Posted inଫୁରସତ

ସାପର ଓଜନ ଏତେ ଯେ, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍‌; ଭିଡିଓ ଦେଖିଲେ…

ଡୋମିନିକାର କାର୍‌ବିୟାନ ଦେଶରୁ ଏକ ବିଶାଳକାୟ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ ଏକ କ୍ରେନ୍‌ର ଆବଶ୍ୟକ ପଡ଼ିଥିଲା। ଏହି ସାପକୁ ବିଶ୍ୱର ସବୁଠୁ ବଡ଼ ସାପ କୁହାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ଜୀବିତ ସାପର ଲମ୍ବ ପ୍ରାୟ ୧୦ ଫୁଟ। ଏହାକୁ କ୍ରେନ୍‌ ସାହାଯ୍ୟରେ ଉଠାଯାଇଛି। ସାପଟି କ୍ରେନ୍‌ରେ ଏପରି ଓହଳି ରହିଥିଲା ଯେ, ଏହାକୁ ବାହାର କରିବା କାଠିକର ପାଠ ଥିଲା। ସାପକୁ ଦେଖି କ୍ରେନ୍‌ ଡ୍ରାଇଭର ଏବଂ ଲୋକେ ସମସ୍ୟାରେ ପଡ଼ିଥିଲେ। ଯେଉଁ ସ୍ଥାନରୁ ସାପଟି ମିଳିଛି ଏହା ଅତ୍ୟନ୍ତ ଭୟଙ୍କର। ଏହି ସାପଟି ବୋଆ କନ୍‌ଷ୍ଟ୍ରିକ୍ଟର ପ୍ରଜାତିର ଅଟେ। ଏହି ସାପର ଲମ୍ବ ୧୦ରୁ ୧୩ ଫୁଟ ହୋଇଥାଏ। ବୋଆ କନ୍‌ଷ୍ଟ୍ରିକ୍ଟର ସାପ ନିଜ ଶିକାର ଉପରେ ପ୍ରଥମେ ଲମ୍ଫ ଦିଅନ୍ତି। ମାରିବା ପୂର୍ବରୁ ଶିକାରକୁ ଦାନ୍ତରେ କାମୁଡ଼ିଥାନ୍ତି।

ଏହି ସାପକୁ ପ୍ରଥମେ ଜଙ୍ଗଲରେ କାମ କରୁଥିବା ଲୋକେ ଦେଖିଥିଲେ। ଏହା ଦେଖି ସେମାନଙ୍କ ହୋସ୍‌ ଉଡ଼ିଯାଇଥିଲା। ପରେ ଏହାକୁ ଉଠାଇବା ପାଇଁ କ୍ରେନ୍‌ର ଆବଶ୍ୟକ ପଡ଼ିଥିଲା। ଏହି ଘଟଣାର ଅନେକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସାପଟି କ୍ରେନ୍‌ ଚାରିପଟେ ବୁଲୁଛି। ଦୀର୍ଘଘଣ୍ଟାର ପରିଶ୍ରମ ପରେ ସାପଟିକୁ କ୍ରେନ୍‌ ସାହାଯ୍ୟରେ ଉଠା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ

ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ...

ଷ୍ଟାଡିୟମ୍‌ ଭିତରେ ଚାଲୁଛି ଟ୍ରେନ୍‌

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। କ୍ରିକେଟ ପରି ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖୁବ୍‌ ଭିଡ ବି ହୁଏ। ତେବେ ଭାବିଲେ...

ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ...

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି...

ବିବାହ ପାଇଁ ଏମିତି ସର୍ତ୍ତ ରଖିଲେ ବର ସୋସିଆଲ ମିଡିଆରେ ଭାଇରାଲ ହେଲା ବିଜ୍ଞାପନ

କୋଲକାତା,୫ ।୧୦: ବିବାହ ପାଇଁ ଏବେ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ ସାଇଟରେ ଖୋଜା ଚାଲିଛି ବରକନ୍ୟା । ଏଥିରେ ସାଧାରଣତଃ ଅନେକ ଲୋକ ସୁନ୍ଦର, ଗୋରା...

ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ

ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ...

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି...

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ।...

Advertisement
Archives

Model This Week