଓ ଏଡିଟିଙ୍ଗ୍‌ ଆପ୍‌ଗୁଡିକରେ ବିଭିନ୍ନ ପ୍ରକାରର ଫିଲ୍ଟର ବ୍ୟବହାର କରୁଛନ୍ତି ତା’ ନୁହେଁ ବରଂ ବ୍ୟୁଟିପାର୍ଲର ଯିବା, ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀର ଫେଆର୍‌ନେସ୍‌ କ୍ରିମ୍‌, ବ୍ଲିଚ୍‌ ଆଦି ବ୍ୟବହାର କରିବାକୁ ବି ପଛାଉ ନାହାନ୍ତି। ତେବେ ଏଭଳି ପ୍ରଡକ୍ଟରେ ଥିବା ମର୍‌କ୍ୟୁରୀ, ହାଇଡ୍ରୋକୁଇନନ୍‌ ଭଳି ବିଭିନ୍ନ ରାସାୟନିକ ପଦାର୍ଥ ସାଙ୍ଗକୁ ମାତ୍ରାଧିକ ଷ୍ଟେରଏଡ୍‌ ତ୍ବଚାରୁ ମେଲାନିନ୍‌ ମାତ୍ରା ହ୍ରାସ କରିଥାଏ ସତ, ହେଲେ ଏଭଳି କ୍ରିମ୍‌ ଅନେକଙ୍କଠାରେ ବ୍ରଣ, ଲାଲ୍‌ ଦାଗ, କଳା ଦାଗ, ଷ୍ଟ୍ରେଚ୍‌ମାର୍କ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏହାଛଡା ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ହେୟାର ଷ୍ଟ୍ରେଟ୍‌ନିଂ, କଲରିଂକରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାମ୍ପୁ, କଣ୍ଡିଶନର୍‌, ସେରମ୍‌, ଜେଲ୍‌, ୱାକ୍ସ ଆଦି ବ୍ୟବହାର କରୁଛନ୍ତି। ଯାହାକି ଅନେକଙ୍କଠାରେ କେଶ ପାଚିବା, କେଶ ଝଡିବା ଏବଂ ଚନ୍ଦାପଣ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚକ୍ଷୁ, ଚର୍ମ ଓ ଫୁସ୍‌ଫୁସ୍‌ ମଧ୍ୟ ପ୍ରଭାବିତ ହୋଇଥାଏ। ସେହିପରି ବର୍ତ୍ତମାନ ବହୁ ପରିମାଣରେ ବ୍ୟବହାର କରାଯାଉଥିବା ଲିପ୍‌କଲର ବା ଲିପ୍‌ଷ୍ଟିକ୍‌ରେ ମିଶୁଥିବା କେମିକାଲ୍‌ ଯଥା ସୀସା ଓଠର ନମନୀୟତା ହ୍ରାସ କରିବା ସହ ପାଟିବାଟେ ଯାଇ ମସ୍ତିଷ୍କକୁ ପ୍ରଭାବିତ କରି ସ୍ମରଣଶକ୍ତି ହ୍ରାସ କରିଥାଏ। କେବଳ ଏତିକି ନୁହେଁ ଡିଓ ବା ପରଫ୍ୟୁମ୍‌ ବ୍ୟବହାର ପ୍ରତି ଆଜିର ଯୁବପିଢ଼ି ଖୁବ୍‌ ଆଗ୍ରହୀ। ହେଲେ ଏଭଳି ପ୍ରଡକ୍ଟରେ ମିଶୁଥିବା ଆଲୁମିନିୟମ୍‌, ପ୍ରୋପିଲିନ୍‌ ଗ୍ଲାଇକଲ, ଥାଲେଟ୍‌ସ ଓ ଟ୍ରାଇକ୍ଲୋସାନ୍‌ ଭଳି ମାରାତ୍ମକ ରାସାୟନିକ ଦ୍ରବ୍ୟ ଚର୍ମ ସହିତ କିଡ୍‌ନୀ ଓ ହୃତ୍‌ପିଣ୍ଡ ଉପରେ ବି ପ୍ରଭାବ ପକାଇଥାଏ।

ଫ୍ୟାଶନ୍‌ କେଜ୍‌ ବି କ୍ଷତିକାରକ: ସୋସିଆଲ୍‌ ମିଡିଆରେ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡ ସହ ଅପ୍‌ଡେଟ୍‌ ରହିବା ଲାଗି ଆଜିର ଯୁବପିଢ଼ି ଯେଉଁଭଳି ପୋଷାକ ଏବଂ ଆସେସୋରିଜ୍‌ ବ୍ୟବହାର କରୁଛନ୍ତି ତାହାହିଁ ଅପରପକ୍ଷେ ସେମାନଙ୍କ ଲାଗି ବିପଦ ଡାକି ଆଣୁଛି। ଉଦାହରଣ ସ୍ବରୂପ ଟାଇଟ୍‌ ପୋଷାକକୁ ନିଆଯାଇପାରେ। ଯାହାକି ସ୍ଲିମ୍‌ଫିଟ୍‌ ଏବଂ ଆକର୍ଷଣୀୟ ଦେଉଥିଲେ ହେଁ ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ବିଶେଷକରି ଟାଇଟ୍‌ ଜିନ୍ସ ପିନ୍ଧିବା ଯୋଗୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସ୍ଥାନରେ ମାଂସପେଶୀ ସଙ୍କୁଚିତ ହୋଇ ରହିଥାଏ ଏବଂ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ପହଞ୍ଚତ୍ ପାରି ନ ଥାଏ। ଫଳରେ ଉକ୍ତ ସ୍ଥାନଗୁଡ଼ିକରେ ଥିବା ସ୍ନାୟୁ ଦୁର୍ବଳ ହୋଇପଡେ ଏବଂ ଧୀରେ ଧୀରେ ଗୋଡ଼ର କାର୍ଯ୍ୟକ୍ଷମତା ହ୍ରାସ ପାଇ ଆଣ୍ଠୁ, ଅଣ୍ଟା, ପାଦ ଏବଂ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ ା ସେହିପରି ବର୍ତ୍ତମାନ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଥିବା ଭଳିକି ଭଳି ସିନ୍ଥେଟିକ୍‌ ପୋଷାକ ସ୍କିନ୍‌ ଫ୍ରେଣ୍ଡଲୀ ହୋଇ ନ ଥିବାରୁ ଝାଳ ଲାଗି କୁଣ୍ଡାଇହୋଇ ଫଳିଯିବା ବା ଫଲିକ୍ୟୁଲିଟିସ୍‌, ଅନ୍ୟ ଫଙ୍ଗାଲ ଇନ୍‌ଫେକ୍ସନର କାରଣ ସାଜିଥାଏ। ତେବେ ଫ୍ୟାଶନ୍‌ ଆଳରେ ଅଧିକରୁ ଅଧିକ ଏସବୁ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ନା କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି ବରଂ ଏସବୁ କିଣିବାରେ ମଧ୍ୟ ଅନେକ ଟଙ୍କା ନଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri