ସାପ ବିଷ ସଂଗ୍ରହ ର଼୍ୟାକେଟ୍‌ ସକ୍ରିୟ

ବାରିପଦା ଅଫିସ,୩ା୧୨: ମୟୂରଭଞ୍ଜ ଜିଲାରେ ବିଷାକ୍ତ ସାପ ଧରିବା ବାହାନାରେ ବିଷ ସଂଗ୍ରହ ର଼୍ୟାକେଟ ସକ୍ରିୟ ହୋଇପଡ଼ିଛନ୍ତି। ସାପ ଧରିବା ପରେ ବନ ବିଭାଗକୁ ନ ଜଣାଇ ବିଷ ଚୋରାଚାଲାଣ କରାଯାଉଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନ ରହିବା ଆଶ୍ଚର୍ଯ୍ୟଚକିତ କରିଛି। ଗୁରୁବାର ଏକ ଅଜଗର ଉଦ୍ଧାର ପରେ ଏହାକୁ ସୁରକ୍ଷିତ ସ୍ଥାନରେ ଛଡ଼ା ନ ଯାଇ ଜନଗହଳିପୂର୍ଣ୍ଣ ବାରିପଦା ସହରରେ ପ୍ରଦର୍ଶନ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ନିୟମ ଉଲ୍ଲଂଘନ କରିଥିବା ସାପ ଧରାଳି ପରିବାର ବିରୋଧରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗ ଦ୍ୱାରା ସାର୍ଟିଫିକେଟ ହାସଲ କରି ନିଜକୁ ବିଭାଗୀୟ କର୍ମଚାରୀ ବୋଲାଉଥିବା ବନ୍ୟପ୍ରାଣୀ ଉଦ୍ଧାରକାରୀ ସଦସ୍ୟମାନେ ନିୟମର ଦୁରୁପୋଯୋଗ କରୁଛନ୍ତି। ଫଳରେ ଶିମିଳିପାଳରେ ଥିବା ବନ୍ୟପ୍ରାଣୀ ମୁତ୍ୟୁମୁଖରେ ପଡ଼ୁଛନ୍ତି।
ଅଭୟାରଣ୍ୟ ପାଦଦେଶରେ ଥିବା ଗଁା ଗଣ୍ଡା ଓ ସହର ମଧ୍ୟରେ ବିଷାକ୍ତ ସାପ ଦେଖିବାକୁ ମିଳିଥାଏ ା
ନାଗ, ଚିତି, ଅହିରାଜ, ଚନ୍ଦ୍ରବୋଡ଼ା, ରଣା ଭଳି ବିଷାକ୍ତ ସାପଗୁଡ଼ିକ ଅଧିକାଂଶ ସମୟରେ ଲୋକଙ୍କ ଘର ମଧ୍ୟରେ ପ୍ରବେଶ କରିଥାନ୍ତି। ସାପକୁ ଦେଖି ଲୋକେ ଭୟଭୀତ ହେବା ସହ ସାପଧରାଳିଙ୍କ ସହାୟତା ନେଇଥାନ୍ତି। ବେସରକାରୀ ସଂସ୍ଥା ସ୍ନେକ ହେଲ୍ପଲାଇନ୍‌ର ସଦସ୍ୟ ବୋଲାଉଥିବା କେତେଜଣ ସାପଧରାଳି ବିଷଧର ସାପକୁ ଧରି ନିଜ ଘରକୁ ନେଇ ଆସନ୍ତି। ପରେ ଏହି ସାପକୁ ନିକଟସ୍ଥ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଛାଡ଼ି ଦେଇଥିବା ପ୍ରକାଶ କରନ୍ତି। ସାପକୁ ଧରିବା ପରେ ଉପଯୁକ୍ତ ପରିବେଶରେ ନ ଛାଡ଼ିଲେ ତା’ର ବଞ୍ଚତ୍ବା କଷ୍ଟକର ହୋଇପଡ଼େ ବୋଲି ଅବସରପ୍ରାପ୍ତ ଉପ ବନ ସଂରକ୍ଷକ ବଟକୃଷ୍ଣ ପାଢ଼ୀ କହିିଛନ୍ତି। କେତେଜଣ ସାପ ଧରାଳି ଘରେ ପଶିଥିବା ସାପକୁ ଧରିବା ପାଇଁ ୫ଶହ ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ସାପ ଧରିବା ପରେ ଟଙ୍କା ନେଇ ସାପକୁ ଛାଡ଼ିବା ପରିବର୍ତ୍ତେ ବିଷାକ୍ତ ସାପର ବିଷକୁ ସଂଗ୍ରହ କରୁଛନ୍ତି। ରୋଜଗାର ଲୋଭରେ ବିଲୁପ୍ତପ୍ରାୟ ସାପକୁ ଧରିବା ସମୟରେ ନିୟମାବଳୀ ପ୍ରତି ଦୃଷ୍ଟି ନ ଦେଇ ସେମାନେ ବାହାବା ନେବାକୁ ଦୁଃସାସହିକ କାର୍ଯ୍ୟ କରୁଛନ୍ତି। ବିଷଧର ସାପ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ କିଛି ଅବସରପ୍ରାପ୍ତ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏଭଳି ର଼୍ୟାକେଟକୁ ଧରି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲାବାସୀ ଦାବି କରୁଛନ୍ତି। ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଧରିବା ପୂର୍ବରୁ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତି ଓ ଆବଶ୍ୟକ ସରଞ୍ଜାମ ସହିତ ଉଦ୍ଧାର କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଉଛି। ଜିଲାରେ କେତେଜଣ ସାପ ଧରାଳି ଅଛନ୍ତି ଓ କେତେ ସଂଖ୍ୟକ ସାପ ଧରି ଜଙ୍ଗଲରେ ଛାଡୁଛନ୍ତି ତାର କୌଣସି ତଥ୍ୟ ବିଭାଗ ନିକଟରେ ନାହିଁ। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କୁହନ୍ତି, ଜିଲାରେ ସାପ ଧରିବା ପାଇଁ କୌଣସି ସରକାରୀ କର୍ମଚାରୀ ନିୟୋଜିତ ହୋଇ ନ ଥିବା ବେଳେ ସ୍ବୀକୃତିପ୍ରାପ୍ତ ସାପ ଧରାଳି ମଧ୍ୟ ନାହାନ୍ତି। ସରକାରୀ ବ୍ୟବସ୍ଥା ନ ଥିବାରୁ ସାପ ଧରାଳିମାନଙ୍କୁ କେବଳ ସାର୍ଟିଫିକେଟ ଖଣ୍ଡେ ଦେଇ ସନ୍ତୁଷ୍ଟ କରିବାକୁ ପଡୁଛି। ତେବେ ବିଷ ସଂଗ୍ରହ ଓ ସାପ ଚାଲାଣ ଘଟଣା ଜଣାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସାପ ଧରି ଘରେ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବଣଜଙ୍ଗଲ ପରିବେଷ୍ଟିତ ଅଞ୍ଚଳଗୁଡ଼ିକରେ ସାପ ବାହାରୁଥିବାରୁ ଅଭିଜ୍ଞ ସାପ ଧରାଳି ନିଯୁକ୍ତି କରିବା ପାଇଁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri