ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ୮ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ, କାର୍‌ ଜବତ କରିଛି। ଅପରାଧୀମାନେ ଏବେ ବନ୍ଧୁକ ଓ ପିସ୍ତଲ ଅଧିକ ବ୍ୟବହାର କରୁଥିବା କେତୋଟି ଅପରାଧ ଘଟଣାରୁ ଜଣାପଡ଼ିଛି। ବିହାର, ଝାଡଖଣ୍ଡ ପ୍ରଭୃତି ରାଜ୍ୟରୁ ୧୦ରୁ ୧୫ହଜାର ଟଙ୍କାରେ ଚୋରା ବନ୍ଧୁକ କିଣି ସେମାନେ ଅପରାଧ ଘଟାଉଛନ୍ତି। ଚୋରା ବନ୍ଧୁକ କାରବାର ପଛରେ ଏକ ର଼୍ୟାକେଟ କାମ କରୁଛି। ବିଭିନ୍ନ ଗଳାବାଟ ଦେଇ ଚୋରା ବନ୍ଧୁକ ଖୋର୍ଦ୍ଧାରେ ପହଞ୍ଚୁଥିବା ପୋଲିସ ଜାଣିବାକୁ ପାଇଛି। ଏହାକୁ ରୋକିବା ପାଇଁ ପୋଲିସ ତତ୍ପର ହୋଇଉଠିଛି।
ଏ ନେଇ ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ଗତବର୍ଷ ୧୦ଟି ବନ୍ଧୁକ ଜବତ ହୋଇଥିଲା। ଚଳିତ ବର୍ଷ ଖୋର୍ଦ୍ଧା ଓ ସଦର ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କଠାରୁ ୬ଟି ବନ୍ଧୁକ ଜବତ କରାଯାଇଛି। ଚୋରା ବନ୍ଧୁକ କାରବାରର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର ପ୍ରଭୃତି ଅପରାଧପ୍ରବଣ ଅଞ୍ଚଳରେ ଅପରାଧୀମାନେ ଚୋରା ବନ୍ଧୁକ ବ୍ୟବହାର କରୁଛନ୍ତି। ଗିରଫ ଅଭିଯୁକ୍ତମାନେ ଏହି ଚୋରା ବନ୍ଧୁକ କେଉଁଠୁ ଆଣୁଛନ୍ତି, ଏହା ପଛରେ ଅନ୍ୟ କେଉଁମାନଙ୍କ ହାତ ରହିଛି, ଖୋର୍ଦ୍ଧା ସହରକୁ ବନ୍ଧୁକ କିପରି ଆସୁଛି ସେ ନେଇ ଯାଞ୍ଚ ଚାଲିଛି। ପୂର୍ବ ଅପରାଧୀମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ଆବଶ୍ୟକ ପଡ଼ିିଲେ, ଏକ ସ୍ବତନ୍ତ୍ର ଟିମ୍‌ ବାହାର ରାଜ୍ୟକୁ ଯାଇ ଖୋଳତାଡ଼ କରିବ। ଏସ୍‌ପି ରାଜକିଶୋର ଦୋରା ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କଡ଼ା ପଦକ୍ଷେପ ନେଉଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଫେବୃୟାରୀ ୧୨ ଗୁରୁଜଙ୍ଗ ଗୁଳିକାଣ୍ଡରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ଟି ବନ୍ଧୁକ, ୩ଟି ଗୁଳି, ୭ଟି ମୋବାଇଲ ଫୋନ୍‌ ଏବଂ ଇଣ୍ଡିକା କାର ଜବତ ହୋଇଥିଲା। ସେହିପରି ୧୧ ତାରିଖ ରାତିରେ ଚଣ୍ଡିଚୁଆ ଛକରେ ଡକାୟତି ଯୋଜନା ବେଳେ ପୋଲିସ ୨ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଥିଲା। ଡିସେମ୍ବର ୮ରେ ଗୁରୁଜଙ୍ଗ ଗୁଳିକାଣ୍ଡରେ ଟାଉନ ଥାନା ପୋଲିସ ଫେବୃୟାରୀ ୨୭ରେ ମୁଖ୍ୟ ଅଭିଯୁକ୍ତ ଦୀପକ କୁମାର ପ୍ରଧାନଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଥିଲା। ମଙ୍ଗଳବାର ଜାତୀୟ ରାଜପଥରେ ଡକାୟତି ଉଦ୍ୟମବେଳେ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri