ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍‌ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ

ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି। କିନ୍ତୁ ଏଠାରେ ସମଗ୍ର ବିଷୟ ଟିକିଏ ଜଟିଳ। ଭୁଲ୍‌ରେ ଟଙ୍କା ପାଇଥିବା ବ୍ୟକ୍ତି ତୁରନ୍ତ ଏହାକୁ ଖର୍ଚ୍ଚ କରିଦେଇଥିଲେ। ମାମଲା ଏବେ କୋର୍ଟରେ ପହଞ୍ଚିଛି। ତେଣୁ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ପଡିବ।
ଗତ ବର୍ଷ ମେ ମାସରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗ୍ରି ମନିଭେଲଙ୍କୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କ୍ରିପ୍ଟୋ ଡଟ କମରୁ ୧୦୦ ଡଲାର ଫେରସ୍ତ ମିଳିବାର ଥିଲା। ହେଲେ ସିଙ୍ଗାପୁର ସ୍ଥିତ ବାଣିଜ୍ୟ ପ୍ଲାଟଫର୍ମ ଦ୍ୱାରା ଏକ ବଡ ଭୁଲ ହୋଇଯାଇଥିଲା । ସେମାନେ ଭୁଲରେ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ମନିଭେଲଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ।
ମନିଭେଲ ଆକାଉଣ୍ଟକୁ ହଠାତ୍‌ ୧୦.୪ ନିୟୁତ ଅଷ୍ଟ୍ରେଲୀୟ ଡଲାର ଆସିଥିଲା। ଯଦି ହିସାବ ଭାରତୀୟ ଟଙ୍କାରେ କରାଯାଏ, ତେବେ ଏହା ପ୍ରାୟ ୫୭ କୋଟି ଟଙ୍କା ହେବ। ଟଙ୍କା ପାଇବା ପରେ ମନିଭେଲ୍‌ ଝିଅ ଏବଂ ଭଉଣୀ ସହ ପରିବାର ସଦସ୍ୟଙ୍କୁ ଉପହାର ଦେଇଥିଲେ। ବର୍ତ୍ତମାନ ଏହି ସବୁ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ସେମାନଙ୍କୁ ଆଇନଗତ ଖର୍ଚ୍ଚ ସହିତ ୧୦ ପ୍ରତିଶତ ସୁଧ ଦେବାକୁ ପଡିବ।
ଅଡିଟ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜଣାପଡିବା ପରେ କ୍ରିପ୍ଟୋ ଡଟ କମ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା। ଗତ ଶୁକ୍ରବାର ଦିନ କୋର୍ଟ କ୍ରିପ୍ଟୋ ଡଟ କମ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ ଏବଂ ସମସ୍ତ ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ଦେବାକୁ ମନିଭେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?