ସାପଚୋରି ର଼୍ୟାକେଟ୍‌ ଠାବ

ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ ଅଞ୍ଚଳର କମଳଲୋଚନ ପଣ୍ଡା (୩୬), ଭେଲୋରା ଗୌରାଙ୍ଗ ଗିରି (୩୫) ଓ ଗମ୍ଭାରିଆ ଅଞ୍ଚଳର ମମତା ମହାନା(୨୭)। ଏନେଇ ଚାନ୍ଦିପୁର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜରେ ମାମଲା ନଂ. ୩୨/୨୦୨୩-୨୪ ରୁଜୁ କରାଯାଇଛି। ଚାନ୍ଦିପୁର ରେଞ୍ଜ ଅଫିସ କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ଅଟକ ରଖି ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂ ପଚରାଉଚରା ଜାରି ରଖିଛନ୍ତି। ସାପଗୁଡ଼ିକୁ ଅଭିଯୁକ୍ତମାନେ କେଉଁଠୁ ଆଣିଥିଲେ, କାହା ପାଖରୁ ଆଣିଥିଲେ, କେଉଁମାନଙ୍କୁ ବିଷ ବିକ୍ରି କରୁଥିଲେ, କେତେ ଦିନ ହେଲା ଏ ସାପ ବା ବିଷ କାରବାର କରୁଥିଲେ, ଏନେଇ ସେମାନଙ୍କୁ ଗୁଡ଼େଇ ତୁଡେଇ ଜେରା କରାଯାଉଛି। ଗିରଫ ୩ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାନୁସାରେ, ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ ଏବଂ ବୁଧବାର ଚଢ଼ାଉ କରିବା ପାଇଁ ଯୋଜନା କରିଥିଲେ। ବୁଧବାର ସକାଳେ ଶୁଭେନ୍ଦୁ, ସ୍ନେକ୍‌ ହେଲ୍ପ ଲାଇନର ଲଳିତ ମୋହନ ପଣ୍ଡା ଏବଂ
ଦୁର୍ଗାମାଧବ ମହାପାତ୍ର ସକାଳ ୬ଟାରେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଦିଗନ୍ତ ଏବଂ ଜଳେଶ୍ୱର ରେଞ୍ଜ ଅଧିକାରୀ ଜୟଶ୍ରୀ ମୁର୍ମୁ ସର୍ଚ୍ଚ ୱାରେଣ୍ଟ ଧରି ପ୍ରସ୍ତୁତ ହୋଇ ରହିଥିଲେ। କମଳଲୋଚନ ପଣ୍ଡା ଓ ମମତା ମାହାନା ଥିବା ଘର ଭିତରେ ସକାଳ ୮ଟା ବେଳେ ବାଲେଶ୍ୱର ଏସିଏଫ୍‌ ଦିଗନ୍ତଙ୍କ ଟିମ୍‌ ଚଢ଼ାଉ କରି ୨୭ଟି ପେଡ଼ିରେ ଥିବା ନାଗ ସାପଙ୍କୁ ଜବତ କରିଥିଲେ। ପରେ କମଳଙ୍କଠାରୁ ସୂଚନା ପାଇ ଗୌରାଙ୍ଗ ଗିରି ଘରେ ଚଢ଼ାଉ କରି ଆଉ ଦୁଇଟି ସାପ ଜବତ କରାଯାଇଥିଲା। ତେବେ ଗୌରାଙ୍ଗ ଗିରିଙ୍କୁ ସ୍ଥାନୀୟ ହାଟ ଭିତରୁ ଗିରଫ କଲାବେଳେ ଚାପା ଉତ୍ତେଜନା ମଧ୍ୟ ଦେଖା ଯାଇଥିଲା। ବାଲେଶ୍ୱର ଟାଉନରେ ଥିବା ଚାନ୍ଦିପୁର ରେଞ୍ଜ କାର୍ଯ୍ୟାଳୟକୁ ୩ଭିଯୁକ୍ତଙ୍କ ସହିତ ୨୯ ସାପକୁ ଅଣାଯାଇଥିଲା। ସେଠାରେ ସବୁ ସାପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମପାମପି କାମ କରିବାରେ ସ୍ନେକ୍‌ ହେଲ୍ପ ଲାଇନ ଟିମ୍‌ ବନ ବିଭାଗକୁ ସହାୟତା କରିଥିଲା। ଯାଞ୍ଚ ସମୟରେ ଅଧିକାଂଶ ସାପଙ୍କ ବିଷ ଦାନ୍ତ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିବାବେଳେ ଏପରି କି କେତେକଙ୍କ ବିଷଗ୍ରନ୍ଥିଙ୍କୁ ବାହାର କରାଯାଇଥିଲା। ତେବେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରିବା ପରେ କେଉଁ ସାପଙ୍କୁ ଜଙ୍ଗଲରେ ପ୍ରାକୃତିକ ଆବାସରେ ଛଡ଼ାଯିବ କିମ୍ବା ଚିଡ଼ିଆଖାନାକୁ ଥଇଥାନ ପାଇଁ ପଠାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବ।
ଏନେଇ ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂ କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ ଆମେ ସବୁ ଦିଗକୁ ଆଖିରେ ରଖି ରାଜ୍ୟ ବାହାର ଲିଙ୍କ୍‌ ଅଛି ବା ନାହିଁ ସେ ବିଷୟରେ ତର୍ଜମା କରାଯାଉଛି। ଶୁଭେନ୍ଦୁ କହିଛନ୍ତି, ଏତେ ସଂଖ୍ୟକ ବିଷଧର ସାପ ସେ ଦୁଇଜଣ ଲୋକଙ୍କ କାମ ନୁହେଁ। ସ୍ଥାନୀୟ କିମ୍ବା ପଡ଼ୋଶୀ ଜିଲାର ସାପ ଧରାଳିଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଅଭିଯୁକ୍ତଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କଲେ ଜଣାପଡ଼ିବ। ସାପଗୁଡିକୁ ଗାଁ ଯାତ୍ରାରେ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଥିବା ଅଭିଯୁକ୍ତମାନେ କହୁଥିବାବେଳେ ଏତେ ସଂଖ୍ୟକ ବିଷଧର ସାପଙ୍କୁ କିପରି ଯାତ୍ରାରେ ପ୍ରଦର୍ଶନ କରିବାକୁ ଲୋକମାନେ ସୁଯୋଗ ଦେଉଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କମଳଲୋଚନଙ୍କ ପାଖରୁ ଏକ ଖପୁରି ଓ ହାଡ଼ ମଧ୍ୟ ଜବତ ହୋଇଛି। ସେହି ଖପୁରି ହନୁ ମାଙ୍କଡ଼ର ବୋଲି କମଳ ଜେରା ସମୟରେ କହିଥିବା ଜଣାପଡ଼ିଛି। ତେବେ ତାହା ମାଙ୍କଡ଼ର ବୋଲି ନିଶ୍ଚିତ ହେବା ପାଇଁ ତାକୁ ଓୟୁଏଟି ଭେଟେରିନାରୀ କଲେଜରେ ଥିବା ସେଣ୍ଟର ଫର୍‌ ଓ୍ବାଇଲ୍ଡଲାଇଫ ହେଲ୍‌ଥକୁ ପଠାଯିବ ବୋଲି ଏସିଏଫ୍‌ ଦିଗନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri