ବାସ୍ତୁ ଅନୁଯାୟୀ ଭୋଜନ କରିବାର ନିୟମ

ବାସ୍ତୁଶାସ୍ତ୍ରରେ ଭୋଜନ କରିବା ଲାଗି ନିର୍ଦ୍ଧାରିତ କେତୋଟି ନିୟମ ରହିଛି। ଯଦି ତାହାକୁ ମାନି ଉଚିତ୍‌ ଭାବେ ଭୋଜନ କରାଯାଏ, ତା’ହେଲେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହ ଗୃହରେ ଶାନ୍ତି ବଜାୟ ରହିଥାଏ। ଆଉ ଯଦି ସେଥିରେ କିଛି ବ୍ୟତିକ୍ରମ ଦେଖାଯାଏ, ତା’ହେଲେ ସ୍ବାସ୍ଥ୍ୟ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡିଥାଏ ବୋଲି କୁହାଯାଏ। ଯେମିତିକି:
ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ରୋଗ ଓ ମାନସିକ ଚାପ ଦୂର ହୁଏ। ମସ୍ତିଷ୍କକୁ ସ୍ଫୁର୍ତ୍ତି ମିଳିଥାଏ। ଖାଦ୍ୟ ଭଲଭାବେ ହଜମ ହୁଏ। ତେଣୁ ସ୍ବାସ୍ଥ୍ୟ ଠିକ୍‌ ରହେ। ବୟସ୍କ ଓ ଅସୁସ୍ଥ ରହୁଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଖାଇବା ଭଲ।
ଯେଉଁମାନେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହାନ୍ତି ସେମାନେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଭଲ। କ୍ୟାରିୟର ସଚେତନ ଯୁବପିଢି ଓ ବିଦ୍ୟାର୍ଥୀ ମଧ୍ୟ ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇଥାଏ।
ସେହିପରି ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ। ବ୍ୟବସାୟ, ଚାକିରି କରିଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଅନ୍ୟପକ୍ଷେ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ କୌଣସି ହାନୀ ହୋଇ ନ ଥାଏ। ତେବେ ଯେଉଁମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନେ ଏହି ଦିଗରେ ଖାଇବା ଉଚିତ ନୁହେଁ। ଯଦି ଏକାଠି ଅନେକ ଲୋକ ବସି ଖାଉଛନ୍ତି ତେବେ କୌଣସି ଦିଗର ପ୍ରଭାବ କାହାରି ଉପରେ ପଡି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

ଦୂରହେବ ଅସରପା ସମସ୍ୟା

ଘରେ ଅସରପା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହାକୁ ନେଇ ବ୍ୟସ୍ତ ହେବା ପରିବର୍ତ୍ତେ କେତୋଟି ଛୋଟ ଉପାୟରେ ଆପଣଙ୍କ ଘରୁ ଏହାକୁ ଦୂରେଇ...

ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ଗଛ ବଦଳାଇ ଦେବ ଭାଗ୍ୟ

ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ! ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥା’ନ୍ତି। ହେଲେ...

ରୋକିହେବ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ

କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର...

ହାତ କୁଣ୍ଡାଇ ହେବାଠାରୁ ପେଚା ଦେଖିବା ଯାଏ; ଜାଣନ୍ତୁ ଧନପ୍ରାପ୍ତିକୁ ନେଇ ଏହି ୧୦ ସଙ୍କେତ

ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ...

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା...

Advertisement
Archives

Model This Week