ଟିଏମ୍‌ସିକୁ ୧୨୦୦କୋଟିର ସହାୟତା

ନୂଆଦିଲ୍ଲୀ,୩।୬: ଆଇସିଆଇସିଆଇ ବ୍ୟାଙ୍କର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରାଯାଇଛି। ବିଶେଷ କରି କ୍ୟାନ୍‌ସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉକ୍ତ ଅର୍ଥ ବିନିଯୋଗ ସହ ୭.୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୩ଟି ନୂଆ କୋଠା ସ୍ଥାପନ କରାଯିବ। ସେହିଭଳି ମହାରାଷ୍ଟ୍ରର ନଭି ମୁମ୍ବାଇ, ପଞ୍ଜାବର ମୁଲାନପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଥିବା ଟିଏମ୍‌ସିକୁ ଅତ୍ୟାଧୁନିକ ମେଶିନ ପ୍ରଦାନ କରିବା ଲାଗି ବ୍ୟାଙ୍କର ସିଏସ୍‌ଆର୍‌ ପାଣ୍ଠିରୁ ଉକ୍ତ ଅର୍ଥରାଶି ପ୍ରଦାନ ସହ ଆଇସିଆଇସିଆଇ ବ୍ୟାଙ୍କର ସିଏସ୍‌ଆର୍‌ ଶାଖା ଆଇସିଆଇସିଆଇ ଫାଉଣ୍ଡେଶନ ଫର୍‌ ଇନ୍‌କ୍ଲୁସିଭ୍‌ ଗ୍ରୋଥ୍‌ (ଆଇସିଆଇସିଆଇ ଫାଉଣ୍ଡେଶନ) ପକ୍ଷରୁ ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ଓ ୨୦୨୭ ସୁଦ୍ଧା ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମିଳିତ ଆଶା ପ୍ରକଟ କରାଯାଉଛି। ଏପରିକି ଉଭୟ ଆଇସିଆଇସିଆଇ ବ୍ୟାଙ୍କ ଓ ଟିଏମ୍‌ସି ମଧ୍ୟରେ ଏ ନେଇ ଏକ ରାଜିନାମା ହୋଇଥିବା ଜଣାପଡ଼ିଛି। ଆଇସିଆଇସିଆଇ ଫାଉଣ୍ଡେଶନର ସଭାପତି ସଞ୍ଜୟ ଦତ୍ତା ଏବଂ ଟିଏମ୍‌ସିର ନିର୍ଦ୍ଦେଶକ ଡା. ଆର୍‌.ଏ. ବଡ୍‌ୱେ ଉକ୍ତ ରାଜିନାମାରେ ସ୍ବାକ୍ଷର କରିଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଚତୁର୍ବେଦୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ମୁମ୍ବାଇର ପରେଲ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଆଇସିଆଇସିଆଇ ଏମ୍‌ଆର୍‌ଆଇ ସେଣ୍ଟରକୁ ମଧ୍ୟ ଚତୁର୍ବେଦୀ ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଚତୁର୍ବେଦୀ କହିଛନ୍ତି, ଦେଶର ସେବା ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଏକ ସୁଦୀର୍ଘ ପରମ୍ପରା ରହିଛି। ସେହି ଦର୍ଶନ ଅନୁସାରେ ଆଇସିଆଇସିଆଇ ଫାଉଣ୍ଡେଶନ ପରିବେଶ ସଂରକ୍ଷଣ, ନିରନ୍ତର ଜୀବନଜୀବିକା ପାଇଁ ଦକ୍ଷତା ବିକାଶ, ସୁଲଭ ସ୍ବାସ୍ଥ୍ୟସେବା ଓ ଗୋଷ୍ଠୀ ବିକାଶ ପ୍ରକଳ୍ପ ଜରିଆରେ ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?