ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍‌ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ

ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି। କିନ୍ତୁ ଏଠାରେ ସମଗ୍ର ବିଷୟ ଟିକିଏ ଜଟିଳ। ଭୁଲ୍‌ରେ ଟଙ୍କା ପାଇଥିବା ବ୍ୟକ୍ତି ତୁରନ୍ତ ଏହାକୁ ଖର୍ଚ୍ଚ କରିଦେଇଥିଲେ। ମାମଲା ଏବେ କୋର୍ଟରେ ପହଞ୍ଚିଛି। ତେଣୁ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ପଡିବ।
ଗତ ବର୍ଷ ମେ ମାସରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗ୍ରି ମନିଭେଲଙ୍କୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କ୍ରିପ୍ଟୋ ଡଟ କମରୁ ୧୦୦ ଡଲାର ଫେରସ୍ତ ମିଳିବାର ଥିଲା। ହେଲେ ସିଙ୍ଗାପୁର ସ୍ଥିତ ବାଣିଜ୍ୟ ପ୍ଲାଟଫର୍ମ ଦ୍ୱାରା ଏକ ବଡ ଭୁଲ ହୋଇଯାଇଥିଲା । ସେମାନେ ଭୁଲରେ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ମନିଭେଲଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ।
ମନିଭେଲ ଆକାଉଣ୍ଟକୁ ହଠାତ୍‌ ୧୦.୪ ନିୟୁତ ଅଷ୍ଟ୍ରେଲୀୟ ଡଲାର ଆସିଥିଲା। ଯଦି ହିସାବ ଭାରତୀୟ ଟଙ୍କାରେ କରାଯାଏ, ତେବେ ଏହା ପ୍ରାୟ ୫୭ କୋଟି ଟଙ୍କା ହେବ। ଟଙ୍କା ପାଇବା ପରେ ମନିଭେଲ୍‌ ଝିଅ ଏବଂ ଭଉଣୀ ସହ ପରିବାର ସଦସ୍ୟଙ୍କୁ ଉପହାର ଦେଇଥିଲେ। ବର୍ତ୍ତମାନ ଏହି ସବୁ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ସେମାନଙ୍କୁ ଆଇନଗତ ଖର୍ଚ୍ଚ ସହିତ ୧୦ ପ୍ରତିଶତ ସୁଧ ଦେବାକୁ ପଡିବ।
ଅଡିଟ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜଣାପଡିବା ପରେ କ୍ରିପ୍ଟୋ ଡଟ କମ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା। ଗତ ଶୁକ୍ରବାର ଦିନ କୋର୍ଟ କ୍ରିପ୍ଟୋ ଡଟ କମ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ ଏବଂ ସମସ୍ତ ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ଦେବାକୁ ମନିଭେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri