ଏଣିକି ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଟିକାକରଣର ଦୈନିକ ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଣିକି ୩ଲକ୍ଷ ନୁହେଁ, ଦୈନିକ ୪ଲକ୍ଷ ଡୋଜ୍‌ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଜିଲାଗୁଡ଼ିକୁ ଲକ୍ଷ୍ୟ ପୂରଣ କରିବା ପାଇଁ କୁହାଯାଇଛି। କେଉଁ ଜିଲା କେତେ ଦୈନିକ ଟିକାକରଣ କରିବ ସେ ନେଇ ମଧ୍ୟ ତାଲିକା ପ୍ରସ୍ତୁତ ହୋଇସାରିଛି। ଏ ନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ରାଜ୍ୟରେ ଦୈନିକ ୪,୧୩,୦୦୦ ଟିକାକରଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ଲକ୍ଷ୍ୟ ଅନୁସାରେ, ଗଞ୍ଜାମ ଜିଲାକୁ ସର୍ବାଧିକ ୩୫ହଜାର, ପୁରୀ ୨୬ହଜାର, ବାଲେଶ୍ୱର ଓ କଟକକୁ ୨୫ହଜାର ଲେଖାଏ, ମୟୂରଭଞ୍ଜ ୨୪ହଜାର, ସୁନ୍ଦରଗଡ଼ ୨୧ହଜାର, ଯାଜପୁର ୨୦ହଜାର, କେଉଁଝର ୧୭ହଜାର, ବଲାଙ୍ଗୀର ୧୫ହଜାର, ଜଗତ୍‌ସିଂହପୁର ଓ ଢେଙ୍କାନାଳକୁ ୧୪,୫୦୦ ଲେଖାଏ, କଳାହାଣ୍ଡି, ବରଗଡ଼ ଓ ଭଦ୍ରକକୁ ୧୪ହଜାର ଲେଖାଏ, କେନ୍ଦ୍ରାପଡ଼ା ୧୩,୫୦୦, କୋରାପୁଟ, ଖୋର୍ଦ୍ଧା ଓ ଅନୁଗୋଳକୁ ୧୨ହଜାର ଲେଖାଏ, ନବରଙ୍ଗପୁର ୧୧ହଜାର, ସମ୍ବଲପୁର ୧୦ହଜାର, ରାୟଗଡ଼ା ଓ ନୟାଗଡ଼କୁ ୯ହଜାର ଲେଖାଏ, ସୁବର୍ଣ୍ଣପୁର ୭,୫୦୦, ଭୁବନେଶ୍ୱର ମହାନଗର ନିଗମକୁ ୭ହଜାର, ମାଲକାନଗିରି ଓ ଝାରସୁଗୁଡ଼ାକୁ ୬ହଜାର ଲେଖାଏ, ନୂଆପଡ଼ା ୫,୫୦୦, ବୌଦ୍ଧ ୪,୫୦୦ ଏବଂ ଦେବଗଡ଼ ଜିଲାକୁ ସର୍ବନିମ୍ନ ୩ହଜାର ଡୋଜ୍‌ ଟିକା ଦୈନିକ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍‌ ଟିକା ପାଇଁ ସିରିଞ୍ଜ ଅଭାବକୁ ଦୂର କରିବା ପାଇଁ ଜିଲାପାଳମାନଙ୍କୁ ରାଜ୍ୟ ଔଷଧ ନିଗମରୁ ଉଧାର ନେବାକୁ କୁହାଯାଇଛି।
ସେପଟେ ଟିକାକରଣରେ ରାଜ୍ୟ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି , ରାଜ୍ୟବାସୀଙ୍କ ସହଯୋଗରୁ ଏପର୍ଯ୍ୟନ୍ତ ୨କୋଟି ୫୦ଲକ୍ଷ ୧୧ହଜାର ୨୩୩ଟି ଡୋଜ୍‌ ଟିକାକରଣ ହୋଇସାରିଛି। ଏଥିମଧ୍ୟରୁ ୧କୋଟି ୮୮ଲକ୍ଷ ୨୧ହଜାର ୭୨ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୬୧ଲକ୍ଷ ୯୦ହଜାର ୧୬୧ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୮୦୯ କେନ୍ଦ୍ରରେ ଟିକା ଦିଆଯାଇଛି। ରାଜ୍ୟରେ ଦୈନିକ ୪ଲକ୍ଷ ଓ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୬୦% ପ୍ରଥମ ଡୋଜ୍‌ ଟିକାକରଣ ସରିଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri