ଗାଁ ମୁହାଁ ସାପ,କୁମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୨୧।୮: ମହାନଦୀ ସିଷ୍ଟମରେ ବନ୍ୟାଜଳସ୍ତର କମିଛି ା ଫଳରେ କେନ୍ଦ୍ରାପଡ଼ା ଜିଲାର ପାଣି ଘେରରେ ଥିବା ୯୩ ଗ୍ରାମର ସଂଖ୍ୟା ୫୬କୁ ଖସିଛି ା ତେବେ ଲଗାଣ ବର୍ଷା ଓ ବନ୍ୟା ଜଳ ଜିଲାର ତଳିଆ ଅଞ୍ଚଳରେ ଜମି ରହିଛି ା ଏହି ସମୟରେ ଗ୍ରାମକୁ ସରୀସୃପ ପଶି ଆସୁଛନ୍ତି ା ଏହାକୁ ନେଇ ବନ୍ୟାବିପନ୍ନମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ା ଏଥିସହିତ ଗୋବରୀ, ବିରୂପା, ପାଇକା, ବ୍ରାହ୍ମଣୀ, କଣ୍ଠିଆ ନାଳ ଓ ଚିତ୍ରୋପତ୍ଳା ନଦୀର ୭ଟି ସ୍ଥାନରେ କୁମ୍ଭୀର ଭାସୁଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି ା ସେହିପରି ଜଳ ବନ୍ଦୀ ଘେରରେ ଥିବା ଗ୍ରାମଗୁଡ଼ିକରେ ବିଷଧର ସାପଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ଷା ଓ ବନ୍ୟା ଜଳରେ ନଷ୍ଟ ହୋଇଥିବା କଚ୍ଚା ଘରେ ଏକାଧିକ ପ୍ରଜାତିର ସାପ ଦେଖିବାକୁ ମିଳୁଛି ା ଏହି କାରଣରୁ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛିା ରାଜକନିକା ବ୍ଲକ ଗୋପୀନାଥପୁର ଗ୍ରାମରେ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଗତ ଗୁରୁବାର ରାତିରେ ସର୍ପାଘାତ ହୋଇଛି ା ଏହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ସୋମବାର ରାତିରେ ସର୍ପାଘାତରେ ଆହତ ହୋଇଥିଲୋ ସେହିପରି ବନ୍ୟା ଘେରରେ ଥିବା ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ସାପଙ୍କ ଆତଯାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ା ଜିଲାର ଉପାନ୍ତ ଅଞ୍ଚଳରେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି ା ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ ବିଷରୁ ରକ୍ଷା ପାଇଁ ଇଞ୍ଜେକଶନ ରଖିବାକୁ ଦାବି ହୋଇଛି ା
ଏ ସମ୍ପର୍କରେ ମହାକାଳପଡ଼ାର ହରେକୃଷ୍ଣ ପାତ୍ର କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟାଜନିତ ପାଣି ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରିଛି ା ପାନୀୟ ଜଳ, ଚାଷ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ସରୀସୃପ ଆତଙ୍କ ଖେଳିଯାଇଛି ା ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ନିକଟସ୍ଥ ଭିତରକନିକା ଅଞ୍ଚଳରୁ ସରୀସୃପ ଗ୍ରାମ ମଧ୍ୟକୁ ପଶି ଆସୁଛନ୍ତି ା ନଦୀ, ନାଳ ପୋଖରୀ ଏପରି କି ଚାଷ ଜମିରେ ଏବେ କୁମ୍ଭୀର ଦେଖା ଯାଉଛି ା କିଛିଦିନ ପୂର୍ବେ ପେଣ୍ଠ ଜଉଦିଆଠାରେ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅପରପକ୍ଷେ ବର୍ଷା ଓ ବନ୍ୟା ପାଇଁ ବିଷଧର ସାପ ଗ୍ରାମରେ ଦେଖାଯାଉଛନ୍ତି। ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ସାପ ଆତଙ୍କ ଗୁରୁତର ରୂପ ନେଇଛି ା ସର୍ପାଘାତରେ କେତେକଙ୍କ ଜୀବନ ମଧ୍ୟ ଯାଇଥିବା ସେ ସୂଚନା ଦେଇଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁାର ରମେଶ ମଲ୍ଲିକ କହିଛନ୍ତି, ବିଭିନ୍ନ ନଦୀରେ ବନ୍ୟା ପାଇଁ କୁମ୍ଭୀର ଓ ସାପ ଆତଙ୍କ ଧୋୟା ଅଞ୍ଚଳରେ ଗୁରୁତର ହୋଇଛି ା ଗତ ୪ ମାସରେ ଏହି ଅଞ୍ଚଳର ୨ ଜଣ ବ୍ୟକ୍ତି କୁମ୍ଭୀର ଆକ୍ରମଣର ଶୀକାର ହୋଇଛନ୍ତି। ସିଂହଗଁା ସମେତ ବଡ଼ ରାଉଳିଆ, ସାନ ରାଉଳିଆ ଆଦି ଗ୍ରାମର କଚ୍ଚା ଘରେ ବିଷଧର ସର୍ପ ଦେଖାଯାଉଛନ୍ତି ା ବିଶେଷ କରି ସନ୍ତସନ୍ତିଆ ଘରଗୁଡିକରେ ସାପ ଦେଖା ଦେଉଥିବାରୁ ରାତିରେ ଯାତାୟତ ବନ୍ଦ ସହ ପରିବାର ସଦସ୍ୟ ରାତି ଅନିଦ୍ରା ରହିଛନ୍ତି ା ଏସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ପ୍ରତ୍ୟେକ ସିଏଚ୍‌ସିକୁ ସାପ କାମୁଡା ଇଞ୍ଜେକଶନ ଯୋଗାଇ ଦିଆଯାଇଛି ା ତେବେ ସର୍ପ ଆଘାତ କ୍ଷେତ୍ରରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିବ ା ସାପ କାମୁଡି ଥିବା ବ୍ୟକ୍ତିକୁ ଆଶ୍ୱାସନା ଦିଅନ୍ତୁ। ସାପ କାମୁଡ଼ାରେ ଆହତ ବ୍ୟକ୍ତି ଯଦି ମୁଦି, ଘଣ୍ଟା, ବ୍ରତ, ପାଉଁଜି ଆଦି ପିନ୍ଧିଥାନ୍ତି ତୁରନ୍ତ ସେଗୁଡ଼ିକୁ ଖୋଲିଦେବା ଦରକାର। ତୁରନ୍ତ ଡାକ୍ତରଖାନା ନେବା ଜରୁରୀ ା ସେହିପରି ଏହି ସମୟରେ ଆଦୌ ଡରିବା ବା ବିଚଳିତ ହେବା ଉଚିତ ନୁହେଁ ା ରୋଗୀଙ୍କୁ ଚଲାବୁଲା ବା କାମ କରିବାକୁ ଦିଅନ୍ତୁ ନାହିଁ ା କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା ବରଫ, ଇଲେକ୍ଟ୍ରିକ ସକ୍‌ ଦିଅନ୍ତୁ ନାହିଁ ା ଅଧିକାଂଶ ସମୟରେ ସାପ ବିଷ ଉପରକୁ ଚଢ଼ିଯିବା ଭୟରେ କ୍ଷତସ୍ଥାନକୁ ସୁତୁଲି, କତା ଦଉଡି, କଟା ରବର ଟ୍ୟୁବ, ଇଲେକଟ୍ରିକ ତାରରେ ବାନ୍ଧି ଦିଆଯାଏ। ଏହାର କୌଣସି ଆବଶ୍ୟକତା ନାହିଁ ା ବ୍ଲେଡ ଓ ଛୁରୀରେ କ୍ଷତସ୍ଥାନକୁ କାଟନ୍ତୁ ନାହିଁ। ଏହି ସମୟରେ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ବ୍ୟବହାର କରିବା ରୋଗୀଙ୍କ କ୍ଷତି ପହଞ୍ଚାଇ ପାରେ ା ସବୁ ସାମୁଦ୍ରିକ ସାପ ବିଷଧର ବୋଲି ଏଡିଏମ୍‌ଓ ଡା. ମିଶ୍ର ସଚେତନ କରାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri