ଫାଣ୍ଡି ନିକଟରେ ଚୋରା କୋଇଲା ଡିପୋ

ପରଜଙ୍ଗ, ୧୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଅଞ୍ଚଳରେ ବେଆଇନ ଚୋରା କୋଇଲା ଡିପୋ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସ ଫାଣ୍ଡିଠାରୁ ଅନତି ଦୂରରେ ଏଭଳି କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଥିବାବେଳେ ଚଢ଼ାଉ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ଚଢ଼ାଉ ହେଉନାହିଁ ବୋଲି ପ୍ରଶ୍ନ କଲେ ଦାୟିତ୍ୱରେ ଥିବା ଅଧିକାରୀ କାର୍ଯ୍ୟବ୍ୟସ୍ତ ଆଳ ଦେଖାଇ ସମୟ ନାହିଁ ବୋଲି କହୁଛନ୍ତି।
ତାଳଚେର ଅଞ୍ଚଳରୁ ଦୈନିକ ଶତାଧିକ ଟନ୍‌ ଚୋରା କୋଇଲା ପରଜଙ୍ଗ ଅଞ୍ଚଳରେ ପହଞ୍ଚୁଛି। ଏହି କୋଇଲା ସାଇକେଲ ଏବଂ ସ୍କୁଟର ସହାୟତାରେ ଅଣାଯାଇ ଡମୋଳ, ଜଟିଆ, କାଟେଣି ଯିବା ରାସ୍ତାର ବାମ ପାର୍ଶ୍ୱ ପଡ଼ିଆରେ ଗଚ୍ଛିତ କରି ରଖାଯାଉଛି। ସରାଙ୍ଗଠାରୁ ଜଟିଆ ଯାଏ ଏଭଳି ପ୍ରାୟ ୫ରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଡିପୋ ଚାଲିଛି। କୋଇଲା ମାଫିଆମାନେ ଏହି ମୂଲ୍ୟବାନ ଜାଳେଣି ଉପଯୋଗୀ ଖଣିଜକୁ ଭୁବନ, କାମାକ୍ଷାନଗର, ତେଲକୋଇ ଅଞ୍ଚଳକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ଲାଭ କମାଉଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ତାଳଚେରସ୍ଥିତ ଏମ୍‌ସିଏଲ୍‌ ଉପମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ସରାଙ୍ଗ ଅଞ୍ଚଳରେ ଚଢ଼ାଉ କରାଯାଇ ରବିବାର ବିପୁଳ ପରିମାଣର ଚୋରା କୋଇଲା ଜବତ କରାଯାଇଛି। ଏଥିପୂର୍ବରୁ ଅନୁରୂପ ଭାବେ ଦୁଇଥର ଚଢ଼ାଉ ହୋଇଥିଲା। ତାଳଚେରରୁ ଅଧିକାରୀ ଆସି ପରଜଙ୍ଗ ଅଞ୍ଚଳରେ ଚଢ଼ାଉ କରି କୋଇଲା ଜବତ କରୁଥିବାବେଳେ ସ୍ଥାନୀୟ ପୋଲିସର ଏ ଦିଗରେ କୋହଳ ମନୋଭାବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଚୋରା କୋଇଲା ବୋଝେଇ ଗାଡ଼ିଗୁଡ଼ିକ ପରଜଙ୍ଗ, କାମାକ୍ଷାନଗର, ମହାବିରୋଡ଼ ଫାଣ୍ଡି ସମ୍ମୁଖ ଦେଇ ଯାଉଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ସରାଙ୍ଗ ଫାଣ୍ଡି ଅଧିକାରୀ ଶେଷଦେବ ଲେଙ୍କା କୁହନ୍ତି, ଏଭଳି କୋଇଲା ଡିପୋ ସମ୍ପର୍କରେ ପରଜଙ୍ଗ ଥାନାଧିକାରୀଙ୍କୁ ଅବଗତ କରାଯାଇଛି। କୋଇଲା ଡିପୋରେ ଚଢ଼ାଉ କରିବାକୁ କର୍ମଚାରୀ ନାହାନ୍ତି କି ସମୟ ନାହିଁ। ଗାଡ଼ିରେ କୋଇଲା ଲୋଡ୍‌ ହେଉଥିବା ସମୟରେ ସୂଚନା ମିଳୁଛି। ତେବେ ଅନ୍ୟ ଡ୍ୟୁଟି ଥିବାରୁ ଧରିବା ସମ୍ଭବ ହେଉନାହିଁ। ଏସ୍‌ପି ସ୍ବତନ୍ତ୍ର ଭାବେ ଫୋର୍ସ ପଠାଇଲେ ଏହାକୁ ବନ୍ଦ କାରାଯାଇପାରିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri