ସାପ କାମୁଡ଼ା

ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ଅଧୀନ ବାଲିଡିଆର ଆଶା ବେହେରା ଅସ୍ତରଙ୍ଗ ଥାନାକୁ ଅଭିଯୋଗ ଜଣାଇବାକୁ ଯାଇଥିଲେ। ଥାନା ପରିସରରେ ଥିବା ମେଳା ଚାନ୍ଦିନୀ ଉପରେ ତାଙ୍କ କୁନି ପୁଅ ଖେଳୁଥିବା ସମୟରେ ତାକୁ ସାପ କାମୁଡ଼ିଦେବାରୁ ଥାନା ଅଧିକାରୀ ଶିଶୁକୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)କୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାପକାମୁଡ଼ାର ଉନ୍ନତ ସ୍ବାସ୍ଥ୍ୟସେବା ଅଭାବକୁ ସୂଚିତ କରୁଛି। କେବଳ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ, ରାଜ୍ୟର ପ୍ରାୟ ସବୁ ସିଏଚ୍‌ସି ଓ ପିଏଚ୍‌ସି (ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର)ରେ ସାପ କାମୁଡ଼ା ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ଅଭାବ ରହିଛି। ଚିନ୍ତାର ବିଷୟ ହେଉଛି, ସାପ କାମୁଡ଼ା ଘଟଣା ଗ୍ରାମାଞ୍ଚଳରେ ଅଧିକ ଘଟୁଥିଲେ ମଧ୍ୟ ଉନ୍ନତ ଚିକିତ୍ସା ବ୍ୟବସ୍ଥା ରହୁଛି ସୁଦୂର ସହରରେ। ଏଣୁ ଓଡ଼ିଶାରେ ସମୟାନ୍ତରରେ ଘଟୁଥିବା ସାପ କାମୁଡ଼ାଜନିତ ମୃତ୍ୟୁକୁ ନେଇ ଜରୁରୀ ଚିକିତ୍ସା ସୁବିଧାର ଅଭାବକୁ ଦାୟୀ କରାଯାଏ। ସାଧାରଣତଃ ଗ୍ରାମାଞ୍ଚଳରେ କୌଣସି ବ୍ୟକ୍ତିକୁ ସାପ କାମୁଡ଼ିଲେ ବଞ୍ଚତ୍ବାର ଆଶା କ୍ଷୀଣ। ଘଟଣା ଏଭଳି ମଧ୍ୟ ଦେଖାଦେଇଛି ଯେ, ଅନେକ ସମୟରେ ବିଷଧର ସାପ ପରିବର୍ତ୍ତେ ବିନା ବିଷଥିବା ସାପ କାମୁଡ଼ିଲେ ମଧ୍ୟ ଭୟଭୀତ ହୋଇ ଅନେକ ଲୋକଙ୍କର ପ୍ରାଣହାନି ଘଟିଛି। ଏହା ବ୍ୟତୀତ ଅନେକ ଘଟଣାରେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଦି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଏ, ସେଠାରେ ପହଞ୍ଚତ୍ବା ବେଳକୁ ବିଳମ୍ବ ହୋଇଯାଇଥାଏ। କାରଣ ପ୍ରଭାବୀ ପରିବହନ ବ୍ୟବସ୍ଥାର ସୁବିଧା ନାହିଁ। ଅନ୍ୟପକ୍ଷରେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅତିବିଷଧର ସାପ କୁମୁଡ଼ାର ଚିକିତ୍ସା ଲାଗି ଆଣ୍ଟି ସ୍ନେକ ଭେନମ୍‌ (ସାପ ବିଷ ନିରୋଧୀ ଓଷଧ)ର ଅଭାବ ଥିବା ଅଭିଯୋଗ ହୁଏ। ଉଲ୍ଲେଖନୀୟ ଯେ, ଭାରତରେ ୭ଟି କମ୍ପାନୀ ଦ୍ୱାରା ବର୍ଷକୁ ପ୍ରାୟ ୮ ନିୟୁତ ସାପ ବିଷ ନିରୋଧୀ ଓଷଧ ପ୍ରସ୍ତୁତ ହୋଇଥାଏ। ଏହି ଦେଶରେ ସମସ୍ୟା ହେଉଛି ଯେ, ଏଠାରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପ୍ରକାରର ସାପ ଅଛନ୍ତି। ସବୁ ସାପ କାମୁଡ଼ାରୁ ମୃତ୍ୟୁ ଘଟେ ନାହିଁ। ଅନେକ ସାପ କାମୁଡ଼ା ଯୋଗୁ ପ୍ରବଳ ଶାରୀରିକ ବ୍ୟଥା, ସ୍ନାୟୁଗତ ସମସ୍ୟା, ପଙ୍ଗୁ ଓ ପକ୍ଷାଘାତ (ପାରାଲିସିସ୍‌) ଭଳି ସମସ୍ୟା ମଧ୍ୟ ଉପୁଜିଥାଏ। ମୃତ୍ୟୁ ଘଟାଉଥିବା ଭିନ୍ନ ପ୍ରଜାତିର ସାପ ବିଭିନ୍ନ ଅଞ୍ଚଳରେ ମିଳିଥା’ନ୍ତି। ଏଥିସହ ଏହି ସମସ୍ୟା ମୁଖ୍ୟତଃ ଗରିବ ଗ୍ରାମାଞ୍ଚଳବାସିନ୍ଦାଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ହେତୁ ସାପ ବିଷ ନିରୋଧୀ ଓଷଧର ଦର ବୃଦ୍ଧି କରାଯାଇପାରୁନାହିଁ। କିନ୍ତୁ ଏହି ଓଷଧ ପ୍ରସ୍ତୁତ ପ୍ରଣାଳୀରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ହେତୁ ବଡ଼ ଓଷଧ କମ୍ପାନୀଗୁଡ଼ିକ ସେଥିରେ ଯୋଗଦାନ କରୁନାହାନ୍ତି। ଅପରପଟେ ସରକାର ବଡ଼ କମ୍ପାନୀଠାରୁ ପୋଲିଓ ଭଳି ଅନେକ ଓଷଧକୁ ଚଢ଼ା ଦରରେ କିଣି ଜନସାଧାରଣଙ୍କୁ ମାଗଣା କିମ୍ବା ରିହାତି ଦରରେ ଯୋଗାଇ ଦେଉଥିବାବେଳେ ସାପ କାମୁଡ଼ା ଓଷଧ ପାଇଁ ସେଭଳି କୌଣସି ବ୍ୟବସ୍ଥା ଏଯାବତ୍‌ କରାଯାଇନାହିଁ। ସାପ ବିଷ ନିରୋଧୀ ଓଷଧର ଅଭାବ ବ୍ୟତୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ତଥା ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସେଠାରୁ ପୀଡ଼ିତଙ୍କୁ ସହରର ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଫଳରେ ଅଧିକାଂଶ ପୀଡ଼ିତଙ୍କର ବିଳମ୍ବ କାରଣରୁ ମୃତ୍ୟୁ ଘଟୁଛି।
ଇଣ୍ଡିଆନ୍‌ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ତଥ୍ୟ ମୁତାବକ ଭାରତରେ ପ୍ରତିବର୍ଷ ୪୫ ହଜାରରୁ ଅଧିକ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟୁଛି। ଦେଶରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ୭୦ ପ୍ରତିଶତ ସାପ କାମୁଡାଜନିତ ମୃତ୍ୟୁ ଘଟୁଛି ବୋଲି ଆଇସିଏମ୍‌ଆର ଦର୍ଶାଇଛି। ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି (ଓଏସ୍‌ଡିଏମ୍‌ଏ) ରିପୋର୍ଟ ଅନୁଯାୟୀ ୨୦୧୮ରୁ ୨୦୨୩ ମଧ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ବୃଦ୍ଧି ପାଇଛି ଓ ଏହି ସମୟ ମଧ୍ୟରେ ୪,୮୭୦ ଜଣଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାର ୩୪ ପ୍ରତିଶତ ଜଙ୍ଗଲ ଥିବାରୁ ବିଷଧର ସାପଙ୍କ ସଂଖ୍ୟା ଅଧିକ। ଏହା ବ୍ୟତୀତ ରାଜ୍ୟର ପାଖାପାଖି ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବାରୁ ସେଠାରେ ସାପ କାମୁଡ଼ା ଘଟଣା ବେଶି ଘଟୁଛି ଓ ମୃତ୍ୟୁହାର ମଧ୍ୟ ଅଧିକ। ଏହାର କାରଣ ସ୍ପଷ୍ଟ। ଦେଖିବାକୁ ଗଲେ ନାଗ, ଚିତି, ରଣା ଓ ଚନ୍ଦନବୋଡ଼ା ଆଦି ବିଷଧର ସାପ ସମ୍ପର୍କିତ ସୂଚନା, ସତର୍କତା ତଥା ଚିକିତ୍ସା ସଚେତନତାର ଅଭାବ ରହିଛି। ଏହା ବ୍ୟତୀତ ବିଷଧର ସାପ କାମୁଡ଼ା ଘଟଣାରେ ମାତ୍ର ଏକ ତୃତୀୟାଂଶ ଲୋକ ଚିକିତ୍ସା ପାଇଁ ମେଡିକାଲ ଯାଉଛନ୍ତି ବୋଲି ଆଇସିଏମ୍‌ଆର ଦର୍ଶାଇଛି। ଅଧିକାଂଶ ପୀଡ଼ିତ ଅନ୍ଧବିଶ୍ୱାସ ଯୋଗୁ ତ୍ରୁଟିପୂର୍ଣ୍ଣ ଦେଶୀ ଚିକିତ୍ସା ଉପରେ ଭରସା କରୁଛନ୍ତି। ସେମାନେ ଗାଁ ଗହଳିରେ କ୍ୱାକ୍‌, ଝଡ଼ାଫୁଙ୍କା ଉପରେ ନିର୍ଭର କରୁଛନ୍ତି କିମ୍ବା ମନ୍ଦିରକୁ ନେଇ ସେଠାରେ ଦୈବୀ ଚିକିତ୍ସାକୁ ଆପଣାଉଛନ୍ତି। ଏହି ସମୟରେ ସେବା ପାଇବାର ସୀମିତ ସମୟ (ଗୋଲ୍‌ଡେନ ଆଓ୍ବାର) ଶେଷ ହୋଇଯାଇଥାଏ, ଯାହା ପୀଡ଼ିତଙ୍କ ମୃତ୍ୟୁର କାରଣ ହୋଇଥାଏ। ପରିତାପର ବିଷୟ, ୨୦୧୫ରୁ ଓଡ଼ିଶା ସରକାର ସାପ କାମୁଡ଼ାକୁ ରାଜ୍ୟ ବିପର୍ଯ୍ୟୟ ଆଖ୍ୟା ଦେଇ ଚିକିତ୍ସା ସେବାରେ ଉନ୍ନତି ଆଣିିବାକୁ ଘୋଷଣା କରିଥିଲେ ମଧ୍ୟ ଚିକିତ୍ସା ବ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri