ଏବେକୁ ଏତେ, ଆଗକୁ କେତେ

ଦ୍ୱିତୀ ଚନ୍ଦ୍ର ସାହୁ

ସକାଳର ପାଗ ସ୍ଥାୟୀ ରହେନି। କ୍ରମଶଃ ବଦଳିଯାଏ। ଆଜିକାଲି ପାଗ ସହ ମଣିଷର ଅବସ୍ଥା ବି ସେମିତି। ପାଗ ସହ ମଣିଷକୁ ତୁଳନା କରିବାର ଯଥେଷ୍ଟ କାରଣ ଅଛି। ପାଣିପାଗ ଓ ମଣିଷର ମାନସିକ ଅବସ୍ଥା ସ୍ଥିର ନ ଥାଏ। ସମୟାନ୍ତରରେ ବଦଳିଥାଏ। ଆମେ କଥା କଥାକେ ଓଳିଆରୁ ଗଜା ବୋଲି କହି ପିଲାଟିକୁ ମୂଲ୍ୟାୟନ କରୁ। ପିଲାଟି ବିଗିଡିଗଲା। ଆଉ ଜମା ସୁଧୁରିବନି। ତିନି ପାଞ୍ଜିରୁ ଗଲା। ଚାରି ଦଉଡିକଟା ହୋଇଗଲା। ଫୁଲ୍‌ ବାଳୁଙ୍ଗା ହୋଇଗଲା। ମାଟି କରିଦେଲା ନିଜର ଭବିଷ୍ୟତ। ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ। ଥରେ ହୁଗୁଳା ହୋଇଗଲେ ଆଉ କ’ଣ ସୁଧୁରିବ ପିଲା। ଏବେକୁ ଏତେ ତ, ଆଗକୁ କେତେ? ନାହିଁ ନ ଥିବା କାମରେ ହାତ ଦେଲା ମାନେ ପିଲାଟା ବିଗିଡି ଗଲା। ପିଲାଦିନର ଦୁଷ୍ଟାମିକୁ ନେଇ ଅଜସ୍ର ମତାମତ ଦେଉ। ତାକୁ ବଳେଇ ବଳେଇ ଶୁଣେଇ ଦେଉ ମଧ୍ୟ। ଏମିତି ନାକରା କଥା ଶୁଣିଶୁଣି ବଡ଼ ହୋଇଥିବା ପିଲାଟି ବି କରିସ୍ମା କରିପାରେ। ଦଣ୍ଡାବାଳୁଙ୍ଗା ହୋଇ ବୁଲୁଥିବା ପିଲାଟିକୁ ଲୋକେ ଭୋଟ ନାଦି ଦିଅନ୍ତି। ସେ ରାତାରାତି ନେତା ହୋଇଯାଏ। ମନ୍ତ୍ରୀ ପଦ ଯୋଗାଡ଼ ହୋଇଗଲେ ତେଣିକି ସମାଜ ତାକୁ ସଲାମ କରେ। କେବଳ ସେତିକି ନୁହଁ ଦିନରାତି ଚୋରିନାରୀ କରି ବଢିଥିବା ଲୋକଟି ଅମାପ ସମ୍ପତ୍ତିର ମାଲିକ ହୋଇଗଲା ପରେ ଖୁବ୍‌ ସମାଜ ସେବାରେ ମନ ବଳାଏ। ଡାକି ଡାକି ଲୋକଙ୍କୁ ସେବା କରେ। ବିଭିନ୍ନ ଧର୍ମ କାର୍ଯ୍ୟରେ ଯୋଗ ଦିଏ। ମନ୍ଦିର ତୋଳେ। ଦୁଇ ହାତ ଖୋଲି ଦାନ କରେ। ତା’ ପରେ ସେହି ସମାଜ ହଁି ଗତକାଲିର ଲୁଟେରାକୁ ଭଗବାନ ଭଳି ସମ୍ମାନ ଦିଏ। କି ଚମତ୍କାର ଦେଖ। ଦସ୍ୟୁ ରତ୍ନାକରରୁ ବାଲ୍ମୀକି ପାଲଟିଗଲା ଲୋକଟି। କେତେ ଭକ୍ତି ଓ ସମ୍ମାନ। ଏମିତି ତିନିତୁଣ୍ଡରେ ଛେଳି କୁକୁର ପାଲଟିଯାଏ।
ଭାରତୀୟ ଗଣତନ୍ତ୍ର ହେଉ କି ସମାଜତନ୍ତ୍ରରେ ଏମିତି ଚିତ୍ର କିଛି ନୂଆ ନୁହେଁ। ଅପରପକ୍ଷେ ମଣିଷର ପାଣିପାଗ ବି ଦେଖିଲେ ଅଜବ ଲାଗେ। ତୁଳସୀ ଦୁଇପତ୍ରରୁ ବାସେ ପରା। କେଡ଼େ ସୁଧାର ପିଲା। ଖାଣ୍ଟି ସୁନା ମୁଣ୍ଡାଟା। କେତେ ଶାନ୍ତଶିଷ୍ଟ। ମାଛିକୁ ମ’ କହିବାର ନାହିଁ। କାହା ସଙ୍ଗେ ବସାଉଠା ନାହିଁ। ପାଠ ଓ ଘର ପରିବାର ଭଲ ତ ସେ ଭଲ। ବଡ଼ମାନଙ୍କ ପ୍ରତି ଅଗାଢ଼ ଭକ୍ତି। କିନ୍ତୁ ବଡ଼ ହେଲେ ଅନେକଙ୍କ ବଦଳିଯାଏ ଚରିତ୍ର। ନିଜେ ଭଲ ତ ସବୁ ଭଲ। ଆଗ ପଇସା ପଛେ ସମ୍ପର୍କ। ଆଉ କାହାରି ଚିନ୍ତା ନ ଥାଏ। ପାର୍ଥତ୍ବ ସମ୍ପତ୍ତିର ଲୋଭରେ ସେ ମାଡ଼ିଚାଲେ ଆଗକୁ ଆଗକୁ। ମା’ବାପାଙ୍କୁ ବି ଏଡେଇ ଦେଇ ଚାଲିଯାଏ। ଜନ୍ମମାଟି କଥା ଭୁଲିଯାଏ। ଏମିତି ବି ପରିସ୍ଥିତି ହୁଏ ଗଣ୍ଡମୂର୍ଖ ଓ ହୁଣ୍ଡା ନାମରେ ପରିଚିତ ପୁଅଟି ହିଁ ମା’ବାପାଙ୍କ ଯତ୍ନ କରେ। ନିଦାବିଷ୍ଣୁ ସାଜିଥିବା ପୁଅର ଆଉ ଦେଖା ମିଳେନି। ଏବେକା ସମାଜରେ ଏମିତି କିଛି ବିକଳ ଚିତ୍ର। ଯିଏ ପଢିଲା ସେ ବଢିଲା। ଶ୍ରେଷ୍ଠ ବି ହେଲା। ଅଥଚ ହୃଦୟହୀନ ପାଲଟିଗଲା। ଏକୋଇରବଳା ବିଶିକେଶନ ବୋଲି ଯାହାକୁ ମା’ବାପା ଖୁଆଇପିଆଇ ବଡ଼ କରିଥାଏ ବଡ଼ହେଲା ପରେ ସେ ଯାବତୀୟ ମିଛ ସୁଖର ଭ୍ରମରେ ପର ପାଲଟିଯାଏ। ଭବିଷ୍ୟତ ସେଇଆ କେବେ ହୋଇପାରେନା ଯେଉଁଥିରେ ଆତ୍ମୀୟଙ୍କ ଦୁଃଖର ଲହଡି ଭାଙ୍ଗୁଥାଏ। ନିଜସ୍ବ ସମୃଦ୍ଧିର ଗ୍ରାଫ୍‌ ଉପରକୁ ଉଠିପାରେ ଅକ୍ଳେଶରେ ଅଥଚ ନକ୍ସା ତିଆରି ପଛର ଅନୁଭବୀଙ୍କ ବେଦନାରେ ଗ୍ରାଫ୍‌ର ରେଖା ଅଙ୍କାବଙ୍କା ବି ହୋଇପାରେ କାଳର କରାଳ ଗତିରେ। ଭାଗ୍ୟକୁ ହାତରେ ଧରି ଫୁତ୍‌କାର କରୁଥିବା ସଫଳ କର୍ମକାରମାନେ ବି ସମୟ ନିକଟରେ ବୋଲ ମାନନ୍ତି। ହୃଦୟହୀନ ସନ୍ତାନଙ୍କ ଭାଗ୍ୟରେଖାରେ ବି ମାର୍କଦଶା ଆସିଯାଏ। ସେତେବେଳେ ଭାଗ୍ୟଧାରୀମାନେ ଭାଗ୍ୟ ଅପେକ୍ଷା ଆପଣାର ଲୋକଙ୍କୁ ଖୋଜିବସନ୍ତି।
ଭଲର ପରିଭାଷା ଖୋଜିବାକୁ କୌଣସି ଅଭିଧାନ ଆବଶ୍ୟକ ନାହିଁ। ହୃଦୟବାନ୍‌ ବ୍ୟକ୍ତି ସମସ୍ତଙ୍କ ହୃଦୟରେ ଘର କରି ରହିପାରେ। ଅଚିରେ ଆପଣାପଣର ରଜୁରେ ବାନ୍ଧିପାରେ। ସବୁ ସଫଳ ମଣିଷ ଭଲ ମଣିଷ ହୋଇ ନ ପାରନ୍ତି। ଅନେକ ସଫଳ ମଣିଷଙ୍କ ନିକଟରେ ଗୁଣଚିହ୍ନା ହୃଦୟଟି ଥାଇପାରେ କିନ୍ତୁ ବେଦନାଚିହ୍ନା ହୃଦୟଟି ନ ଥାଇପାରେ। ଏହି କ୍ରମରେ ଯାବତୀୟ କର୍ମ, ଯୋଜନା ଓ ଲକ୍ଷ୍ୟରେ ଆମର ତତ୍କାଳିକ ମୂଲ୍ୟାୟନ ଅଧିକାଂଶ ସମୟରେ ଠିକ୍‌ ହୋଇ ନ ଥାଏ। ଭଲ ଖରାପ ହୋଇଯାଏ। ଖରାପ ବି ଭଲ ହୋଇପାରେ। ବେଳେବେଳେ ଗୋଟେ ମୁହୂର୍ତ୍ତରେ ଜୀବନର ମୋଡ଼ ବୁଲିଯାଏ। ଗୋଟେ ଘଟଣା, ଗୋଟେ ଚରିତ୍ର ଓ ଗୋଟେ ଜୀବନ୍ତ ଉଦାହରଣ ମଣିଷକୁ କୋଉଠିରୁ କୋଉଠିକୁ ନେଇ ପହଞ୍ଚାଇ ଦେଇପାରେ। ନିଜେ ମଣିଷ ଜାଣିପାରେନା ତା’ର ସ୍ଥିତି କ’ଣ ହୋଇପାରେ। ନିଜର ଭାଗ୍ୟକୁ କାଗଜକଲମରେ ସଜାଡି ସୁନ୍ଦର ନକ୍ସା କରିବା ଭିତରେ ସମୟର ମାପ ଖଇଚା କରିଦେଇପାରେ। ମଣିଷ ଜାଣେ ସେ ନିଜେ ସବୁକିଛି ନୁହେଁ। ସବୁକିଛି ହେବା ପାଇଁ ପରିଶ୍ରମ, ବୁଦ୍ଧି, ଭାଗ୍ୟ ଓ ଚାରିପାଖର ମଣିଷମାନଙ୍କ କୃପା ବି ଲୋଡା ପଡିଥାଏ। ଏତେସବୁ ପରେ ବି ଖେଳ ବିଗିଡିଯାଏ। ସମୟ ସହ ତାଳ ଦେଇ ଆଗକୁ ବଢିଲେ ବି କେଉଁ ଏକ ମୁହୂର୍ତ୍ତରେ ଭାଗ୍ୟର ଗତିପଥ ବଦଳିଯାଏ। ବାସ୍ତବରେ ଅଧିକ ସମ୍ବେଦନଶୀଳତା ହିଁ ସନ୍ତାନ, ପରିସ୍ଥିତି ଓ ଲକ୍ଷ୍ୟପଥକୁ ବିଗାଡି ଦେଇଥାଏ। ସବୁ କ୍ଷେତ୍ରରେ ଗୋଟେ ଧୈର୍ଯ୍ୟ ଆବଶ୍ୟକ। ଆଗକୁ ବଢିବାକୁ ହେଲେ ଅସୀମ ଧୈର୍ଯ୍ୟ ଲୋଡ଼ା। ଗୋଟେ ଭଲ ସମ୍ପର୍କ ରଖିବାକୁ ହେଲେ ଧନସମ୍ପତ୍ତିର ଆବଶ୍ୟକତା ନ ଥାଏ। କେବଳ ଲୋଡ଼ା ଥାଏ ଭଲ ପାଇବା, ବିଶ୍ୱାସ ଓ ଅସୀମ ଧୈର୍ଯ୍ୟ। ସଫଳତା ବିଳମ୍ବ ହୋଇପାରେ ଅସମ୍ଭବ ନୁହେଁ। ସାମ୍ପ୍ରତିକ ସ୍ଥିତିକୁ ନେଇ ସାମଗ୍ରିକ ଆକଳନ କରି ଶେଷ ରାୟ ଶୁଣାଉ – ଏବେକୁ ଏତେ, ଆଗକୁ କେତେ! ଏଭଳି ମାନସିକତା ଅପେକ୍ଷା ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନ ଉପରେ ଅଧିକ ଦୃଢ଼ ଆଶାବାଦୀ ରହିବା ଆବଶ୍ୟକ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri