ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା ନ ଥିବା ଏବଂ ପ୍ରଶାସନିକ ନିଷ୍ପତ୍ତି ବିଷୟରେ ଜାଣିପାରୁ ନ ଥିବା କାରଣରୁ ସେମାନଙ୍କ ଜୀବନଜୀବିକା ସୁଧୁରୁନି। ଏବେ ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା ହେବା ପରେ ଚାଲି ଚାଲି ଆସି ବିକ୍ରିବଟା କରୁଥିବା ବନବାସୀଙ୍କ ରୋଜଗାର ଠପ୍‌ ହୋଇ ଯାଇଛି ା ପ୍ରତ୍ୟେକ ଦିନ ଏହି ବନବାସୀମାନେ ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟ ଯଥା କାଠ, ଦାନ୍ତକାଠି, ପତ୍ର, ଫଳମୂଳ, କୋଳି, ପାହାଡ଼ିଆ ପନିପରିବା, ଛତୁ, ଫୁଲ, ଝୁଣା, ମହୁଲ, ଶାଳ ମଞ୍ଜି, ଟୁଳ, କାଇ, କୁରୁକୁଟି ଭଳି ଖାଦ୍ୟ ଉପେଯାଗୀ କୀଟପତଙ୍ଗ ଆଣି ସହର ଓ ଗ୍ରାମାଞ୍ଚଳ ହାଟବଜାରରେ ବିକି ଦି’ପଇସା ରୋଜଗାର କରିଥାନ୍ତି। ସେଥିରେ ତେଲ, ଲୁଣ, ଲୁଗାପଟା ଆଦି କିଣି ନେଇ ଚଳନ୍ତି। ତେବେ କରୋନା କଟକଣା ଯୋଗୁ ସେମାନେ ବିକ୍ରିବଟା କରିପାରୁ ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ରହୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲାର ୧୩ଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକ ଆଦିବାସୀ ବହୁଳ। ବଣପାହାଡ଼ ଘେରା ଗ୍ରାମର ଅଧିବାସୀମାନେ ଜୀବନଜୀବିକା ପାଇଁ ବିଶେଷ କରି ଜଙ୍ଗଲ ଓ ପାହାଡ଼ ଉପରେ ନିର୍ଭରଶୀଳ। ବହୁ ଲୋକ ଚାଲି ଚାଲି ଆସନ୍ତି କିନ୍ତୁ ଅନେକ ଲୋକ ବସ୍‌, ଅଟୋ ଆଦି ଉପରେ ନିର୍ଭରଶୀଳ। ତେବେ ସେସବୁ ଚଳାଚଳ ହେଉ ନ ଥିବାରୁ ଅନେକ ସେମାନଙ୍କ ଉତ୍ପାଦିତ ବା ସଂଗୃହୀତ ସାମଗ୍ରୀ ଧରି ହାଟବଜାରକୁ ଆସି ପାରୁ ନାହାନ୍ତି। ଏଣୁ ଅନେକ ଫଳମୂଳ, ପନିପରିବା ବିକ୍ରିବଟା ହୋଇ ନ ପାରି ନଷ୍ଟ ହେଉଛି। ଅନେକ ସମୟରେ ବେପାରୀ ପହଞ୍ଚତ୍ ବହୁତ କମ୍‌ ଦରରେ ଆଣି ହାଟବଜାରରେ ଚଢା ଦରରେ ବିକୁଛନ୍ତି। ବେପାରୀ ମାଲାମାଲ ହେଉଥିବା ବେଳେ ବନବାସୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରଶାସନ ସେମାନଙ୍କ ସମସ୍ୟାକୁ ଅଣଦେଖା କରୁଛି ବୋଲି ଖବରଦାତା ତଥା ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି ା
ଆଦିବାସୀମାନେ ସବୁବେଳେ ଅବହେଳିତ ହୋଇ ରହୁଛନ୍ତି ା କରୋନା ସମୟରେ ସେମାନଙ୍କ ସମସ୍ୟା ଓ ଦୁଃଖ ବୁଝିବାକୁ କେହିନାହିଁ। ଏପରିକି ଲୋକ ପ୍ରତିନିଧିମାନେ ପରିଦର୍ଶନ କରୁ ନ ଥିବାରୁ ଜିଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ଆଦିବାସୀ ନେତା ତଥା ବରିଷ୍ଠ ଆଇନଜୀବୀ କୈଳାସ ନାୟକ କହିଛନ୍ତି। ଆଦିବାସୀମାନେ ହେଉଛନ୍ତି ସରଳ ଲୋକ ା ସରକାରୀ ନୀତିନିୟମକୁ ମାନିଥାନ୍ତି ା ଏଣୁ ଭୋକ ଉପାସରେ ରହୁଥିଲେ ହେଁ କଟକଣାକୁ ମାନି ଘରେ ରହିଛନ୍ତି। ଏଣୁ ସେମାନଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିବା ଉଚିତ ବୋଲି ସାମାଜିକ କର୍ମୀ ଦୀପକ କୁମାର ପତି କହିଛନ୍ତି ା
କରୋନା କଟକଣା ଯୋଗୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ା ଗାଡ଼ି ଚଳାଚଳ ହେଉ ନ ଥିବା ଏବଂ କଟକଣା ଲାଗି ଯାତାୟତ କରି ପାରୁନାହାନ୍ତି। କରୋନା କଟକଣା ଆଳରେ ସରକାରୀ ବାବୁମାନେ ଗ୍ରସ୍ତ କରୁ ନ ଥିବାରୁ ସେମାନଙ୍କ ସମସ୍ୟା ଅପହଞ୍ଚ ହୋଇ ରହିଛି ବୋଲି ବରିଷ୍ଠ ଆଇନଜୀବୀ ଚନ୍ଦନ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri