ନୂଆଦିଲ୍ଲୀ,୩।୬
ଭାରତ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ନ୍ୟାଶନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେଶନ(ଏନ୍ଆର୍ଡିସି) ସହ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଦ୍ୱିପାକ୍ଷିକ ରାଜିନାମା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସୋଆର ଗବେଷକମାନେ ଏକ ବିଶେଷ ଗବେଷଣା ଦ୍ୱାରା ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ ସୂତ୍ରର ଉଦ୍ଭାବନ କରିଛନ୍ତି। ଏପରିକି ଉକ୍ତ ଫର୍ମୁଲେଶନଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବେଶ୍ ଉପଯୋଗୀ । ଏହି ପରିପ୍ରେକ୍ଷୀରେ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନ୍ଆର୍ଡିସି ମଧ୍ୟରେ ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଣ୍ଟ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ସୋଆ ଗବେଷକଙ୍କ ଦ୍ୱାରା ବିକଶିତ କରାଯାଇଥିବା ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି ଓ ଗଳାରେ ସଂକ୍ରମଣ ଏବଂ ଦୀର୍ଘକାଳୀନ କ୍ୟାନ୍ସର ଚିକିତ୍ସାକୁ ସହଜ କରିବା ସମ୍ଭବ ହୋଇପାରିବ ବୋଲି ଉକ୍ତ ଗବେଷଣା ଟିମ୍ର ନେତୃତ୍ୱ ନେଇଥିବା ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ସୋଆର ପ୍ରଫେସର ଗୌତମ ରଥ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଅପରପକ୍ଷରେ ଇ-କମର୍ସ ପ୍ଲାଟ୍ଫର୍ମ ଗ୍ରୀନ୍ ଜିଭା ସହିତ ନିକଟରେ ସୋଆ ସହଭାଗିତା ଆରମ୍ଭ କରିଛି। ଭାରତୀୟ ଉତ୍ପାଦନକୁ ଗୁରୁତ୍ୱ ଦେଇ ପ୍ରାକୃତିକ ପଦାର୍ଥକୁ ନେଇ ଗବେଷଣାକୁ ପ୍ରୋତ୍ସାହିତ କରୁଥିବା ଲକ୍ଷ୍ୟରେ ଉକ୍ତ ସଂସ୍ଥା କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସୋଆ ଟିମ୍ ନିରନ୍ତର ଭାବେ ସୁରକ୍ଷିତ, ପ୍ରଭାବୀ, ସ୍ଥିର ଏବଂ କମ୍ ଖର୍ଚ୍ଚରେ ଟେକ୍ନୋଲୋଜି ଯୋଗାଇଦେବା ନିମନ୍ତେ ଡ୍ରଗ୍ ଡେଲିଭରି, ପ୍ରୋବାୟୋଟିକ୍ସ, ପ୍ରାକୃତିକ ପଦାର୍ଥ, ନାନୋ ଟେକ୍ନୋଲୋଜି, ଫାର୍ମାସ୍ୟୁଟିକାଲ୍ ଏବଂ ଖାଦ୍ୟ ପଦାର୍ଥ ବିକାଶ ଦିଗରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ରଥ ଓ ତାଙ୍କ ଟିମ୍କୁ ଉକ୍ତ ଟେକ୍ନୋଲୋଜିର ବିକାଶ ଦିଗରେ କାର୍ଯ୍ୟ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଟେକ୍ନୋଲୋଜିର ଆଦାନପ୍ରଦାନ, ଅଭିନବ ଓ ଇଣ୍ଟର ଡିସିପ୍ଲିନାରି ଗବେଷଣା ଦ୍ୱାରା ଟେକ୍ନୋଲୋଜିର ବିକାଶ ଏବଂ ଶିଳ୍ପକୁ ହସ୍ତାନ୍ତର ଦିଗରେ କାର୍ଯ୍ୟ କରିବା ଉପରେ ପ୍ରଫେସର ନନ୍ଦ ଗୁରୁତ୍ୱ ଦେଇଥିଲେ।
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

