Posted inଫୁରସତ

ସୋସିଆଲ୍‌ ମିଡିଆ କ୍ରେଜ୍‌

ସୋସିଆଲ୍‌ ମିଡିଆରେ ଅପ୍‌ଡେଟ୍‌ ରହିବା ଯେମିତି ବର୍ତ୍ତମାନ ଅଧିକାଂଶଙ୍କ ପାଇଁ ଏକ ନିଶା ପାଲଟିଗଲାଣି। ବିଶେଷକରି ଯୁବପିଢ଼ିଙ୍କଠାରେ ଏହାର କ୍ରେଜ୍‌ ଏତେ ଅଧିକ ଯେ, ଏହା ଆଳରେ ସେମାନେ ନିଜ ରୁଚି ସାଙ୍ଗକୁ ଜୀବନଶୈଳୀକୁ ବି ବଦଳାଇବାକୁ ପଛାଉ ନାହାନ୍ତି। ତେବେ ଏହି ପରିବର୍ତ୍ତନ ବି ବିଭିନ୍ନ ଅସୁବିଧାର କାରଣ ସାଜୁଛି ସେ ଦିଗରେ ସେମାନ ସଚେତନ ନାହାନ୍ତି…

ଖାଦ୍ୟରୁଚିରେ ପରିବର୍ତ୍ତନ: ବର୍ତ୍ତମାନ ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ନିଜକୁ ଅପ୍‌ଡେଟ୍‌ ରଖିବା ଲାଗି ନିଜର ପ୍ରତିଟି କାର୍ଯ୍ୟର ଫଟୋ କିମ୍ବା ଭିଡିଓକୁ ଅଧିକାଂଶ ଯୁବପିଢ଼ି ଷ୍ଟାଟସ୍‌ ରଖିବାରେ ବେଶ୍‌ ଆଗଭର ହେଉଥିବାର ଦେଖିବାକୁ ମିଳୁଛି। ଯେଉଁଥିରୁ ବାଦ୍‌ ପଡୁନି ସେମାନଙ୍କ ଦୈନନ୍ଦିନ ଖାଦ୍ୟ। ସେମାନେ କେତେ ପ୍ରକାରର ନୂଆ ନୂଆ ଖାଦ୍ୟ ଖାଉଛନ୍ତି ଦେଖାଇବା ନିଶାରେ ନିଜର ଦୈନନ୍ଦିନ ଖାଦ୍ୟ ରୁଚିକୁ ବି ବଦଳାଇବାକୁ ପଛାଉନାହାନ୍ତି। ଭାତ, ଡାଲି, ତରକାରି ଆଦି ଘରୋଇ ଖାଦ୍ୟ ବଦଳରେ ବିଭିନ୍ନ ପ୍ରକାର ତେଲ ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଛନ୍ତି। ଏଥିରେ ପ୍ରଚୁର ପରିମାଣରେ ଥିବା ତେଲ, ମସଲା, ଲହୁଣି, ଘିଅ, ମିଠା, ଲୁଣ, ରଙ୍ଗ, ମହକ(ଏସେନ୍ସ/ଫ୍ଲେଭର୍‌) ଆଦିର ଗୁଣାତ୍ମକମାନ ସନ୍ଦେହ ଘେରରେ ା

ଏହାବ୍ୟତୀତ ଏଥିରେ ହିତକର ଫାଇଟୋକ୍ସିଟିକାଲ୍‌ ଡାଏଟିକ୍‌ ଫାଇବର୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ର ପରିମାଣ ମଧ୍ୟ ନଗଣ୍ୟ। ଯେଉଁଥିପାଇଁ ସେମାନଙ୍କଠାରେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ବର୍ତ୍ତମାନର ଯୁବପିଢ଼ି ସାଙ୍ଗସାଥୀଙ୍କ ସହ ମିଶି ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦିରେ ବାରମ୍ବାର ଏଭଳି ଖାଦ୍ୟ ଖାଇବା ଦ୍ୱାରା ଯୁବାବସ୍ଥାରେ ସେମାନଙ୍କଠାରେ ଗ୍ୟାସ୍‌ ସମସ୍ୟା ବଢିବା ସହ ମେଟାବୋଲିଜ୍‌ମ ସ୍ତର ହ୍ରାସ ପାଇଥାଏ। ଏହା ବ୍ୟତୀତ ମେଦବହୁଳତା, ହୃଦ୍‌ରୋଗ, ଉଚ୍ଚରକ୍ତଚାପ, ଡାଇବେଟିସ୍‌, କ୍ୟାନ୍‌ସର୍‌, ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍‌ ଇତ୍ୟାଦି ରୋଗର ମୂଳଦୁଆ ପଡ଼ିଥାଏ। ତେଣୁ ଅନ୍ୟକୁ ଦେଖାଇବା ନିଶାରେ ଯେପରି ନିଜର ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।

ଆକର୍ଷଣୀୟ ଲୁକ୍‌ ମାନିଆ : ବର୍ତ୍ତମାନ ଯୁବତୀ ହୁଅନ୍ତୁ ଅବା ଯୁବକଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆରେ ସୁନ୍ଦର ଏବଂ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ପୋଷ୍ଟ କରି ଅଧିକରୁ ଅଧିକ ଲାଇକ କମେଣ୍ଟ ପାଇବାକୁ ନେଇ ଯେମିତି ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ତେବେ ଏଥିପାଇଁ ଯେ କେବଳ ସେମାନେ ଫଟୋ, ଭିଡିଓ ଏଡିଟିଙ୍ଗ୍‌ ଆପ୍‌ଗୁଡିକରେ ବିଭିନ୍ନ ପ୍ରକାରର ଫିଲ୍ଟର ବ୍ୟବହାର କରୁଛନ୍ତି ତା’ ନୁହେଁ ବରଂ ବ୍ୟୁଟିପାର୍ଲର ଯିବା, ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀର ଫେଆର୍‌ନେସ୍‌ କ୍ରିମ୍‌, ବ୍ଲିଚ୍‌ ଆଦି ବ୍ୟବହାର କରିବାକୁ ବି ପଛାଉ ନାହାନ୍ତି। ତେବେ ଏଭଳି ପ୍ରଡକ୍ଟରେ ଥିବା ମର୍‌କ୍ୟୁରୀ, ହାଇଡ୍ରୋକୁଇନନ୍‌ ଭଳି ବିଭିନ୍ନ ରାସାୟନିକ ପଦାର୍ଥ ସାଙ୍ଗକୁ ମାତ୍ରାଧିକ ଷ୍ଟେରଏଡ୍‌ ତ୍ବଚାରୁ ମେଲାନିନ୍‌ ମାତ୍ରା ହ୍ରାସ କରିଥାଏ ସତ, ହେଲେ ଏଭଳି କ୍ରିମ୍‌ ଅନେକଙ୍କଠାରେ ବ୍ରଣ, ଲାଲ୍‌ ଦାଗ, କଳା ଦାଗ, ଷ୍ଟ୍ରେଚ୍‌ମାର୍କ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏହାଛଡା ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ହେୟାର ଷ୍ଟ୍ରେଟ୍‌ନିଂ, କଲରିଂକରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାମ୍ପୁ, କଣ୍ଡିଶନର୍‌, ସେରମ୍‌, ଜେଲ୍‌, ୱାକ୍ସ ଆଦି ବ୍ୟବହାର କରୁଛନ୍ତି। ଯାହାକି ଅନେକଙ୍କଠାରେ କେଶ ପାଚିବା, କେଶ ଝଡିବା ଏବଂ ଚନ୍ଦାପଣ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚକ୍ଷୁ, ଚର୍ମ ଓ ଫୁସ୍‌ଫୁସ୍‌ ମଧ୍ୟ ପ୍ରଭାବିତ ହୋଇଥାଏ। ସେହିପରି ବର୍ତ୍ତମାନ ବହୁ ପରିମାଣରେ ବ୍ୟବହାର କରାଯାଉଥିବା ଲିପ୍‌କଲର ବା ଲିପ୍‌ଷ୍ଟିକ୍‌ରେ ମିଶୁଥିବା କେମିକାଲ୍‌ ଯଥା ସୀସା ଓଠର ନମନୀୟତା ହ୍ରାସ କରିବା ସହ ପାଟିବାଟେ ଯାଇ ମସ୍ତିଷ୍କକୁ ପ୍ରଭାବିତ କରି ସ୍ମରଣଶକ୍ତି ହ୍ରାସ କରିଥାଏ। କେବଳ ଏତିକି ନୁହେଁ ଡିଓ ବା ପରଫ୍ୟୁମ୍‌ ବ୍ୟବହାର ପ୍ରତି ଆଜିର ଯୁବପିଢ଼ି ଖୁବ୍‌ ଆଗ୍ରହୀ। ହେଲେ ଏଭଳି ପ୍ରଡକ୍ଟରେ ମିଶୁଥିବା ଆଲୁମିନିୟମ୍‌, ପ୍ରୋପିଲିନ୍‌ ଗ୍ଲାଇକଲ, ଥାଲେଟ୍‌ସ ଓ ଟ୍ରାଇକ୍ଲୋସାନ୍‌ ଭଳି ମାରାତ୍ମକ ରାସାୟନିକ ଦ୍ରବ୍ୟ ଚର୍ମ ସହିତ କିଡ୍‌ନୀ ଓ ହୃତ୍‌ପିଣ୍ଡ ଉପରେ ବି ପ୍ରଭାବ ପକାଇଥାଏ।

ଫ୍ୟାଶନ୍‌ କେଜ୍‌ ବି କ୍ଷତିକାରକ: ସୋସିଆଲ୍‌ ମିଡିଆରେ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡ ସହ ଅପ୍‌ଡେଟ୍‌ ରହିବା ଲାଗି ଆଜିର ଯୁବପିଢ଼ି ଯେଉଁଭଳି ପୋଷାକ ଏବଂ ଆସେସୋରିଜ୍‌ ବ୍ୟବହାର କରୁଛନ୍ତି ତାହାହିଁ ଅପରପକ୍ଷେ ସେମାନଙ୍କ ଲାଗି ବିପଦ ଡାକି ଆଣୁଛି। ଉଦାହରଣ ସ୍ବରୂପ ଟାଇଟ୍‌ ପୋଷାକକୁ ନିଆଯାଇପାରେ। ଯାହାକି ସ୍ଲିମ୍‌ଫିଟ୍‌ ଏବଂ ଆକର୍ଷଣୀୟ ଦେଉଥିଲେ ହେଁ ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ବିଶେଷକରି ଟାଇଟ୍‌ ଜିନ୍ସ ପିନ୍ଧିବା ଯୋଗୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସ୍ଥାନରେ ମାଂସପେଶୀ ସଙ୍କୁଚିତ ହୋଇ ରହିଥାଏ ଏବଂ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ପହଞ୍ଚତ୍ ପାରି ନ ଥାଏ। ଫଳରେ ଉକ୍ତ ସ୍ଥାନଗୁଡ଼ିକରେ ଥିବା ସ୍ନାୟୁ ଦୁର୍ବଳ ହୋଇପଡେ ଏବଂ ଧୀରେ ଧୀରେ ଗୋଡ଼ର କାର୍ଯ୍ୟକ୍ଷମତା ହ୍ରାସ ପାଇ ଆଣ୍ଠୁ, ଅଣ୍ଟା, ପାଦ ଏବଂ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ ା ସେହିପରି ବର୍ତ୍ତମାନ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଥିବା ଭଳିକି ଭଳି ସିନ୍ଥେଟିକ୍‌ ପୋଷାକ ସ୍କିନ୍‌ ଫ୍ରେଣ୍ଡଲୀ ହୋଇ ନ ଥିବାରୁ ଝାଳ ଲାଗି କୁଣ୍ଡାଇହୋଇ ଫଳିଯିବା ବା ଫଲିକ୍ୟୁଲିଟିସ୍‌, ଅନ୍ୟ ଫଙ୍ଗାଲ ଇନ୍‌ଫେକ୍ସନର କାରଣ ସାଜିଥାଏ। ତେବେ ଫ୍ୟାଶନ୍‌ ଆଳରେ ଅଧିକରୁ ଅଧିକ ଏସବୁ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ନା କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି ବରଂ ଏସବୁ କିଣିବାରେ ମଧ୍ୟ ଅନେକ ଟଙ୍କା ନଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri