ପୁଣି ଚାଲିଲା ମାଙ୍କଡ଼ା ଖଣି, କ୍ରଶର

ଖଇରା,୪।୪ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ବନ୍ଦ ପଡିଥିବା ସମସ୍ତ ମାଙ୍କଡା ଖଣି ଓ କ୍ରଶର ପୁଣି ଏବେ ଚାଲିବାକୁ ଆରମ୍ଭ କଲାଣି । କିଛି ମାସ ବନ୍ଦ ପଡିବା ପରେ ଏବେ ମାଙ୍କଡା ପଥର ଚୋରା ଚାଲାଣକାରୀ ସକ୍ରିୟ ହୋଇପଡିଛନ୍ତି । ସନ୍ଧ୍ୟା ହେବାମାତ୍ରେ ଟ୍ରିପ ଟ୍ରିପ ମାଙ୍କଡା ବୋଝେଇ ଟ୍ରକ ଓ ଟ୍ରାକ୍ଟର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳକୁ ପଥର ବୋହିବା କାର୍ଯ୍ୟରେ ଲାଗି ପଡୁଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ଓ ସଚିବ, ବାଲେଶ୍ୱର ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦେଲେ ସମଗ୍ର କୁପାରୀ ଅଞ୍ଚଳ କୃତ୍ରିମ ହ୍ରଦ ପାଲଟିବ ବୋଲି ଖଣି ସଂଲଗ୍ନ ଗ୍ରାମବାସୀ କହିଛନ୍ତି ।
୨ ରାଜସ୍ବ କ୍ଷେତ୍ର ଅଧୀନ ମାଟିତଳେ ଭରପୁର ମାଙ୍କଡା ପଥର ଗଚ୍ଛିତ ରହିଛି । ରାଜସ୍ବ ବିଭାଗ ସରକାରୀ ଭାବେ ନିଲାମ ଦେଉ ନ ଥିବା ବେଳେ ଚୋରାଚାଲାଣକାରୀ ରାଜସ୍ବ ବିଭାଗ ଓ ଖଇରା ଥାନାର କିଛି କର୍ମଚାରୀଙ୍କୁ ପକେଟରେ ରଖି ଅହରହ ଖଣି ଖୋଳି ଚାଲିଛନ୍ତି। ବର୍ତ୍ତମାନ ବରପଦାରେ ୩ଟି, କଳମଚୁଆରେ ୨ଟି, ରଣପୁରରେ ୩ଟି, ହରିପୁରରେ ୪ଟି, କୁପାରୀ ସରକାରୀ ମଦ ଦୋକାନ ପଛ ପଟେ ଗୋଟିଏ ଖଣି ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାତିତମାମ ପାୱାର ଟିଲର ଗର୍ଜନରେ ଗ୍ରାମବାସୀଙ୍କୁ ରାତିରେ ଶୋଇବା ମୁସ୍କିଲ ହୋଇପଡୁଛି  । ପୂର୍ବରୁ ଏହିଭଳି କିଛି ଜଳଭର୍ତ୍ତି ପରିତ୍ୟକ୍ତ ମାଙ୍କଡା ଖଣି ପାଣିରେ ପଡି ୫ବର୍ଷରେ ୧୦ଜଣରୁ ଊର୍ଦ୍ଧ୍ୱ ବୟସ୍କ ଓ ଶିଶୁ, ୫୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ଓ ହରିଣ ଭଳି ବନ୍ୟପ୍ରାଣୀ ପ୍ରାଣ ହରାଇ ସାରିଥିବା ବେଳେ ଏବେ ପୁଣି ଥରେ ସୃଷ୍ଟି କରାଯାଉଥିବା ସେହିଭଳି ଗର୍ତ୍ତ ମଣିଷ ପ୍ରାଣୀଙ୍କ ପାଇଁ ମୃତ୍ୟୁଯନ୍ତା ସାଜିଛି । ସେହିଭଳି ଏହି ୨ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ଦ ପଡିଥିବା କ୍ରଶରଗୁଡିକ ରୀତିମତ ଚାଲୁଥିବା ବେଳେ ଏଥିରେ ଶାରୀଶୁଆ ପାହାଡରୁ ରାତିରେ ପଥର ଅଣାଯାଇ ବ୍ୟବହୃତ କରାଯାଉଥିବା କଦଳୀଗଡିଆ, ବଗେଇପୁର, ସାନନୂଆଗାଁ, କଇଥଗଡିଆ, ବରପଦା ଗ୍ରାମର ଅଧିବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳଙ୍କୁ ଯୋଗାଯୋଗ କରିବାରେ ସେ ରାତିରେ ଚଢାଉ ପାଇଁ ଖଣି ଅଞ୍ଚଳରେ ପହଞ୍ଚତ୍ବା ପୂର୍ବରୁ ଖଣି ବ୍ୟବହାରକାରୀମାନେ ଅନ୍ଧାରରେ ଲୁଚି ଯାଉଥିବା ବେଳେ ତହସିଲଦାର ଛୁଟିରୁ ଫେରିଲେ ଚଢାଉକୁ ଜୋରଦାର କରାଯିବା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri