ବିଜେଡିର ସୋସିଆଲ ମିଡିଆ ବନାମ କଂଗ୍ରେସର ପୋଷ୍ଟର

ବିଷମକଟକ,୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାୟଗଡ଼ା ଜିଲାରେ ବିଭିନ୍ନ ଦଳ ପକ୍ଷରୁ ନିଜ ଢଙ୍ଗରେ ପ୍ରଚାର ଚାଲିଛି। ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ମଧ୍ୟ ସରିଲାଣି। ହେଲେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଡିଜିଟାଲ ଏବଂ ପୋଷ୍ଟର ପ୍ରଚାର ଏବେ ରୋଚକ ହୋଇଛି। ଜିଲାର ବିଷମକଟକଠାରେ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। କଂଗ୍ରେସ ନିଜ ସମୟରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକୁ ପୋଷ୍ଟରରେ ଲେଖି ପ୍ରଚାର କରୁଛି। ବିଷମକଟକ ପଞ୍ଚୟତ ସମିତି କାର୍ଯ୍ୟାଳୟ, ବିଷମକଟକ ବସ୍‌ଷ୍ଟାଣ୍ଡ ନିର୍ମାଣ, ଢେପାଗୁଡ଼ା ନାଳ ଉପରେ ସେତୁ, କଲ୍ୟାଣ ମଣ୍ଡପ, ମୁଣ୍ଡାବନ୍ଧ ନାଳ ଉପରେ ସେତୁ, ବିଏସ୍‌ଏନ୍‌ଏଲ୍‌ କାଯ୍ୟାଳୟ, ବିଷମକଟକ ଓ ରାୟଗଡ଼ା ରାସ୍ତା ଆଲୋକିକରଣ, ସାନ ହରିଜନ ସହିରେ ପାଣି ଟାଙ୍କି ନିର୍ମାଣ, ରତା ଟିକିରି ନାଳ ଉପରେ ସେତୁ, ବିଷମକଟକରେ ଅଗ୍ନିଶମ କାର୍ଯ୍ୟାଳୟ କଂଗ୍ରେସର ସମୟର ଅବଦାନ ବୋଲି କୁହାଯାଇଛି। ଏଥିସହ ଭୋଟ ଦେଇ ସୁଯୋଗ ଦେଲେ ପ୍ରଥମ ବର୍ଷରେ ବିଷମକଟକ ପଞ୍ଚୟତରେ ରାସ୍ତା ସଫେଇ ଗାଡ଼ି ଗଡ଼ିବ, ମହିଳା ଓ ଶିଶୁଙ୍କ ପାଇଁ ପାର୍କ, ନୂତନ ବସ୍‌ଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ, ୧୦ବର୍ଷ ହେଲା ବନ୍ଦ ଥିବା ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ, ଆବାସ, ବିନା ଲାଞ୍ଚରେ ରାଶନ କାର୍ଡ, ବରିଷ୍ଠ ନାଗରିକଙ୍କ ପାଇଁ ମନୋରଞ୍ଜନ କକ୍ଷ ନିର୍ମାଣ ପାଇଁ ଦଳ ପୋଷ୍ଟର ଜରିଆରେ ପ୍ରତିଶ୍ରୁତି ଦେଇଛି। ବିଜେଡି ଅପରପକ୍ଷେ ପ୍ରାର୍ଥୀ ମଧ୍ୟ ପ୍ରଚାରେ ପଛରେ ପଡ଼ିନାହାନ୍ତି। ୨୨ ବର୍ଷ ଶାସନରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ସୋସିଆଲ ମିଡିଆରେ ଭୋଟରଙ୍କୁ ଜଣାଉଛନ୍ତି। କଂଗ୍ରେସର କିଛି ନେତା ଆମେ କରିଛୁ ବୋଲି କହି ପ୍ରଚାର କରୁଛନ୍ତି। କିନ୍ତୁ ବିଜେଡି ସରକାର ସମୟରେ ବିଷମକଟକ ଠାରେ ଆଇଟିଆଇ, କଳିଙ୍ଗ ମଡେଲ ବିଦ୍ୟାଳୟ, ଡଙ୍ଗରିଆ କନ୍ଧ ବିଦ୍ୟାଳୟ, ଆଲୋକିକରଣ, ବିଜୁ କଲ୍ୟାଣ ମଣ୍ଡପ, ସବ୍‌ ଜଜ୍‌ କୋର୍ଟ, ମାଁ ମାର୍କାମା ମନ୍ଦିର, ରାଧାକାନ୍ତ ମନ୍ଦିର, ମାଁ ମାର୍କାମା କଲେଜ ଅନୁଦାନ ଓ ଅନ୍ୟ କାମ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ନୂତନ କାମ ଯଥା ମେଘା ପାନୀୟ ଜଳ ପ୍ରକଳ୍ପ ଜରିଆରେ ୧୭ ପଞ୍ଚାୟତରେ ଘରକୁ ପାନୀୟ ଜଳ ଯୋଗାଣ, ବିଷମକଟକ ଏନ୍‌ଏସି ଘୋଷଣା, ଗୌଡ଼ ସାହିଠାରୁ ମାଁ ମାର୍କାମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ମଝିରେ ବିଦ୍ୟୁତ୍‌ ଲାଇଟ, ବିଷମକଟକରେ ତିନି ମହଲା ମେଡିକାଲ, ନୂତନ ବସ୍‌ଷ୍ଟାଣ୍ଡ, ବିଷମକଟକ ହାଇସ୍କୁଲକୁ ମଡେଲ ସ୍କୁଲ କାର୍ଯ୍ୟ ଚାଲିଥିବା କୁହାଯାଇଛି। ଏଥିସହ କଂଗ୍ରେସ ଶାସନକୁ ଆସିଲେ ଲାଗଥିବା ଷ୍ଟିଟ ଲାଇଟ୍‌ ମଧ୍ୟ ଲିଭିଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଉଭୟ ଦଳର ସୋସିଆଲ ମିଡିଆ ଏବଂ ପୋଷ୍ଟରରେ ଏଭଳି ପ୍ରଚାର ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ହାଇକୋର୍ଟରେ ଖାରଜ ହେଲା ଶୁଭ୍ରାଙ୍କ ମାମଲା, ଫଳାଫଳ ଘୋଷଣା ପରେ…

ରାୟଗଡ଼ା,୨୫।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କରିଥିବା ରିଟ୍‌ ପିଟିସନ ମାମଲାକୁ ହାଇକୋର୍ଟ ବିଚାରପତି ଆର୍‌.କେ.ପଟ୍ଟନାୟକ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri