ସାପ ବିଷ ସଂଗ୍ରହ ର଼୍ୟାକେଟ୍‌ ସକ୍ରିୟ

ବାରିପଦା ଅଫିସ,୩ା୧୨: ମୟୂରଭଞ୍ଜ ଜିଲାରେ ବିଷାକ୍ତ ସାପ ଧରିବା ବାହାନାରେ ବିଷ ସଂଗ୍ରହ ର଼୍ୟାକେଟ ସକ୍ରିୟ ହୋଇପଡ଼ିଛନ୍ତି। ସାପ ଧରିବା ପରେ ବନ ବିଭାଗକୁ ନ ଜଣାଇ ବିଷ ଚୋରାଚାଲାଣ କରାଯାଉଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନ ରହିବା ଆଶ୍ଚର୍ଯ୍ୟଚକିତ କରିଛି। ଗୁରୁବାର ଏକ ଅଜଗର ଉଦ୍ଧାର ପରେ ଏହାକୁ ସୁରକ୍ଷିତ ସ୍ଥାନରେ ଛଡ଼ା ନ ଯାଇ ଜନଗହଳିପୂର୍ଣ୍ଣ ବାରିପଦା ସହରରେ ପ୍ରଦର୍ଶନ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ନିୟମ ଉଲ୍ଲଂଘନ କରିଥିବା ସାପ ଧରାଳି ପରିବାର ବିରୋଧରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗ ଦ୍ୱାରା ସାର୍ଟିଫିକେଟ ହାସଲ କରି ନିଜକୁ ବିଭାଗୀୟ କର୍ମଚାରୀ ବୋଲାଉଥିବା ବନ୍ୟପ୍ରାଣୀ ଉଦ୍ଧାରକାରୀ ସଦସ୍ୟମାନେ ନିୟମର ଦୁରୁପୋଯୋଗ କରୁଛନ୍ତି। ଫଳରେ ଶିମିଳିପାଳରେ ଥିବା ବନ୍ୟପ୍ରାଣୀ ମୁତ୍ୟୁମୁଖରେ ପଡ଼ୁଛନ୍ତି।
ଅଭୟାରଣ୍ୟ ପାଦଦେଶରେ ଥିବା ଗଁା ଗଣ୍ଡା ଓ ସହର ମଧ୍ୟରେ ବିଷାକ୍ତ ସାପ ଦେଖିବାକୁ ମିଳିଥାଏ ା
ନାଗ, ଚିତି, ଅହିରାଜ, ଚନ୍ଦ୍ରବୋଡ଼ା, ରଣା ଭଳି ବିଷାକ୍ତ ସାପଗୁଡ଼ିକ ଅଧିକାଂଶ ସମୟରେ ଲୋକଙ୍କ ଘର ମଧ୍ୟରେ ପ୍ରବେଶ କରିଥାନ୍ତି। ସାପକୁ ଦେଖି ଲୋକେ ଭୟଭୀତ ହେବା ସହ ସାପଧରାଳିଙ୍କ ସହାୟତା ନେଇଥାନ୍ତି। ବେସରକାରୀ ସଂସ୍ଥା ସ୍ନେକ ହେଲ୍ପଲାଇନ୍‌ର ସଦସ୍ୟ ବୋଲାଉଥିବା କେତେଜଣ ସାପଧରାଳି ବିଷଧର ସାପକୁ ଧରି ନିଜ ଘରକୁ ନେଇ ଆସନ୍ତି। ପରେ ଏହି ସାପକୁ ନିକଟସ୍ଥ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଛାଡ଼ି ଦେଇଥିବା ପ୍ରକାଶ କରନ୍ତି। ସାପକୁ ଧରିବା ପରେ ଉପଯୁକ୍ତ ପରିବେଶରେ ନ ଛାଡ଼ିଲେ ତା’ର ବଞ୍ଚତ୍ବା କଷ୍ଟକର ହୋଇପଡ଼େ ବୋଲି ଅବସରପ୍ରାପ୍ତ ଉପ ବନ ସଂରକ୍ଷକ ବଟକୃଷ୍ଣ ପାଢ଼ୀ କହିିଛନ୍ତି। କେତେଜଣ ସାପ ଧରାଳି ଘରେ ପଶିଥିବା ସାପକୁ ଧରିବା ପାଇଁ ୫ଶହ ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ସାପ ଧରିବା ପରେ ଟଙ୍କା ନେଇ ସାପକୁ ଛାଡ଼ିବା ପରିବର୍ତ୍ତେ ବିଷାକ୍ତ ସାପର ବିଷକୁ ସଂଗ୍ରହ କରୁଛନ୍ତି। ରୋଜଗାର ଲୋଭରେ ବିଲୁପ୍ତପ୍ରାୟ ସାପକୁ ଧରିବା ସମୟରେ ନିୟମାବଳୀ ପ୍ରତି ଦୃଷ୍ଟି ନ ଦେଇ ସେମାନେ ବାହାବା ନେବାକୁ ଦୁଃସାସହିକ କାର୍ଯ୍ୟ କରୁଛନ୍ତି। ବିଷଧର ସାପ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ କିଛି ଅବସରପ୍ରାପ୍ତ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏଭଳି ର଼୍ୟାକେଟକୁ ଧରି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲାବାସୀ ଦାବି କରୁଛନ୍ତି। ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଧରିବା ପୂର୍ବରୁ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତି ଓ ଆବଶ୍ୟକ ସରଞ୍ଜାମ ସହିତ ଉଦ୍ଧାର କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଉଛି। ଜିଲାରେ କେତେଜଣ ସାପ ଧରାଳି ଅଛନ୍ତି ଓ କେତେ ସଂଖ୍ୟକ ସାପ ଧରି ଜଙ୍ଗଲରେ ଛାଡୁଛନ୍ତି ତାର କୌଣସି ତଥ୍ୟ ବିଭାଗ ନିକଟରେ ନାହିଁ। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କୁହନ୍ତି, ଜିଲାରେ ସାପ ଧରିବା ପାଇଁ କୌଣସି ସରକାରୀ କର୍ମଚାରୀ ନିୟୋଜିତ ହୋଇ ନ ଥିବା ବେଳେ ସ୍ବୀକୃତିପ୍ରାପ୍ତ ସାପ ଧରାଳି ମଧ୍ୟ ନାହାନ୍ତି। ସରକାରୀ ବ୍ୟବସ୍ଥା ନ ଥିବାରୁ ସାପ ଧରାଳିମାନଙ୍କୁ କେବଳ ସାର୍ଟିଫିକେଟ ଖଣ୍ଡେ ଦେଇ ସନ୍ତୁଷ୍ଟ କରିବାକୁ ପଡୁଛି। ତେବେ ବିଷ ସଂଗ୍ରହ ଓ ସାପ ଚାଲାଣ ଘଟଣା ଜଣାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସାପ ଧରି ଘରେ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବଣଜଙ୍ଗଲ ପରିବେଷ୍ଟିତ ଅଞ୍ଚଳଗୁଡ଼ିକରେ ସାପ ବାହାରୁଥିବାରୁ ଅଭିଜ୍ଞ ସାପ ଧରାଳି ନିଯୁକ୍ତି କରିବା ପାଇଁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri