ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍‌ଭିଶ ଯାଦବ। ମୁଁ ସକାଳେ ଉଠିଲି ଏବଂ ଦେଖିଲି ପୂରା ଗଣମାଧ୍ୟମରେ ମୋ’ ବିରୋଧରେ କି ପ୍ରକାର ଖବର ପ୍ରସାରିତ ହେଉଛି। ଏଲ୍‌ଭିଶଙ୍କୁ ଗିରଫ କରାଯାଇଛି, ଏଲ୍‌ଭିଶ ଡ୍ରଗ୍ସ କାରବାର କରି ଧରାପଡିଛନ୍ତି। ଏହିପରି କଥା ମୋ ବିରୋଧରେ ପ୍ରଚାର ପ୍ରସାର ହେଉଛି। ମୋ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୟୁପି ପୋଲିସ, ସମଗ୍ର ପ୍ରଶାସନ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଅନୁରୋଧ କରିବି, ଯଦି ମୋର ଏଥିରେ ଗୋଟିଏ ପ୍ରତିଶତ ଯୋଗଦାନ ଥାଏ ତେବେ ମୁଁ ସବୁକିଛି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ମିଡିଆ ମୋ ନାମରେ ଅପପ୍ରଚାର କରିବା ଉଚିତ ନୁହେଁ। ଯାହା ବି ଅଭିଯୋଗ ହେଉଛି ମୋର କୌଣସି ସମ୍ପର୍କ ନାହିଁ। ଯଦି ଏହା ପ୍ରମାଣିତ ହୁଏ ତେବେ ମୁଁ ଏଥିପାଇଁ ପ୍ରସ୍ତୁତ ରହିଛି। ପୋଲିସକୁ ସହଯୋଗ କରିବି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଯୁଦ୍ଧ ପ୍ରଭାବ: ବଢ଼ିପାରେ ମଦ, ବିୟର ମୂଲ୍ୟ

ନୂଆଦିଲ୍ଲୀ,୨୫ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି।…

ଇସ୍ରାଏଲର ବଡ଼ ଘୋଷଣା: ଏହି ସର୍ତ୍ତରେ ଇରାନ ସହିତ ବନ୍ଦ ହେବ ଯୁଦ୍ଧ, ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଯୁଦ୍ଧବିରତି ନେଇ ନିରନ୍ତର ପ୍ରଶ୍ନ ଉଠାଯାଉଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri