ନୂଆଦିଲ୍ଲୀ,୩।୬
ଭାରତ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ନ୍ୟାଶନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେଶନ(ଏନ୍ଆର୍ଡିସି) ସହ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଦ୍ୱିପାକ୍ଷିକ ରାଜିନାମା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସୋଆର ଗବେଷକମାନେ ଏକ ବିଶେଷ ଗବେଷଣା ଦ୍ୱାରା ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ ସୂତ୍ରର ଉଦ୍ଭାବନ କରିଛନ୍ତି। ଏପରିକି ଉକ୍ତ ଫର୍ମୁଲେଶନଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବେଶ୍ ଉପଯୋଗୀ । ଏହି ପରିପ୍ରେକ୍ଷୀରେ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନ୍ଆର୍ଡିସି ମଧ୍ୟରେ ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଣ୍ଟ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ସୋଆ ଗବେଷକଙ୍କ ଦ୍ୱାରା ବିକଶିତ କରାଯାଇଥିବା ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି ଓ ଗଳାରେ ସଂକ୍ରମଣ ଏବଂ ଦୀର୍ଘକାଳୀନ କ୍ୟାନ୍ସର ଚିକିତ୍ସାକୁ ସହଜ କରିବା ସମ୍ଭବ ହୋଇପାରିବ ବୋଲି ଉକ୍ତ ଗବେଷଣା ଟିମ୍ର ନେତୃତ୍ୱ ନେଇଥିବା ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ସୋଆର ପ୍ରଫେସର ଗୌତମ ରଥ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଅପରପକ୍ଷରେ ଇ-କମର୍ସ ପ୍ଲାଟ୍ଫର୍ମ ଗ୍ରୀନ୍ ଜିଭା ସହିତ ନିକଟରେ ସୋଆ ସହଭାଗିତା ଆରମ୍ଭ କରିଛି। ଭାରତୀୟ ଉତ୍ପାଦନକୁ ଗୁରୁତ୍ୱ ଦେଇ ପ୍ରାକୃତିକ ପଦାର୍ଥକୁ ନେଇ ଗବେଷଣାକୁ ପ୍ରୋତ୍ସାହିତ କରୁଥିବା ଲକ୍ଷ୍ୟରେ ଉକ୍ତ ସଂସ୍ଥା କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସୋଆ ଟିମ୍ ନିରନ୍ତର ଭାବେ ସୁରକ୍ଷିତ, ପ୍ରଭାବୀ, ସ୍ଥିର ଏବଂ କମ୍ ଖର୍ଚ୍ଚରେ ଟେକ୍ନୋଲୋଜି ଯୋଗାଇଦେବା ନିମନ୍ତେ ଡ୍ରଗ୍ ଡେଲିଭରି, ପ୍ରୋବାୟୋଟିକ୍ସ, ପ୍ରାକୃତିକ ପଦାର୍ଥ, ନାନୋ ଟେକ୍ନୋଲୋଜି, ଫାର୍ମାସ୍ୟୁଟିକାଲ୍ ଏବଂ ଖାଦ୍ୟ ପଦାର୍ଥ ବିକାଶ ଦିଗରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ରଥ ଓ ତାଙ୍କ ଟିମ୍କୁ ଉକ୍ତ ଟେକ୍ନୋଲୋଜିର ବିକାଶ ଦିଗରେ କାର୍ଯ୍ୟ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଟେକ୍ନୋଲୋଜିର ଆଦାନପ୍ରଦାନ, ଅଭିନବ ଓ ଇଣ୍ଟର ଡିସିପ୍ଲିନାରି ଗବେଷଣା ଦ୍ୱାରା ଟେକ୍ନୋଲୋଜିର ବିକାଶ ଏବଂ ଶିଳ୍ପକୁ ହସ୍ତାନ୍ତର ଦିଗରେ କାର୍ଯ୍ୟ କରିବା ଉପରେ ପ୍ରଫେସର ନନ୍ଦ ଗୁରୁତ୍ୱ ଦେଇଥିଲେ।

୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କ ସୁବିଧା…
ନୂଆଦିଲ୍ଲୀ,୧।୧୦ : ବ୍ରଡବ୍ୟାଣ୍ଡ ରେଲୱେୟାରର ଗ୍ରାହକମାନେ ବର୍ତ୍ତମାନ ଦେଶର ୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କରେ ନିଜ ଘରର ବ୍ରଡବ୍ୟାଣ୍ଡ ଯୋଜନା ଉପଭୋଗ...

ବଜାରକୁ ଆସିଲା ୫ମ ପିଢ଼ି ‘ହୋଣ୍ଡା ସିଟି’; ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୭: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ହୋଣ୍ଡା ସିଟିର ପଞ୍ଚମ ପିଢ଼ିକୁ ଭାରତ ବଜାରରେ ଶୁଭାରମ୍ଭ କରାଯାଇଛି। ହୋଣ୍ଡା...

ଆଜିଠାରୁ ବଦଳିଯିବ ଏସବୁ ନିୟମ
ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ...

ମୋବାଇଲ ବ୍ୟବହାରରେ ଭାରତ ତୃତୀୟ
ନୂଆଦିଲ୍ଲୀ, ୨୬।୭: ବର୍ତ୍ତମାନ ମୋବାଇଲ ଫୋନ ଲୋକଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଏମିତି ମଧ୍ୟ କିଛି କାମ ରହିଛି, ଯାହା ବିନା ମୋବାଇଲରେ ହେବା...

୨.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ: ପୁଷ୍କର
ଭୁବନେଶ୍ୱର,୧୫।୯ (ଅଭୟ ଦାଶ):ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ହେବାକୁ ଥିବା ଡେଷ୍ଟିନେସନ୍ ଉତ୍ତରାଖଣ୍ଡ-ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି...

୫ଜି ଆସିବା ପରେ ଗ୍ରାହକଙ୍କୁ ଝଟ୍କା ଦେଲା ଜିଓ: ବନ୍ଦ କଲା ୧୨ ପ୍ଲାନ୍
ନୂଆଦିଲ୍ଲୀ,୧୩।୧୦: ୫ଜି ସେବା ଆରମ୍ଭ ହେବା ପରଠାରୁ ବଡ଼ ପଦକ୍ଷେପ ନେଇଛି ଜିଓ। କମ୍ପାନୀ ନିଜର ଓ୍ବେବ୍ସାଇଟ୍ରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨...

୨୦ରୁ ଇ-କମର୍ସରେ ମିଳିବ ମୋବାଇଲ,ଟିଭି, ଫ୍ରିଜ୍
ନୂଆଦିଲ୍ଲୀ,୧୭।୪ : ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଚଳିତ ମାସ ୨୦ରୁ ଇ-କମର୍ସ ସାଇଟଗୁଡିକରେ ଲୋକମାନେ ମୋବାଇଲ, ଟିଭି ଏବଂ...

ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ
ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା...